ରାଜ୍ୟ

ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରସ୍ତୁତ କରନ୍ତୁ ସ୍ବତନ୍ତ୍ର ଯୋଜନା – Ibnodisha

[ad_1]

ଉତ୍କଳ ବିଶ୍ବବିଦ୍ୟାଳୟରେ ଅଧ୍ୟକ୍ଷ ସମ୍ମିଳନୀ

ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କ ପାଖରେ ଥିବା ସାମର୍ଥ୍ୟକୁ ଉପଯୋଗ ପାଇଁ ମହତ୍ତ୍ବପୂର୍ଣ୍ଣ ଶକ୍ତିର ଆବଶ୍ୟକତା ରହିଛି। ସେମାନଙ୍କ ଦକ୍ଷତା ବୃଦ୍ଧି ଓ ନେତୃତ୍ବ ବିକାଶ ସହ ଉଦ୍ୟୋମିତାକୁ ଗୁରୁତ୍ବ ଦେବା ଦରକାର। ଛାତ୍ରଛାତ୍ରୀଙ୍କ ଚିନ୍ତାଧାରା ଓ ଅନୁଭବକୁ କିଭଳି ଉପଯୋଗ କରାଯାଇ ସେମାନଙ୍କ ଦକ୍ଷତା ବୃଦ୍ଧି ପାଇବ ସେଥିପାଇଁ ମହାବିଦ୍ୟାଳୟ ଅଧ୍ୟକ୍ଷମାନେ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରନ୍ତୁ ବୋଲି ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଆହ୍ବାନ ଦେଇଛନ୍ତି।
ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ‘ଏମ୍ବେଡିଂ ଫ୍ୟୁଚର ସ୍କିଲ ପ୍ରାଇମ ଇନ୍‌ ହାୟର ଏଜୁକେସନ ଇନଷ୍ଟିଚ୍ୟୁସନ’ ଶୀର୍ଷକ ପ୍ରଶିକ୍ଷଣ ଶିବିରରେ ମୁଖ୍ୟଅତିଥି ଭାବେ ଯୋଗଦେଇ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଛନ୍ତି ଯେ ଶିକ୍ଷା ଗ୍ରହଣ ସହ ଦକ୍ଷତା ବିକାଶ ବି ଜରୁରୀ। ଶିକ୍ଷା ଓ ଦକ୍ଷତା ବିକାଶର ଦୁଇଟି ସ୍ତମ୍ଭକୁ ଉପଯୋଗ କରି ମିଳିତ ଆକାଂକ୍ଷା ଉପରେ କାର୍ଯ୍ୟ ପାଇଁ ମିଳିତ ରଣନୀତି ପ୍ରସ୍ତୁତ ଜରୁରୀ। ଛାତ୍ରଛାତ୍ରୀ ପଢୁଥିବା ସମୟରେ ହିଁ ସେମାନେ କିଭଳି ଦକ୍ଷ ଓ ରୋଜଗାରକ୍ଷମ ହୋଇପାରିବେ ସେଥିପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ ସହ ତାହାର କାର୍ଯ୍ୟାନ୍ବୟନ ଉପରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଗୁରୁତ୍ବ ଦିଅନ୍ତୁ ବୋଲି ପ୍ରକାଶ କରିଛନ୍ତି।
