ଅପରାଧ

ଦୁର୍ନୀତି ଅଭିଯୋଗରେ ୩ ସରକାରୀ ଅଧିକାରୀ ନିଲମ୍ବିତ।

IBN ଓଡିଶା (ବ୍ୟୁରୋ):-ଯାଜପୁର:ରାଠୋର ହେଲେ କଠୋର।ଯାଜପୁର ଜିଲ୍ଲାପାଳ ଙ୍କ କଠୋର ପ୍ରଦେକ୍ଷେପ।ମାନ୍ୟବର ଜିଲ୍ଲାପାଳ ଯାଜପୁର ରେ ପାଦ ଥାପିବା ଦିନରୁ ଦୁର୍ନୀତି ରେ ବୁଡି ରହିଥିବା ଅଫିସର ଙ୍କ ଉପରେ କଡା କଯ୍ୟାନୁଷ୍ଠାନ ନେଇ ଉଚିତ ଶାସ୍ତି ପ୍ରଦାନ କରୁଛନ୍ତି।ସେହିପରି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଜରୀ ପଞ୍ଚାୟତରେ ବ୍ୟାପକ ଅନିୟମିତତା ଅଭିଯୋଗରେ ତିନି ସରକାରୀ ଅଧିକାରୀ ନିଲମ୍ବିତ ହୋଇଥିବା ଜଣାଯାଇଛି। ଏହି ତିନି ଅଧିକାରଙ୍କୁ ଜିଲ୍ଲାପାଳ ନିଲମ୍ବନ କରିଥିବା ଜଣାଯାଇଛି।ମିଳିଥିବା ସୂଚନା ଅନୁଯାୟୀ, ପଞ୍ଚାୟତର ପିଇଓ ପ୍ରକାଶ କୁମାର ଜେନା, ଜିଆରଏସ ପାର୍ଥସାରଥୀ ଥାଟୋଇ ଏବଂ କନିଷ୍ଠ ଯନ୍ତ୍ରୀ ତୁଷାର କୁମାର ପାତ୍ରଙ୍କୁ ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ନିଲମ୍ବନ କରିଛନ୍ତି। ସୂଚନାଯୋଗ୍ୟ, ପଞ୍ଚାୟତରେ ମନରେଗା ଯୋଜନାର ବିଭିନ୍ନ କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା ହୋଇଥିବାର ଅଭିଯୋଗ ହୋଇ ଆସୁଥିଲା।ଯାହାର ଆଜି ଅନ୍ତ ଘଟାଇ ପଞ୍ଚାୟତ ବାସୀ ଙ୍କୁ ନ୍ୟାୟ ପ୍ରଦାନ କରିଛନ୍ତି ମାନ୍ୟବର ଜିଲ୍ଲାପାଳ ମହୋଦୟ।

Related Articles

Leave a Reply

Your email address will not be published. Required fields are marked *

Back to top button