ରାଜ୍ୟ

ସଂସ୍କୃତି ପରମ୍ପରା କଳାକୁ ବଞ୍ଚାଇ ରଖିବା ପାଇଁ ମୁରୁଜ ପ୍ରତିଯୋଗିତା – Ibnodisha

[ad_1]

ଯାଜପୁର: ଆମ କଳା ସଂକୃତି ପରମ୍ପରା କ୍ରମଶଃ ଲୋପ ପାଉଛି ଏହା କୁ ବଂଚାଇ ରଖିବା ପାଇଁ ଓ ଅନ୍ତ୍ରଜାତିକ ସ୍ତର ରେ ସ୍ଥାନ ଦେବା ପାଇଁ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ପ୍ରୟାସ ଜାରି ରଖିଛି l ଚଳିତ ବର୍ଷ ଅନ୍ ଲାଇନ୍ ପଞ୍ଚକ ମୁରୁଜ ଓ ପାଞ୍ଚ ପାଳି ଗୁରୁବାର ସେର ମାଣ ଝୋଟି ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଏହି ପ୍ରତିଯୋଗିତାର ମୁରୁଜରେ ମୋଟ୍ କାର୍ତ୍ତିକ ପୂର୍ଣ୍ଣିମା ଅର୍ଥାତ୍ ପଞ୍ଚକ ଦିନ ମୋଟ ୫୭୩୩ଜଣ ପ୍ରତିଯୋଗୀ ଏଥିରେ ଅଂଶ ଗ୍ରହଣ କରିଥିବାର ଦେଖିବାକୁ ମିଳିଥିଲା।

ସେହିଭଳି ପ୍ରଥମ ପାଳି ଗୁରୁବାର ସେର ଝୋଟି ପ୍ରତିଯୋଗିତାରେ ୭୩୫ ଜଣ ଅଂଶ ଗ୍ରହଣ କରିଥିବାର ସୂଚନା ମିଳିଛି।। ଚଳିତ ବର୍ଷ ଅନ୍ ଲାଇନ୍ ଗୁରୁବାର ସେର ମାଣ ଝୋଟି ପ୍ରତିଯୋଗିତାରେ ବାଂଲାଦେଶ, ନେପାଳ, ଶ୍ରୀଲଙ୍କା ଆଦି ଦେଶର ବହୁ ଝୋଟି ଚିତ୍ରକରଙ୍କ ସମେତ ଅନେକ ପ୍ରବାସୀ ଓଡ଼ିଆ ଭାଗ ନେବେ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି। ବିଗତ ବର୍ଷ ଅପକ୍ଷା ଏ ବର୍ଷ ପ୍ରତିଯୋଗୀଙ୍କ ସଂଖ୍ୟା ବଢ଼ିଥିବାର ଦେଖିବାକୁ ମିଳିଛି।ବିଭିନ୍ନ ଦେଶର ଦକ୍ଷ ଚିତ୍ରକର ମାନଙ୍କ ଦ୍ଵାରା ଏହି ଫୁଲ ଘର, ଝୋଟି ଓ ମୁରୁଜ ଚିତ୍ର ଗୁଡ଼ିକୁ ମୂଲ୍ୟାଙ୍କନ କରାଯାଇ ଯୋଗ୍ୟ ବିବେଚିତ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ଆସନ୍ତା ଜାନୁୟାରୀ ୨୬ ତାରିଖ ଦିନ ଆନ୍ତର୍ଜାତୀୟ ସ୍ତରରେ ପ୍ରମାଣପତ୍ର ସହ ବିଭିନ୍ନ ସମ୍ମାନରେ ସମ୍ମାନୀତ କରାଯିବ ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ତଥାଆନ୍ତର୍ଜାତୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ ମତବ୍ୟକ୍ତ କରିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button