ରାଜନୀତି

ବିଜେଡି ସରକାର ହୀନ ରାଜନୀତି ଓ ନୀଚ୍ଚ ମାନସିକତାରେ ପୀଡିତ : ଅନିଲ ବିଶ୍ୱାଳ – Ibnodisha

[ad_1]

ନଭେମ୍ବର ୨୪ରେ ବିଜୁ ଜନତା ଦଳ ସାମ୍ବାଦିକ ସମ୍ମିଳନୀ କରି ସମାଲୋଚନା କରିଥିଲା, ନଭେମ୍ବର ୨୫ଦିନ ସଭାରେ ବିଦ୍ୟୁତକାଟ୍ ହେଲା
ନଭେମ୍ବର ୨୦ତାରିଖ ଦିନ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାକୁ ଯାଇନଥିଲେ
ରାଷ୍ଟ୍ରପତି, ରାଜ୍ୟପାଳଙ୍କ ସଭାରେ ବାରମ୍ବାର ବିଦ୍ୟୁତ୍‌କାଟ କାହିଁକି ହେଉଛି?
ମୁଖ୍ୟମନ୍ତ୍ରୀଙ୍କ ସଭାରେ କେବେ ଏଭଳି ବିଦ୍ୟୁତକାଟ୍ ହୋଇଛି କି?
ଏଭଳି ନୀଚ ମାନସିକତା ଓଡ଼ିଆ ଲୋକମାନଙ୍କର ଲୋକଚରିତ୍ର ନୁହେଁ

ଭୁବନେଶ୍ୱର : ଗତକାଲି ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମହୋଦୟଙ୍କର ଭୁବନେଶ୍ୱରରେ ଏକ ସଭାରେ ବାରମ୍ବାର ବିଦ୍ୟୁତ୍‌କାଟ ହେଲା । ଏହା ପଛରେ ରାଜ୍ୟ ସରକାରଙ୍କ ଷଡଯନ୍ତ୍ର ଥିବା ସ୍ପଷ୍ଟ ଅନୁମାନ କରିହେଉଛି । କାରଣ ବିଶ୍ୱଭୂଷଣ ହରିଚନ୍ଦନ ମହୋଦୟ କିଛିଦିନ ତଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ଦର୍ଶନ ଅବ୍ୟବସ୍ଥାକୁ ନେଇ ନିଜର ଉଦ୍‌ବେଗ ପ୍ରକାଶ କରିଥିଲେ । ଏହାକୁ ନେଇ ବିଜୁ ଜନତା ଦଳର ଜଣେ ସାଂସଦ ନଭେମ୍ବର ୨୪ତାରିଖ ଦିନ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀଯୁକ୍ତ ହରିଚନ୍ଦନ ମହୋଦୟଙ୍କୁ ସମାଲୋଚନା କରିଥିଲେ । ଏହାର ଠିକ୍ ପରଦିନ ଅର୍ଥାତ୍ ନଭେମ୍ବର ୨୫ତାରିଖ ଦିନ ଶ୍ରୀଯୁକ୍ତ ହରିଚନ୍ଦନଙ୍କ ସଭାରେ ବିଦ୍ୟୁତ୍‌କାଟ ହେବା ଦର୍ଶାଉଛି ଯେ, ବିଜୁ ଜନତା ଦଳ ହୀନ ରାଜନୀତି ଓ ନୀଚ୍ଚ ମାନସିକତାରେ ପୀଡିତ ।

