ରାଜ୍ୟ

ହସ୍ପିଟାଲ ଔଷଧ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ମେଡିସିନ ପୋଡ଼ି ପାଉଁଶ – Ibnodisha

[ad_1]

ବୌଦ୍ଧ : ମୁଖ୍ୟ ଚିକିତ୍ସାଳୟ ଔଷଧ ଗୋଦାମରେ ଅଗ୍ନିକାଣ୍ଡ । ସର୍ଟ ସର୍କିଟ ଯୋଗୁଁ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା । ଲକ୍ଷାଧିକ ଟଙ୍କାର ମେଡିସିନ ପୋଡ଼ି ନଷ୍ଟ ହୋଇଥିବା ସୂଚନା। ବହୁ ମୂଲ୍ୟବାନ ଇଞ୍ଜେକସନ, ମେଡିସିନ ଏସି, ଡିପ ଫ୍ରିଜର ସହିତ ବହୁ ବିଦ୍ୟୁତ୍ ସାମଗ୍ରୀ ପୋଡି ନଷ୍ଟ ହୋଇ ଯାଇଛି। ନିଆଁକୁ ଆୟତ୍ତ କଳା ଦମକଳ ବାହିନୀ।

ସୂଚନାଥାଉକି,ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଔଷଧ ଗୋଦାମ ଗୃହରେ ନିଆ ଲାଗିଥିବା ବେଳେ ସିକ୍ୟୁରିଟି ଗାର୍ଡ ଏ ନେଇ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ସୂଚନା ପାଇ ଉପରିସ୍ଥ ସେଠାରେ ପହଞ୍ଚି ବୌଦ୍ଧ ଦମକଳ ବାହିନୀକୁ ଖବର ଦେବା ପରେ ସେମାନେ ଆସି ପ୍ରାୟ ୨ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button