ଦେଶ

ରେସ୍କ୍ୟୁ ଅପରେସନରେ ସାମିଲ ହେବ ସେନା: ଟେକନିକାଲ୍ ଟିମ୍ ସହ ମିଶି ମାନୁଆଲ୍ ଡ୍ରିଲିଂ କରିବ ଇଣ୍ଡିଆନ୍ ଆର୍ମି – Ibnodisha

[ad_1]

ଉତ୍ତରାଖଣ୍ଡ: ଉତ୍ତରକାଶୀ ଟନେଲ ରେସ୍କ୍ୟୁ ଅପରେସନରେ ସାମିଲ ହେବ ସେନା। ଅନ୍ୟ ଟେକନିକାଲ୍ ଟିମ୍ ସହ ମିଶି ମାନୁଆଲ୍ ଡ୍ରିଲିଂ କରିବ ଇଣ୍ଡିଆନ୍ ଆର୍ମି। ପ୍ରଥମେ ଟେକନିସିଆନମାନେ ଅଗର ମେସିନର କ୍ଷତିଗ୍ରସ୍ତ ଅଂଶ ବାହାର କରିବା ପରେ ସେନା ପକ୍ଷରୁ ମାନୁଆଲ ଡ୍ରିଲିଂ କରାଯିବ। ତେବେ ଏହି ଅଗର ମେସିନର କ୍ଷତିଗ୍ରସ୍ତ ପାର୍ଟ ବାହାର କରିବାକୁ ପ୍ରାୟ ଗୋଟିଏ ଦିନ ଲାଗିଯିବ ବୋଲି କୁହାଯାଉଛି।

ସେପଟେ ଏବେ ବିକଳ୍ପ ଉପାୟ ଭାବେ ମାନୁଆଲ୍ ଡ୍ରିଲିଂ ଓ ଭର୍ଟିକାଲ୍ ଡ୍ରିଲିଂ କଥା ଚିନ୍ତା କରାଯାଉଛି । ଅର୍ଥାତ୍ ପାରମ୍ପରିକ ପଦ୍ଧତିରେ ଉଦ୍ଧାରକାରୀ ଯବାନମାନେ ପଥର ଖୋଳିବା ସହ ବାକି ପ୍ରାୟ ୧୦ରୁ ୧୨ ମିଟର ଖୋଳି ବାଟ ବାହାର କରିବେ । ଏଥିସହ ପାହାଡ଼ ଉପରୁ ତଳ ଆଡ଼କୁ ଏକ ଗାତ ଖୋଳି ଶ୍ରମିକଙ୍କୁ ବାହାର କରିବା ପାଇଁ ଚିନ୍ତା କରାଯାଉଛି । ଏଥିପାଇଁ ଏକ ବିରାଟ ମେସିନ ଓ ସତଲେଜ ଜଳ ବିଦ୍ୟୁତ ନିଗମ ଏବଂ ONGCର ୧୨ ଜଣିଆ ଟିମ୍ ପାହାଡ଼ ଉପରକୁ ବଡ଼ ମେସିନ ସହ ଯାଇଛନ୍ତି ।

ଆଜିକୁ ୧୫ ଦିନ ହେଲା ନିର୍ମାଣାଧିନ ଟନେଲରେ ଫସି ରହିଛନ୍ତି ୪୧ ଶ୍ରମିକ । ଟନେଲର ନିର୍ମାଣାଧିନ ଏକ ବଡ଼ ଅଂଶ ଧସିଯିବାରୁ ଶ୍ରମିକମାନେ ଭିତରେ ଫସି ରହିଛନ୍ତି। ଉଦ୍ଧାର କାର୍ଯ୍ୟରେ ଲାଗିଥିବା ଅଗର ମେସିନର ଏକ ଅଂଶ ପଥରରେ ଅଟକି ଯାଇଥିବାରୁ, ତାକୁ ବାହାର କରିବା କାମ ଚାଲିଛି। ଉଦ୍ଧାର କାର୍ଯ୍ୟଲାଗି ଦେଶର ବିଭିନ୍ନ ସ୍ଥାନରୁ ଅନେକ ବଡ଼ ବଡ଼ ମେସିନ ମଧ୍ୟ ଆସି ପହଞ୍ଚିବାରେ ଲାଗିଛି।

ତଥାପି ଉଦ୍ଧାର କାର୍ଯ୍ୟରେ ବାରମ୍ବାର ବାଧା ଆସୁଛି। ଧସିଥିବା ସ୍ଥାନରେ ହଠାତ୍ ମାଟି ଧସିବାକୁ ଲାଗିଛି। ପାହାଡ଼ର ସ୍ତରରେ ଆକସ୍ମିକ ପରିବର୍ତ୍ତନ ହେଉଥିବାରୁ ନିରୀକ୍ଷଣ କାର୍ଯ୍ୟ ମଧ୍ୟ ସମ୍ଭବପର ହେଉନଥିବା ଅନ୍ତର୍ଜାତୀୟ ଟନେଲ ବିଶେଷଜ୍ଞ କହିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button