ରାଜ୍ୟ

ସୁଯୋଗ ଦେଖି କଳାକନା ବୁଲାଇଲା ଘର କାମବାଲୀ, ସିସିଟିଭିରେ କଏଦ ହେଲା ଚୋରିର ଦୃଶ୍ୟ – Ibnodisha

[ad_1]

ଭୁବନେଶ୍ବର: ରାଜଧାନୀରେ ଘର କାମବାଲୀଙ୍କୁ ସାବଧାନ !  ଭୁବନେଶ୍ଵର ଝାରପଡ଼ା ଜଗନ୍ନାଥ ନଗର ରୋଡ ଅଞ୍ଚଳର ଜଣଙ୍କ ଘରୁ ଏକ କାମବାଲୀ ସୁଯୋଗ ଦେଖି ବେଡ଼ରୁମର ଆଲମିରାରୁ ପାଖାପାଖି ଏକ ଲକ୍ଷ ଟଙ୍କା ଚୋରି କରିଛି। ଏହି ଚୋରିର ଦୃଶ୍ୟ ସିସିଟିଭରେ କଏଦ ହୋଇଛି। ଝାରପଡ଼ା ଜଗନ୍ନାଥ ନଗରରେ ବିଭୁ ପ୍ରସାଦ ମହାପାତ୍ରଙ୍କ ଘରୁ ଏହି ଚୋରି ହୋଇଥିବା ଜଣାପଡ଼ିଛି। ଖବର ଅନୁଯାୟୀ,  ମାମି ପାତ୍ର ନାମକ ମହିଳା ବିଭୁ ପ୍ରସାଦ ମହାପାତ୍ରଙ୍କ ଘରେ ରୋଷେୟା ଭାବେ ଫ୍ରେବୃଆରୀ ମାସରୁ କାମ କରିଆସୁଥିଲା । ମାସକୁ ୪୦୦୦ ହଜାର ଟଙ୍କା ଦରମା ପାଉଥିଲେ। ମହାପାତ୍ରଙ୍କ ନିଜ ଘର କାମ ଚାଲୁଥିବା ଯୋଗୁ ଘରେ ସବୁବେଳେ ନଗଦ ଟଙ୍କା ରହୁଥିଲା । ସମୟ ଓ ସୁଜଗ ଦେଖି ବେଡ଼ରୁମର ଆଲମିରାରୁ ପାଖାପାଖି ଏକ ଲକ୍ଷ ଟଙ୍କା ଚୋରି କରିଛି ଘରକୁ କାମ କରିବାକୁ ଆସୁଥିବା ମାମି। ଏହ ଚୋରିର ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି। ଏହି ଘଟଣାକୁ ନେଇ ଲକ୍ଷ୍ମୀସାଗର ଥାନାରେ ବିଭୁଙ୍କ ପରିବାର ଏତଲା ଦେଇଛନ୍ତି । ଖବର ପାଇ ପୁଲିସ ତଦନ୍ତ ଆରମ୍ଭ କରିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button