IBNଓଡିଶା(Report by pradeep mohanty)
ଯାଜପୁର:ଧର୍ମଶାଳା :-ବିଜୁ ଆଦର୍ଶର ପ୍ରବକ୍ତା, ସ୍ରଂଗାମୀ ସୁରେନ୍ଦ୍ର ମିଶ୍ର ଜଣେ ନିଷ୍ଠାପର, ନିର୍ଭୀକ ଓ ଦକ୍ଷ ରାଜନେତା ଥିଲେ । ରାଜନୀତିରୁ ନୀତି, ଆଦର୍ଶ, ସେବା ଏବଂ ଦଳ ପାଇଁ ତ୍ୟାଗକୁ ଆଉ ଗୁରୁତ୍ୱ ଦିଆଯାଉ ନ ଥିବାରୁ ସୁରେନ୍ଦ୍ର ମିଶ୍ରଙ୍କୁ ଉପଯୁକ୍ତ ମର୍ଯ୍ୟାଦା ମିଳି ନ ଥିଲେ ମଧ୍ୟ ଜୀବନର ଶେଷ ନିଶ୍ୱାସ ତ୍ୟାଗ ପର୍ଯ୍ୟନ୍ତ ସେ ନିଜର ସ୍ୱାଭିମାନକୁ ରକ୍ଷା କରିପାରିଥିଲେ । ସମସ୍ତ ପକ୍ରାର ରାଜେନୌତିକ ପ୍ରବଚଂନା ସତ୍ୱେ ତାଙ୍କର ବ୍ୟକ୍ତିତ୍ୱ ହିଁ ତାଙ୍କୁ ଲୋକଙ୍କ ନେତାର ମର୍ଯ୍ୟାଦା ପ୍ରଦାନ କରିଥିଲା । ମଧୁପୁରଗଡର ପୂର୍ବତନ ସରପଂଚ, ବରିଷ୍ଠ ବି.ଜେ.ଡି ନେତା ସୁରେନ୍ଦ୍ର ମିଶ୍ର ପରପିଢୀ ପାଇଁ ଏକ ଦୃଷ୍ଟାନ୍ତ ଏବଂ ପ୍ରେରଣା ହୋଇ ରହିବେ ବୋଲି ଗତ କାଲି ବୁଧବାର ତାଙ୍କ ଗ୍ରାମ ଗଡମଧୁପୁରରେ ଅନୁଷ୍ଠିତ ତାଙ୍କର ଦ୍ୱାଦଶକ୍ରିୟା ଏବଂ ସ୍ମୃତିସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ମତ ପ୍ରକାଶ କରିଥିଲେ । ସୁରେନ୍ଦ୍ର ମିଶ୍ରଙ୍କ ସ୍ମୃତି କମିଟି ତରଫରୁ ସଭାପତି ସତୀଶ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକ ସଭାରେ ଯାଜପୁର ସାଂସଦ ସର୍ମିଷ୍ଟା ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁରେନ୍ଦ୍ର ମିଶ୍ରଙ୍କ ରାଜନୈତିକ ଜୀବନ ଅନୁକରଣୀୟ ବୋଲି କହିଥିଲେ । ଏଥିରେ ପୂର୍ବତନ ବିଧାୟକ ରବି ଲାବଣ୍ୟ ଯୋଗଦେଇ ସୁରେନ୍ଦ୍ର ମିଶ୍ର ଜଣେ ସତସାହସୀ ନେତା ଥିଲେ ବୋଲି କହିଥିଲେ । ଧର୍ମଶାଳା ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ ଯୋଗଦେଇ ସୁରେନ୍ଦ୍ର ମିଶ୍ରଙ୍କ ପରଲୋକରେ ଧର୍ମଶାଳା ଜଣେ ଲଢୁଆ ନେତାଙ୍କୁ ହରାଇଲା ବୋଲି କହିଥିଲେ । ଯାଜପୁର ବିଜୁ ଜନତା ଦଳର ମହାସଚିବ ପ୍ରୀୟନାଥ ମହାପାତ୍ର, ବି.ଜେ.