ଦେଶ

ବିଷାକ୍ତ ଖାଦ୍ୟ ଖାଇ ୯୦ ଟ୍ରେନ୍‌ଯାତ୍ରୀ ଅସୁସ୍ଥ – Ibnodisha

[ad_1]

ପୁଣେ: ଗୌରବ ଏକ୍ସପ୍ରେସ୍ ଯୋଗେ ଚେନ୍ନାଇରୁ ପାଲିଟାନା (ଗୁଜରାଟ) ଯାଉଥିବାବେଳେ ବିଷାକ୍ତ ଖାଦ୍ୟ ଖାଇ ୯୦ ଜଣ ଯାତ୍ରୀ ଅସୁସ୍ଥ ହୋଇପଡିଥିବା ଜଣାପଡିଛି । ଫଳରେ ପୁଣେ ଷ୍ଟେସନରେ ଟ୍ରେନ୍‌କୁ ଅଟକାଇ ଏହି ଯାତ୍ରୀଙ୍କ ଚିକିତ୍ସା କରାଯାଇଥିଲା । ଫଳରେ ଏକ ଘଣ୍ଟା ବିଳମ୍ବରେ ଟ୍ରେନ୍‌ଟି ପୁଣି ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା ।

ତେବେ ଯାତ୍ରୀଙ୍କୁ ରେଳବାଇ ପକ୍ଷରୁ ଖାଦ୍ୟ ଯୋଗାଇ ଦିଆଯାଇନଥିବା କୁହାଯାଇଛି । ଏହି ଶ୍ରଦ୍ଧାଳୁଙ୍କୁ ତୀର୍ଥଯାତ୍ରାରେ ନେଉଥିବା ଟ୍ରାଭେଲ ସଂସ୍ଥା ଖାଦ୍ୟ ଯୋଗାଇଥିବା ଅସୁସ୍ଥ ଯାତ୍ରୀମାନେ କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button