ଦେଶ

ଗିରଫ ହେଲେ ଦୁରାତ୍ମା ତଡ଼ିବା ପାଇଁ ମହିଳାଙ୍କୁ ଇସ୍‌ଲାମ୍‌ ଧର୍ମରେ ଦୀକ୍ଷିତ କରିବାକୁ ବାଧ୍ୟ କରିଥିବା ମୌଲବୀ – Ibnodisha

[ad_1]

ଗାଜିଆବାଦ: ଇସ୍‌ଲାମ୍‌ ଧର୍ମରେ ଦୀକ୍ଷିତ ହେଲେ ଦୁରାତ୍ମା କବଳରୁ ତ୍ରାହି ପାଇବ ବୋଲି ଜଣେ ହିନ୍ଦୁ ମହିଳାଙ୍କୁ ପ୍ରବର୍ତ୍ତାଇ ଥିବା ମୌଲବୀଙ୍କୁ ଶୁକ୍ରବାର ଦିନ ଉତ୍ତର ପ୍ରଦେଶରୁ ଗିରଫ କରାଯାଇଥିବା କଥା ପୁଲିସ କହିଛି। ଉକ୍ତ ମହିଳାଙ୍କ ୩୫ ବର୍ଷିୟ ପୁତ୍ର ଅକ୍ଷୟ ଶ୍ରୀବାସ୍ତବଙ୍କ ଅଭିଯୋଗକୁ ଆଧାର କରି ସର୍‌ଫରାଜ୍‌ ନାମକ ସେ ମୌଲବୀଙ୍କୁ ଗିରଫ କରାଯାଇଛି। ଅଭିଯୋଗ ପତ୍ରରେ ଅକ୍ଷୟ ପୁଲିସକୁ କହିଛନ୍ତି ଯେ, ୨୦୧୭ ମସିହାରୁ ତାଙ୍କ ମାଆ ମିନୁଙ୍କଠାରେ କେତେକ ମାନସିକ ଓ ଶାରୀରିକ ସମସ୍ୟା ଦେଖା ଦେଇଛି। କେତେଜଣ ଲୋକଙ୍କ ବୁଦ୍ଧିପରେ ପଡ଼ି ସୁସ୍ଥ ହେବା ପାଇଁ ସେ ମୌଲବୀଙ୍କ ସହାୟତା ଲୋଡ଼ିଥିଲେ।ମୌଲବୀଙ୍କ ପରାମର୍ଶ ଅନୁଯାୟୀ ମାଆ ଘରେ ଥିବା ସମସ୍ତ ଦେବାଦେବୀ ପ୍ରତିମା ଓ ଫଟୋ ବାହାର କରିଦେଲେ। ତା’ପରେ ସେ ମୌଲବୀ ସନ୍ତାନସନ୍ତତି ଓ ପରିବାରର ଅନ୍ୟମାନଙ୍କୁ ଇସ୍‌ଲାମ୍‌ ଧର୍ମରେ ଦୀକ୍ଷିତ କରାଇବା ପାଇଁ ମାଆଙ୍କ ଉପରେ ଚାପ ପକାଇଲେ। ନନ୍ଦଗ୍ରାମ ‘ଏସିପି’ ରବି କୁମାର ସିଂହ କହିଛନ୍ତି ଯେ, ମୋର୍ତି ଗାଁ ଟ୍ରି-ସେକ୍‌ସନ୍‌ରୁ ସେ ମୌଲବୀଙ୍କୁ ଗିରଫ କରାଯାଇଛି। ପଚରାଉଚରା ବେଳେ ମୌଲବୀ ସର୍‌ଫରାଜ୍‌ ପୁଲିସକୁ କହିଛନ୍ତି ଯେ, ଗତ ୮ ବର୍ଷ ହେବ ସେ ଉପରୋକ୍ତ ଅଞ୍ଚଳରେ ଧାର୍ମିକ କାର୍ଯ୍ୟ କରି ଆସୁଛନ୍ତି ଏବଂ ଭୂତ ଭୟ ଦେଖାଇ ରୁଗ୍‌ଣ ଲୋକମାନଙ୍କୁ ଇସ୍‌ଲାମ୍‌ ଧର୍ମରେ ଦୀକ୍ଷିତ ହେବାକୁ ବାଧ୍ୟ କରୁଛନ୍ତି। ‘ଉତ୍ତର ପ୍ରଦେଶ ପ୍ରୋହିବିସନ୍‌ ଅଫ୍‌ ଅନ୍‌ଲଫୁଲ୍‌ ରିଲିଜିୟସ୍‌ କନ୍‌ଭର୍ସନ୍‌ ଆକ୍ଟ୍‌’ ଓ ‘ଡ୍ରଗ୍‌ସ୍‌ ଆଣ୍ଡ୍‌ ମେଜିକ୍‌ ରିମେଡିଜ୍‌ ଆକ୍ଟ’ ଅନୁସାରେ ସର୍‌ଫରାଜ୍‌ଙ୍କୁ ଗିରଫ କରାଯାଇଛି ବୋଲି ‘ଏସିପି’ ରବି କୁମାର ସିଂହ କହିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button