ଡି ନେତା ଜଳଧର ସାହୁ, କମାଗଡ ସରପଂଚ ମନୋରଂଜନ ପ୍ରଧାନ, ଶ୍ରମିକ ନେତା ନୃସିଂହ ମିଶ୍ର, ଦିଲ୍ଲିପ ବରାଳ, ଅବସରପ୍ରାପ୍ତ ଶିକ୍ଷକ ଦେବେନ୍ଦ ଜେନାମଣୀ, ଗୋପାଳ ମହାରଣା ପ୍ରମୁଖ ଅତୀତରେ କଂଗ୍ରେସ ଶାସନ ସମୟରେ ବିଜୁବାବୁ ବିରୋଧୀ ଦଳରେ ଥିବା ବେଳେ ସୁରେନ୍ଦ୍ର ମିଶ୍ର ଏବଂ ସଂଗଠକ ସନ୍ତୋଷ ବିଶ୍ୱାଳଙ୍କ ରଜେନୌତିକ ଯୋଡି ଏହି ଅଂଚଳର ବିଜୁପ୍ରେମୀମାନଙ୍କ ବଡ ସାମର୍ଥ୍ୟ ଥିଲା ବୋଲି କହିଥିଲେ । ବରିଷ୍ଠ ସାମ୍ବାଦିକ ସଂଗ୍ରାମ ସିଂ, ବେଣୁଧର ପଣ୍ଡା, ଚିତରଂଜନ ବେହେରା, ମାନସ ସଂଜନ ଜେନା, ଅକ୍ଷୀଳ ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ଶତପଥୀ, ଅବିନେଶ୍ୱର ଶତପଥୀ ପ୍ରମୁଖ କହିଥିଲେ ଯେ, ସମାଜର ମଙ୍ଗଳ ଏବଂ ସେବାମୂଳକ କାର୍ଯ୍ୟ ହିଁ ରାଜନୀତିର ମୂଳ ଆଧାର । ସୁରେନ୍ଦ୍ର ମିଶ୍ର ଏ କ୍ଷେତ୍ରରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ । ଏଥିରେ ଅଧ୍ୟକ୍ଷତା କରି ଶ୍ରୀ ବିଶ୍ୱାଳ କହିଥିଲେ ଯେ, ସୁରେନ୍ଦ୍ର ମିଶ୍ର ମଧୁପୁରଗଡ ଅଂଚଳ ବିକାଶର ବିଶ୍ୱକର୍ମା । ବିଜୁ ପରିବାରର ପ୍ରକୃତ ଅନୁଗତମାନଙ୍କ ପ୍ରତି ହୋଇଥିବା ପ୍ରବଂଚନା ଏବଂ ପ୍ରତାରଣା ଧାରାରେ ସୁରେନ୍ଦ୍ର ମିଶ୍ର ମଧ୍ୟ ଶିକାର ହୋଇଛନ୍ତି । ଯାବତୀୟ ପ୍ରତିକୂଳ ପରିସ୍ଥିତି ସତ୍ୱେ ସୁରେନ୍ଦ୍ର ମିଶ୍ରଙ୍କ ବିକଳ୍ପ ନାହିଁ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ସିଲୁ ସାହୁ, ଜିଲ୍ଲା ପରିଷଦ ସଭ୍ୟ ପ୍ରଣତି ଲେଙ୍କା, ସତ୍ୟାନନ୍ଦ ମିଶ୍ର, କ୍ଷିତିଶ ନାୟକ, ରମେଶ ମିଶ୍ର, ରବି ନାରାୟଣ ଦାସ, ଅରୁପ ନାୟକ, ଗୋଲଖ ପଲେଇ ପ୍ରମୁଖ ବହୁ ବ୍ୟକ୍ତି ଶୋକ ପ୍ରକାଶ କରି ଧର୍ମଶାଳା ଜନତା ଦଳର ପ୍ରାକ୍ତନ ସଭାପତି ସୁରେନ୍ଦ୍ର ମିଶ୍ର ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ବୋଲି କହିଥିଲେ । ବହୁବକ୍ତା ଧର୍ମଶାଳାରେ ପ୍ରକୃତ ବିଜୁ ଏବଂ ନବୀନ ଅନୁଗତମାନଙ୍କୁ କୋଣଠେସା କରାଯିବା ଧାରାରେ ସୁରେନ୍ଦ୍ର ମିଶ୍ର ମଧ୍ୟ ଅକଥନୀୟ ମାନସିକ ନିର୍ଯ୍ୟାତନାରେ ରୋଗଗ୍ରସ୍ତ ହୋଇଥିଲେ ବୋଲି ମତ ପ୍ରକାଶ କରିଥିଲେ । ମାନସ ରଂଜନ ବିଶ୍ୱାଳ ପ୍ରରମ୍ବିକ ସୂଚନା ପ୍ରଦାନ କରିଥିବା ବେଳେ ଧୀରେନ୍ଦ୍ର ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ୰ ମିଶ୍ରଙ୍କ ସ୍ୱୃତି ଉଦ୍ଦେଶ୍ୟରେ ପ୍ରକାଶିତ ପୁସ୍ତକ ‘ସ୍ୱାଭିମାନୀ’ ର ଉନ୍ମୋଚନ କରାଯାଇଥିଲା ।