ମନୋରଞ୍ଜନ

ବୃକ୍ଷରୋପଣ କରି ଉଦାହାରଣ ସାଜିଲା ଧର୍ମଶାଳା ଡିଜିଟାଲ ମିଡ଼ିଆ

IBNଓଡିଶା (Report by pradeep mohanty)ଯାଜପୁର :-ଧର୍ମଶାଳା ଡିଜିଟାଲ ମିଡ଼ିଆ ଆସୋସିଏସନ ତରଫରୁ ବୃକ୍ଷ ରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ସମ୍ପ୍ରତି କୋରନା ମହାମାରୀ ସମୟରେ ଅମ୍ଳଜାନ ର ବହୁଳ ଆବଶ୍ୟକ କୁ ଆଖି ଆଗରେ ରଖି ତଥା ବାୟୁମଣ୍ଡଳ ର ପରିବର୍ତ୍ତନକୁ ଅଵଲୋକନ କରି ଆଜି ଧର୍ମଶାଳା ଡିଜିଟାଲ ମିଡ଼ିଆ ଆସୋସିଏସନ ତରଫରୁ ନିକଟସ୍ଥ କମାଗଡ଼ ଗ୍ରାମ ପଞ୍ଚାୟତ ଗେଙ୍ଗୁଟିଆ ଗ୍ରାମଦେବୀ ଙ୍କ ପ୍ରାଙ୍ଗଣରେ ଥିବା ପଡିଆ ଜମିରେ ବିଭିର୍ଣ ପ୍ରକାରର ଚାରା ରୋପଣ କରାଯାଇଛି ।ଉକ୍ତ କାର୍ଯକ୍ରମ ରେ ସଭାପତି ଶ୍ରୀ ସ୍ମୃତିରଞ୍ଜନ ବେହେରା ,ଉପ ସଭାପତି ଶ୍ରୀ ଅନିଲ କୁମାର ବଳ, ସମ୍ପାଦକ ଶ୍ରୀ ପ୍ରାଣବନ୍ଧୁ ରାଉତ ,ସହ ସମ୍ପାଦକ ଶ୍ରୀ ସବ୍ୟସାଚୀ ସାହୁ, କୋସାଧକ୍ଷ ଶ୍ରୀ ଅଶୋକ କୁମାର ବେହେରା, ସାମାଜିକ ଗଣମାଧ୍ୟମ ସଂଯୋଜକ ଶ୍ରୀ ସୁଜିତ କୁମାର ରାଉତ ଓ ତ୍ରିଲୋଚନ ପାଣି ପ୍ରମୁଖ ଉପସ୍ଥିତ ରହି କାର୍ଯକ୍ରମ କୁ ସଫଳ ରୂପାୟନ କରିଥିଲେ ।ଆସୋସିଏସନ ର ମୁଖ୍ୟ ପରାମର୍ଶ ଦାତା ଇଂ ଶ୍ରୀଯୁକ୍ତ ସୁଶୀଲ କୁମାର ମହାନ୍ତି ଓ ଆଇନ ପରାମର୍ଶ ଦାତା ଶ୍ରୀଯୁକ୍ତ ନିରଞ୍ଜନ ସାମଲ ଧନ୍ୟବାଦ ଦେଇଥିଲେ ।ସାଧାରଣ ସଦସ୍ୟ ମାନଙ୍କ ମଧ୍ୟରେ ଶ୍ରୀ ସୁନୀଲ କୁମାର ଶତପଥି , ଦୀପକ ମଳିକ, ସୁଶାନ୍ତ କୁମାର ଜେନା, ଦିବାକର ଲେଙ୍କା, ଦୀପକ ଦାସ, ଶଙ୍କର ସେଠି , ଆଶିଷ ବିଶ୍ୱାଳ, ବିଶ୍ୱ ପ୍ରକାଶ ଖୁଣ୍ଟିଆ, ସଂଜୀବ ପରିଡା, ଦର୍ଶନ ବେହେରା , ହିମାଂଶୁ ବେହେରା, ସମରେନ୍ଦ୍ର ସାହୁ, ଜିତେନ୍ଦ୍ର ସାହୁ,ଗଣେଶ୍ୱର ପଣ୍ଡା,ରଞ୍ଜନ ରାଉତ , ଜିତେନ୍ଦ୍ର ସାହୁ,ଚିନ୍ମୟ ବରାଳ ଓ ଆଲୋକ କୁମାର ରାୟ ପ୍ରମୁଖ ଯୋଗଦେଇଥିଲେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button