ରାଜ୍ୟ

କାହିଁକି ଆଗୁଆ ବନ୍ଦ ହେଲା ବିଧାନସଭା ଅଧିବେଶନ ? – Ibnodisha

[ad_1]

ବିଧାନସଭାର ଅଧିବେଶନକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ସାରିବା ନେଇ ପ୍ରଶ୍ନ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, ଅଧିବେଶନ ପାଇଁ ୩୦ ଦିନ ଚାଲିବ ବୋଲି ସମୟ ଧାର୍ଯ୍ୟ କରାଯାଇଥିଲା। ମାତ୍ର ୪ ଦିନ ଭିତରେ ଅଧିବେଶନକୁ ଆଗୁଆ ବନ୍ଦ କରିଦେଲେ ସରକାର। ଅହେତୁକ ଭୟ ଯୋଗୁଁ ବନ୍ଦ କରି ଦିଆଯାଇଥିବା ସେ ଅଭିଯୋଗ ଆଣିଛନ୍ତି।

ସେ ଟ୍ୱିଟରେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ଅଣ ଓଡ଼ିଆ ଜମିମାଫିଆ ଓ କର୍ପୋରେଟରଙ୍କୁ ସୁହାଇବା ପାଇଁ ଆଦିବାସୀଙ୍କ ଜମି ହସ୍ତାନ୍ତର ନିୟମକୁ କ୍ୟାବିନେଟରେ ପରିବର୍ତ୍ତନ କରାଯାଇଥିଲା। ଯଦି ଅନୁସୂଚିତ ଜନଜାତି ପରାମର୍ଶଦାତା କମିଟି ଏହାକୁ ଜୁଲାଇ ମାସରୁ ଅନୁମତି ଦେଇଥିଲା, ତେବେ ଏହାକୁ ସର୍ବସାଧାରଣରେ କାହିଁକି ପ୍ରକାଶ କରାଯାଇ ନଥିଲା? ଏଥିପାଇଁ ଲୋକଙ୍କ ମତାମତ ନିଆଯାଇ ଥିଲା କି ? ଏହା ଦ୍ୱାରା କେଉଁମାନେ ଉପକୃତ ହୋଇଥାନ୍ତେ? ଏପରି ନିଷ୍ପତ୍ତି ପଛରେ ଅଣଓଡିଆ ଜମି ମାଫିଆ ଓ କର୍ପୋରେଟଙ୍କ ହାତ ରହିଛି କି ବୋଲି ସେ ପ୍ରଶ୍ନ କରିଛନ୍ତି ଅପରାଜିତା?

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button