ରାଜ୍ୟ

ତେଲେଙ୍ଗାନାରେ ଆଜି ଭୋଟ୍‌; ୨୨୯୦ ପ୍ରାର୍ଥୀ, ୩.୨୬ କୋଟି ଭୋଟର – Ibnodisha

[ad_1]

ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭାର ମୋଟ ୧୧୯ ଆସନ ପାଇଁ ଆସନ୍ତାକାଲି ଅର୍ଥାତ୍ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ଭୋଟଗ୍ରହଣ କରାଯିବ । ଏଥିପାଇଁ ମଙ୍ଗଳବାର ସନ୍ଧ୍ୟା ୫ଟାରୁ ପ୍ରଚାର କାର୍ଯ୍ୟ ଶେଷ ହୋଇସାରିଛି । ବିଭିନ୍ନ ରାଜନୈତିକ ଦଳର ମୋଟ ୨୨୯୦ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିବାବେଳେ ରାଜ୍ୟର ପ୍ରାୟ ୩.୨୬ କୋଟି ଭୋଟର ସେମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବାକୁ ଯାଉଛନ୍ତି ।

ରାଜ୍ୟରେ ମୋଟ ୩୫,୬୫୫ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି । ୧୦୬ଟି ଆସନରେ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ନକ୍ସଲ ପ୍ରଭାବିତ ଅବଶିଷ୍ଟ ୧୩ଟି ଆସନ ପାଇଁ ଏହି ସମୟସୀମା ସକାଳ ୭ଟାରୁ ଅପରହ୍ନ ୪ଟା ଧାର୍ଯ୍ୟ କରାଯାଇଛି । କର୍ମଚାରୀଙ୍କୁ ଭୋଟଦାନ ସୁଯୋଗ ଦେବାକୁ ରାଜ୍ୟର ସମସ୍ତ ଆଇଟି କମ୍ପାନୀ ଗୁରୁବାର ଛୁଟି ଘୋଷଣା କରିବାକୁ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଭୋଟଗ୍ରହଣ କାର୍ଯ୍ୟରେ ୨.୫ ଲକ୍ଷ ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବାବେଳେ ପ୍ରାୟ ଏକ ଲକ୍ଷ ସୁରକ୍ଷା କର୍ମୀଙ୍କୁ ଆଇନ ଶୃଙ୍ଖଳା ଦାୟିତ୍ୱ ଦିଆଯାଇଛି । ରାଜ୍ୟରେ ପ୍ରଥମ ଥର ପାଇଁ ୮୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ଭୋଟରଙ୍କ ପାଇଁ ଘରେ ରହି ମତଦାନ ବ୍ୟବସ୍ଥା କରାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button