ଡବ୍ଲ୍ୟୁବି-ଓଏଚଇପିଇଇ ସଂଯୋଜକ ପ୍ରଫେସର ନିଗମାନନ୍ଦ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ ମହାବିଦ୍ୟାଳଗୁଡ଼ିକରେ ପ୍ରୟୋଗାତ୍ମକ ଶିକ୍ଷା ଉପରେ ଅଧିକ ଗୁରୁତ୍ବ ଦେଲେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇପାରିବ। ପ୍ରଚଳିତ ପାଠ୍ୟକ୍ରମ ସହିତ ପ୍ରୟୋଗାତ୍ମକ ଓ କ୍ଷେତ୍ର ପରିଦର୍ଶନ ଶିକ୍ଷା ଉପରେ ଗୁରୁତ୍ବ ଦେବା ଆବଶ୍ୟକ। ଏହାସହିତ ନାକ ଗ୍ରେଡ ଏବଂ ସ୍ବୟଂଶାସିତ ମାନ୍ୟତା ମିଳିବା ନେଇ ପଦକ୍ଷେପ ନେବା ଦରକାର ବୋଲି ପ୍ରଫେସର ଦାସ ଅଧ୍ୟକ୍ଷମାନଙ୍କୁ ପରାମର୍ଶ ଦେଇଛନ୍ତି।
ଛାତ୍ରଶକ୍ତି ଯେତେ ସଶକ୍ତ ହେବ ଦେଶର ବିକାଶ ସେତେ ଅଧିକ ହେବ। ସେମାନଙ୍କ ପରିବର୍ତ୍ତନଶୀଳ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାର ପ୍ରତିବଦ୍ଧତା ରହିବା ଆବଶ୍ୟକ। ଛାତ୍ରଛାତ୍ରୀଙ୍କୁ ରୋଜଗାର ଯୋଗାଇବା, ସ୍ୱାବଲମ୍ବନ କରିବା, କର୍ମ କ୍ଷେତ୍ରରେ ଆଗେଇ ନେବା ପାଇଁ ସେମାନଙ୍କ ଦକ୍ଷତା ବିକାଶ କରାଯିବା ଦରକାର। ସେମାନଙ୍କ ସାମାଜିକ ଓ ଆର୍ଥିକ ଉନ୍ନତି ଆଣିବା ଅନ୍ୟତମ ପ୍ରଚେଷ୍ଟା ବୋଲି ପ୍ରଫେସର ଦାସ କହିଛନ୍ତି।
ପରୀକ୍ଷା ନିୟନ୍ତ୍ରକ ଡ.ଶରତ ମାଝୀ କହିଛନ୍ତି ଯେ ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟର ପ୍ରଚଳିତ ପାଠ୍ୟକ୍ରମ ସହିତ ସେମାନଙ୍କ ଦକ୍ଷତା ବିକାଶ ପାଇଁ ଅନଲାଇନରେ ପ୍ରଶିକ୍ଷଣ ନେଇପାରିବେ। ଏଭଳି ପାଠ୍ୟକ୍ରମ ଅନଲାଇନରେ ଅଧ୍ୟୟନ କରିପାରିଲେ ସେମାନଙ୍କ ସାମର୍ଥ୍ୟ ବୃଦ୍ଧି ପାଇବ ଏବଂ ସେମାନେ ରୋଜଗାରକ୍ଷମ ହୋଇପାରିବେ। ସବୁ ଛାତ୍ରଛାତ୍ରୀ ଏକାଡେମିକ ବ୍ୟାଙ୍କ କ୍ରେଡିଟ ପଞ୍ଜୀକରଣ କରିବା ବାଧ୍ୟତାମୂଳକ। ଏ ସଂକ୍ରାନ୍ତରେ ଅଧ୍ୟକ୍ଷମାନେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ ପାଇଁ ପଦକ୍ଷେପ ନେବା ଆବଶ୍ୟକ ବୋଲି କହିଥିଲେ। ୟୁଇସିଏଚ ନିର୍ଦେଶକ ପ୍ରଫେସର ଅବିଦ ଅଲି ଖାନ କାର୍ଯ୍ୟକ୍ରମ ସଞ୍ଚାଳନ କରିବା ସହ ପ୍ରଶିକ୍ଷଣର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।
‘ଏମ୍ବେଡିଂ ଫ୍ୟୁଚର ସ୍କିଲ ପ୍ରାଇମ ଇନ୍‌ ହାୟର ଏଜୁକେସନ ଇନଷ୍ଟିଚ୍ୟୁସନ’ ଶୀର୍ଷକ ପ୍ରଶିକ୍ଷଣ ଶିବିରରେ ଉତ୍କଳ ବିଶ୍ବବିଦ୍ୟାଳୟ ସହ ଅନୁବନ୍ଧିତ ଥିବା ୧୭ଟି ମହାବିଦ୍ୟାଳୟର ଅଧ୍ୟକ୍ଷ ଅଂଶଗ୍ରହଣ କରିଥିଲେ ଏବଂ ପ୍ରଶିକ୍ଷଣ ନେଇଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button