ବିଧାୟକ ପ୍ରଣବ ବଳବନ୍ତରାୟ ଙ୍କୁ ଲୋକାୟୁକ୍ତ ଙ୍କ କ୍ଲିନ୍ ଚିଟ୍
IBNଓଡିଶା(ବ୍ୟୁରୋ):ଯାଜପୁର, ଧର୍ମାଶାଳା:-ସାମ୍ନାକୁ ଆସିଲା ପ୍ରକୃତ ସତ୍ୟ।ବିରୋଧୀ ଙ୍କ ହୋ ହାଲା ଏବେ ଫସର ଫାଟିଗଲା।କାରଣ ଉଭୟ ବିରୋଧୀ କେବଳ ହୋ ହାଲା କରି ପାଲା ଆରମ୍ଭ କରି କେମିତି ଯେ ମିଛ ରେ ବ୍ଲେମ କରନ୍ତି ଯାହାର ଜ୍ୱଳନ୍ତ ଚିତ୍ର ଏବେ ସାମ୍ନା କୁ ଆସିଛି।କାରଣ ଏ ପ୍ରସଙ୍ଗ ଆମେ ଏଥିପାଇଁ ଉଠାଉଛୁ ଯେ, ଗତବର୍ଷ ୨୦୨୦ ଅଗଷ୍ଟ ମାସ ରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କେଲୁଅ ନଦୀରେ ହୋଇଥିଲା ବଡ ଧରଣର ବନ୍ୟା।ଆଉ ଯେଉଁଥିରେ କି କୋତପୁର ରମ୍ଭାପୁର ନିକଟରେ ସୃଷ୍ଟି ହୋଇଥିଲା ୪୦୦ ଫୁଟ ର ଘାଇ।ଫଳରେ ସାତ ପଂଚାୟତ ଜଳବନ୍ଦୀ ରେ ଜୀବନ ଅତିବାହିତ କରିଥିବା ବେଳେ ଯାହାକୁ ନେଇ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ମାରିଥିଲେ ଏହାର ଫାଇଦା।ଉକ୍ତ ଘାଇ କୁ ମନୁଷ୍ୟକୃତ ଘାଇ ର ଆଖ୍ୟା ଦେଇ ଧର୍ମଶାଳା ର ବିଧାୟକ ଓ ତାଙ୍କର ମାମୁଁ ଇଞ୍ଜିନିୟର ନରେନ୍ ଜେନା ଙ୍କ ନାମରେ ମିଥ୍ୟା ଦୋଷାରୋପ କରି ଆରମ୍ଭ କରିଦେଇଥିଲେ ନାରବାଜି ।ଯାହାକୁ ନେଇ ରାଜନୀତି ରେ ହଟଚମଟ ସୃଷ୍ଟି ହେବା ସହ ବିଧାନସଭା ପର୍ଯ୍ୟନ୍ତ ଏ ପ୍ରସଙ୍ଗ ପହଞ୍ଚିଥିଲା।ଆଉ ଏହାର ସୁଯୋଗ ନେଇ ଧର୍ମଶାଳା ର ସୂଚନା ଅଧିକାର କର୍ମୀ ତଥା ବିଜେପି ନେତା ଶ୍ରୀଯୁକ୍ତ ସର୍ବେଶ୍ୱର ବେହୃରା ସିଧା ସିଧା ପ୍ରଣବ ଓ ତାଙ୍କ ମାମୁଁ ଙ୍କ ନାମ ରେ ଅଭିଯୋଗ ନେଇ ପହଞ୍ଚିଥିଲେ ମାନ୍ୟବର ଲୋକାୟୁକ୍ତ ଙ୍କ ନିକଟରେ।ମାନ୍ୟବର ଲୋକାୟୁକ୍ତ ଏହାର ତଦନ୍ତ ନିର୍ଦେଶ ଭିଜିଲାନ୍ସ ବିଭାଗ କୁ ଦେଇଥିଲେ। ସମ୍ପୂର୍ଣ୍ଣ ଅନୁସନ୍ଧାନ କରିବା ପରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଙ୍କ ଏଥିରେ କୌଣସି ସଂପୃକ୍ତି ନଥିବା ଲୋକାୟୁକ୍ତ କ୍ଲିନ୍ ଚିଟ ଦେଇଛନ୍ତି।ଧର୍ମଶାଳା ରେ ବିରୋଧୀ ଦଳ ବିଭିନ୍ନ କାର୍ଯ୍ୟ ରେ ବାଧା ସୃଷ୍ଟି କରିବା ପାଇଁ ଏପରି ହୀନ ରାଜନୀତି ,ଏବଂ ମିଥ୍ୟା ଗୁଜବ ସୃଷ୍ଟି କରି ଲୋକ ମାନଙ୍କ ମନରେ ଭ୍ରମ ସୃଷ୍ଟି କରୁଥିବାର ଆଜି ସାଧାରଣ ରେ ଆଲୋଚନା ର ବିଷୟ ପାଲଟିଛି।ଧର୍ମଶାଳା ରେ ବିଧାୟକ ଙ୍କ ନେତୃତ୍ୱରେ ଚାଲୁଥିବା ଅନେକ ଉନୟନ ମୂଳକ କାଯ୍ୟରେ ବାରମ୍ବାର ବାଧା ଉପୁଜେଇବା ହୀନ ବିରୋଧୀ ଙ୍କ କାଯ୍ୟ ବୋଲି ଅନେକ ବୁଦ୍ଧି ଜୀବୀରେ ମତ ପ୍ରକାଶ ପାଇଛି। ଏଭଳି ହୀନ ରାଜନୀତି କରୁଥିବା ଉଭୟ ବିରୋଧୀ ଙ୍କୁ ଆଗାମୀ ଦିନରେ ଶାସକ ଦଳ କଡା ଜବାବ ଦେବ ବୋଲି ଚେତାବନୀ ମଧ୍ୟ ଦେଇଛି।