ରାଜ୍ୟ

ତିର୍ତ୍ତୋଲ ବିଧାୟଙ୍କ ବିବାହ ବିବାଦ ମାମଲା; ତଥ୍ୟ ଦାଖଲ କଲେ ସୋମାଲିକା – Ibnodisha

[ad_1]

ଭୁବନେଶ୍ୱର : ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ବିବାହ ବିବାଦ ମମଲା । କଟକ ବିବାହ ପଞ୍ଜୀକରଣ ଅଫିସରେ ତଥ୍ୟ ଦାଖଲ କଲେ ସୋମାଲିକକା । ବିଜୟଙ୍କ ଦ୍ୱିତୀୟ ବିବାହ ଆବେଦନ ଆପତ୍ତି ଉପରେ ତଥ୍ୟ ଦାଖଲ କଲେ । ବିଜୟଙ୍କ ଦ୍ୱିତୀୟ ବିବାହ ଉପରେ ଆପତ୍ତି କରିଥିଲେ ସୋମାଲିକା । ଆପତ୍ତି ଉପରେ ତଥ୍ୟ , ପ୍ରମାଣ ସହ ହାଜର ପାଇଁ ନିଦେ୍ର୍ଦଶ ହୋଇଥିଲା । ପୂର୍ବରୁ କଟକ ବିବାହ ପଞ୍ଜିକରଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ହାଜର ହେବା ପାଇଁ ସୋମାଲିକା ଦାଶ, ବିଜୟଶଙ୍କର ଦାସ ଓ ପ୍ରତ୍ୟୁଷା ନନ୍ଦଙ୍କୁ ନୋଟିସ୍‌ ହୋଇଥିଲା। ହେଲେ ସୋମାଲିକା ହାଜର ହୋଇ ନିଜର ପକ୍ଷ ରଖିବା ସହ ପ୍ରତ୍ୟୁଷା ପୂର୍ବରୁ ବିବାହିତା ବୋଲି ଯୁକ୍ତି ବାଢିଥିଲେ। ତେବେ ପ୍ରତ୍ୟୁଷାଙ୍କ ବିବାହ ସମ୍ପର୍କିତ ପ୍ରମାଣ ଦାଖଲ କରିବାକୁ ପଞ୍ଜିକରଣ ଅଧିକାରୀ କହିଥିଲେ। ସେଥିପାଇଁ ଦୁଇ ସପ୍ତାହ ସମୟ ଦେବାକୁ ସୋମାଲିକା ଅନୁରୋଧ କରିଥିଲେ। ଆସନ୍ତା ତାରିଖରେ ପ୍ରତ୍ୟୁଷାଙ୍କ ବିବାହ ସମ୍ପର୍କିତ ପ୍ରମାଣ ସହ ପୁନର୍ବାର ହାଜର ହେବାକୁ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡା ନିଜ ପକ୍ଷରୁ ୩ ଜଣ ସାକ୍ଷୀଙ୍କ ସାକ୍ଷଗ୍ରହଣ କରିବାକୁ ସୋମାଲିକା ଆବେଦନ କରିଛନ୍ତି। ପୂର୍ବରୁ ସୋମାଲିକା ଲିଖିତ ଆପତ୍ତି ଦାଖଲ କରିଥିବା ବେଳେ ସ୍ପେଶାଲ ମ୍ୟାରେଜ ଆକ୍ଟର ଧାରା ୫ ଅନ୍ତର୍ଗତ କେତେକ ପ୍ରଶ୍ନ ତାଙ୍କୁ ମ୍ୟାରେଜ ଅଫିସର ଆଜି ପଚାରିଥିଲେ। ବିବାହ ପଞ୍ଜୀକରଣ ପାଇଁ ବିଜୟଶଙ୍କରଙ୍କ ସହିତ ଆବେଦନ କରିଥିବା ଯୁବତୀ ନିଜକୁ ଅବିବାହିତା ବୋଲି ଦରଖାସ୍ତରେ ଉଲ୍ଲେଖ କରିଥିବା ତଥ୍ୟ ସତ୍ୟ ନୁହେଁ ବୋଲି ସୋମାଲିକା ଦର୍ଶାଇଥିଲେ। ସଂପୃକ୍ତ ଯୁବତୀ ବିବାହିତା ବୋଲି ସୋମାଲିକା କହିଥିଲେ। ଏଭଳି ଅଭିଯୋଗ ସପକ୍ଷରେ ପ୍ରମାଣ ଦାଖଲ କରିବାକୁ ମ୍ୟାରେଜ ଅଫିସର ସୋମାଲିକାଙ୍କୁ କହିଥିଲେ। ଏଥିପାଇଁ ସୋମାଲିକା ଅଧିକ ସମୟ ଲୋଡ଼ିଥିଲେ।ଏଥି ସହିତ ସୋମାଲିକାଙ୍କ ତରଫରୁ ତିନି ଜଣ ସାକ୍ଷୀଙ୍କ ତାଲିକା ମ୍ୟାରେଜ ଅଫିସରଙ୍କୁ ପ୍ରଦାନ କରାଯାଇଥିଲା। ପରବର୍ତ୍ତୀ ଶୁଣାଣି ସମୟରେ ଉପସ୍ଥିତ ରହିବା ପାଇଁ ଏହି ସାକ୍ଷୀଙ୍କୁ ନୋଟିସ୍ ଜାରି କରାଯିବ ବୋଲି ମ୍ୟାରେଜ ଅଫିସର ଗୋପବନ୍ଧୁ ପରିଡ଼ା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୋମାଲିକା ଯେଉଁ ଅଭିଯୋଗ କରିଛନ୍ତି ସେ ନେଇ ପ୍ରମାଣ ଦାଖଲ କରିବାକୁ ତାଙ୍କୁ କୁହାଯାଇଛି ବୋଲି ମ୍ୟାରେଜ ଅଫିସର କହିଛନ୍ତି। ଆସନ୍ତା ୩୦ ତାରିଖରେ ଅରିଜିନାଲ ଡକୁ୍ୟମେଣ୍ଟ ଦାଖଲ ରùରûପାଇଁ ନିଦେ୍ର୍ଦଶ ଦିଆଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button