ଶ୍ରୀଯୁକ୍ତ ହରିଚନ୍ଦନ ମହୋଦୟ ଆଗରୁ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ, ପାଇକ ସଂଗ୍ରାମ ସ୍ମାରକୀ ନିର୍ମାଣ ବିଳମ୍ବିତ ପ୍ରସଙ୍ଗରେ ଜଣେ ଓଡ଼ିଆ ଭାବରେ ନିଜର ଉଦ୍‌ବେଗ ପ୍ରକାଶ କରିଥିଲେ । ଯାହା ବୋଧହୁଏ ବିଜୁ ଜନତା ଦଳ ସରକାରଙ୍କୁ ଭଲ ଲାଗି ନଥିଲା ବୋଲି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି । ଆଗରୁ ରାଷ୍ଟ୍ରପତି ମହାମହିମ ଦୌପଦୀ ମୁର୍ମୁଙ୍କ ସଭାରେ ମଧ୍ୟ ବିଦ୍ୟୁତ୍‌କାଟ ହୋଇଥିଲା । ଓଡ଼ିଶାରେ ଏଭଳି ଘଟଣା ବାରମ୍ବାର ଘଟିବା ପଛରେ କାରଣ କ’ଣ? ମୁଖ୍ୟମନ୍ତ୍ରୀ କିମ୍ବା ତାଙ୍କ ସଚିବଙ୍କ ସଭାରେ କାହିଁ କେବେ ବିଦ୍ୟୁତ୍‌କାଟ ହେବାର ନଜିର ନାହିଁ । ଏଥିରୁ ଲାଗୁଛି ବୋଧହୁଏ ରାଜ୍ୟ ସରକାର ଜାଣିଶୁଣି ଏଭଳି କରୁଛନ୍ତି । ଏଭଳି ନୀଚ ମାନସିକତା ଓଡ଼ିଆ ଲୋକମାନଙ୍କର ଲୋକଚରିତ୍ର ନୁହେଁ । ଯାହା ଘଟୁଛି ଏହା ଓଡ଼ିଶା ପାଇଁ ଚିନ୍ତାଜନକ ଓ ଲଜ୍ଜ୍ୟାଜନକ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି।

ଏବେ ନଭେମ୍ବର ୨୦ ତାରିଖ ଦିନ ମାନନୀୟା ରାଷ୍ଟ୍ରପତି ମହୋଦୟା ଓଡ଼ିଶାଗସ୍ତରେ ଆସିଥିଲେ । ରାଷ୍ଟ୍ରପତି କୌଣସି ରାଜ୍ୟକୁ ଗସ୍ତ କଲେ ସେଠାକାର ମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ୱାଗତ ପାଇଁ ଆସିବାର ନିୟମ ରହିଛି । କିନ୍ତୁ ମୁଖ୍ୟମନ୍ତ୍ରୀ ସେଦିନ ସ୍ୱାଗତ ପାଇଁ ଯାଇନଥିଲେ । ମାନନୀୟା ଦୌପଦୀ ମୁର୍ମୁ ହେଉଛନ୍ତି ଓଡିଶାମାଟିର ଝିଅ, କେବଳ ଆଦିବାସୀ ସମାଜ ନୁହେଁ ସାରା ଓଡ଼ିଶା ପାଇଁ ଗର୍ବ । କିନ୍ତୁ ତାଙ୍କୁ ଦେଖା କରିବା ପାଇଁ ମୁଖ୍ୟମନ୍ତ୍ରୀ ଗଲେ ନାହିଁ ଯାହା ସାମ୍ବିଧାନିକ ବ୍ୟବସ୍ଥା ଦୃଷ୍ଟିରୁ ଭଲ ସନ୍ଦେଶ ଦେଉନାହିଁ । କେବଳ ସାମ୍ବିଧାନିକ ନୁହେଁ ଜଣେ ଓଡ଼ିଆ ଭାବରେ ମଧ୍ୟ ସୌଜନ୍ୟତା ଦୃଷ୍ଟିରୁ ଯିବା ସ୍ୱଭାବିକ କିନ୍ତୁ ମୁଖ୍ୟମନ୍ତ୍ରୀ ଗଲେ ନାହିଁ । ଆଜି ମଧ୍ୟ ରାଷ୍ଟ୍ରପତି ମହୋଦୟା ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆମେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବାକୁ ଚାହୁଁଛୁ ସେ ସେଭଳି ଭୁଲ ଆଉ କରନ୍ତୁ ନାହିଁ । ନହେଲେ ଏହା ଓଡ଼ିଶା ପାଇଁ ଏକ ଅପମାନ ସୂଚକ କଥା ହେବ । ମୁଖ୍ୟମନ୍ତ୍ରୀ ନିଜକୁ ଶ୍ରେଷ୍ଠ ଭାବି ଓଡ଼ିଶାର ଲୋକଙ୍କ ଭାବାବେଗକୁ ଆଘାତ କରନ୍ତୁ ନାହିଁ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button