ରାଜ୍ୟ

ବିନା ସୁଧରେ ମିଶନ ଶକ୍ତି ଗୋଷ୍ଠୀକୁ ମିଳିବ ୩ ଲକ୍ଷ ଋଣ

IBN ଓଡିଶା(ବ୍ୟୁରୋ):-
ଭୁବନେଶ୍ୱର:-SHGକୁ ମଜଭୂତ କରିବା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ମଧ୍ୟରେ ମିଳିତ ବୈଠକ ଅନୁଷ୍ଠିତ।
ଆହୁରି ସଶକ୍ତ ହେବ ମିଶନ ଶକ୍ତି ଅଧିନରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ (SHG) । ସହରାଞ୍ଚଳରେ SHG ସହଭାଗିତାକୁ ଗୁରୁତ୍ୱ । SHGକୁ ମଜଭୂତ କରିବା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ମଧ୍ୟରେ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭର୍ଚୁଆଲ ମୋଡରେ ଅନୁଷ୍ଠିତ ଏହି ବୈଠକରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି ମାଥିଭାଥନନ ଓ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ଯୋଗ ଦେଇଥିଲେ ।ମିଶନ ଶକ୍ତି ବିଭାଗ ସଚିବ ସୁଜାତା କାର୍ତ୍ତିକେୟନ କହିଛନ୍ତି ଯେ, ‘ବିକାଶଶୀଳ ଅର୍ଥନୀତି ପାଇଁ ମହିଳା ନେତୃତ୍ୱାଧିନ ଗୋଷ୍ଠୀର ପଦକ୍ଷେପ ତଥା ଉଦ୍ୟୋଗୀ ବିକାଶକୁ ପ୍ରୋତ୍ସାହିତ କରିବା ଆବଶ୍ୟକ । ମିଶନ ଶକ୍ତି ଗୋଷ୍ଠୀକୁ ମୁକ୍ତା ଯୋଜନାରେ ବିଭିନ୍ନ ପ୍ରକଳ୍ପ ଲାଗି କାର୍ଯ୍ୟ ପୁଞ୍ଜି ପାଇଁ ବିନା ସୁଧରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସହାୟତା ଯୋଗାଇ ଦିଆଯିବ । ଏହି ନିଷ୍ପତ୍ତି ପୌର ସଂସ୍ଥାଗୁଡିକ ଦ୍ୱାରା ବହୁ ପ୍ରଂଶସିତ ହୋଇଛି । ଏହାଦ୍ୱାରା ସାମଗ୍ରୀ କିଣିବା ଏବଂ ମଜୁରୀ ପ୍ରଦାନ କ୍ଷେତ୍ରରେ ସେମାନଙ୍କୁ ପୁଞ୍ଜି ସହାୟକ ହୋଇପାରିବ।
ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ମାଥିଭାଥନନ ସହରୀ ସେବା କ୍ଷେତ୍ରରେ ମିଶନ ଶକ୍ତିର ମହିଳା ଗୋଷ୍ଠୀ ସାମିଲ ଉପରେ ଗୁରୁତ୍ୱଆରୋପ କରିଛନ୍ତି । ବିଭିନ୍ନ ସେବା କ୍ଷେତ୍ରରେ ଠିକାଦାରୀ ବ୍ୟବସ୍ଥା ବଦଳରେ ବିଭିନ୍ନ ଗୋଷ୍ଠୀକୁ ନିୟୋଜିତ କରାଯିବା ଆବଶ୍ୟକ । ଏହାଦ୍ୱାରା ରାଜ୍ୟର ମହିଳା ଓ ସମ୍ବେଦନଶୀଳ ବର୍ଗର ଲୋକେ ସଶକ୍ତ ହୋଇପାରିବେ ବୋଲି ସେ କହିଛନ୍ତି । ମିଶନ ଶକ୍ତି ସହଭାଗିତା କାର୍ଯ୍ୟକ୍ରମରେ ଏଭଳି ପଦକ୍ଷେପକୁ ଉଚ୍ଚକୋଟୀର ନିଷ୍ପତ୍ତି ବୋଲି ସେ କହିଛନ୍ତି । ଯାହା ରାଜ୍ୟର ସହରାଞ୍ଚଳରେ ବହୁ ସଂଖ୍ୟକ ମିଶନ ଶକ୍ତି ଗୋଷ୍ଠୀର କାର୍ଯ୍ୟକଳାପକୁ ମଜଭୂତ କରିବାରେ ସହାୟକ ହୋଇପାରିବ ।ମିଶନ ଶକ୍ତି ବିଭାଗ ସଚିବ ସୁଜାତା କାର୍ତ୍ତିକେୟନ କହିଛନ୍ତି ଯେ, ‘ବିକାଶଶୀଳ ଅର୍ଥନୀତି ପାଇଁ ମହିଳା ନେତୃତ୍ୱାଧିନ ଗୋଷ୍ଠୀର ପଦକ୍ଷେପ ତଥା ଉଦ୍ୟୋଗୀ ବିକାଶକୁ ପ୍ରୋତ୍ସାହିତ କରିବା ଆବଶ୍ୟକ । ମିଶନ ଶକ୍ତି ଗୋଷ୍ଠୀକୁ ମୁକ୍ତା ଯୋଜନାରେ ବିଭିନ୍ନ ପ୍ରକଳ୍ପ ଲାଗି କାର୍ଯ୍ୟ ପୁଞ୍ଜି ପାଇଁ ବିନା ସୁଧରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସହାୟତା ଯୋଗାଇ ଦିଆଯିବ । ଏହି ନିଷ୍ପତ୍ତି ପୌର ସଂସ୍ଥାଗୁଡିକ ଦ୍ୱାରା ବହୁ ପ୍ରଂଶସିତ ହୋଇଛି । ଏହାଦ୍ୱାରା ସାମଗ୍ରୀ କିଣିବା ଏବଂ ମଜୁରୀ ପ୍ରଦାନ କ୍ଷେତ୍ରରେ ସେମାନଙ୍କୁ ପୁଞ୍ଜି ସହାୟକ ହୋଇପାରିବ।
ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ମାଥିଭାଥନନ ସହରୀ ସେବା କ୍ଷେତ୍ରରେ ମିଶନ ଶକ୍ତିର ମହିଳା ଗୋଷ୍ଠୀ ସାମିଲ ଉପରେ ଗୁରୁତ୍ୱଆରୋପ କରିଛନ୍ତି । ବିଭିନ୍ନ ସେବା କ୍ଷେତ୍ରରେ ଠିକାଦାରୀ ବ୍ୟବସ୍ଥା ବଦଳରେ ବିଭିନ୍ନ ଗୋଷ୍ଠୀକୁ ନିୟୋଜିତ କରାଯିବା ଆବଶ୍ୟକ । ଏହାଦ୍ୱାରା ରାଜ୍ୟର ମହିଳା ଓ ସମ୍ବେଦନଶୀଳ ବର୍ଗର ଲୋକେ ସଶକ୍ତ ହୋଇପାରିବେ ବୋଲି ସେ କହିଛନ୍ତି । ମିଶନ ଶକ୍ତି ସହଭାଗିତା କାର୍ଯ୍ୟକ୍ରମରେ ଏଭଳି ପଦକ୍ଷେପକୁ ଉଚ୍ଚକୋଟୀର ନିଷ୍ପତ୍ତି ବୋଲି ସେ କହିଛନ୍ତି । ଯାହା ରାଜ୍ୟର ସହରାଞ୍ଚଳରେ ବହୁ ସଂଖ୍ୟକ ମିଶନ ଶକ୍ତି ଗୋଷ୍ଠୀର କାର୍ଯ୍ୟକଳାପକୁ ମଜଭୂତ କରିବାରେ ସହାୟକ ହୋଇପାରିବ ।ମିଶନ ଶକ୍ତି ଏସଏଚଜି ଓ ନଗର ଉନ୍ନୟନ ବିଭାଗ ସହଭାଗିତାରେ କାର୍ଯ୍ୟକାରୀ ହେଉଥିବା ଯୋଜନାର ଅଗ୍ରଗତି ଏବଂ ସଫଳତା ଉପସ୍ଥାପନ କରିଛନ୍ତି ରାଜ୍ୟ ପୌର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ । ପୌରସଂସ୍ଥା ଏବଂ ଆସିଡିଏସ୍‍ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ସହଯୋଗ ଏବଂ ସମନ୍ୱୟ ଉପରେ ସେ ଆଲୋକପାତ କରିଛନ୍ତି ।
ଗୃହ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ଓ ସୁଡାର ପ୍ରକଳ୍ପ ନିର୍ଦ୍ଦେଶକ ଶାରଦା ପ୍ରସାଦ ପଣ୍ଡା ପୌର ସଂସ୍ଥାମାନଙ୍କରେ ମିଶନ ଶକ୍ତି ଏସଏଚଜିଗୁଡିକର ସାମାଜିକ ତଥା ଅର୍ଥନୈତିକ ଏକକୀକରଣ ପାଇଁ ପ୍ରମୁଖ ସହରୀ କାର୍ଯ୍ୟକ୍ରମଗୁଡିକର ବିବରଣୀ ଉପସ୍ଥାପନ କରିଛନ୍ତି, ଯାହା ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକୁ ଅଂଶଗ୍ରହଣ ଓ ସୁଯୋଗ ପ୍ରଦାନ କରୁଛି । ସ୍ଥାନୀୟ ଅଞ୍ଚଳରେ ସହରୀ ଭିତ୍ତିଭୂମି ବିକାଶରେ ସହଯୋଗ ସହିତ ପୁଞ୍ଜି ଆବଶ୍ୟକତା ଓ ଦକ୍ଷତା ବିକାଶ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ବୈଠକରେ ମ୍ୟୁନିସିପାଲ କମିଶନର, ପୌରାଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀ, ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଏବଂ ମିଶନ ଶକ୍ତି ବିଭାଗର ଶିଶୁ ସୁରକ୍ଷା ଅଧିକାରୀମାନେ ଯୋଗ ଦେଇଥିଲେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button