ଦେଶ

ସୁରଟ କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ; ଜିଅନ୍ତା ଜଳି ପାଉଁଶ ହୋଇଗଲେ ୭ ଶ୍ରମିକ – Ibnodisha

[ad_1]

ଗୁଜରାଟ: ଗୁଜରାଟ, ସୁରଟ ସ୍ଥିତ କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ । ମଙ୍ଗଳବାର ବିଳମ୍ବତ ରାତିରେ କାରଖାନାରେ ବ୍ଲାଷ୍ଟ ହୋଇ ଅଗ୍ନିକାଣ୍ଡ ଘଟିବାରୁ ଜିଅନ୍ତା ଜଳିଗଲେ ୭ କର୍ମଚାରୀ । ଏନେଇ ଆଜି ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ୨୦ ଜଣ ଶ୍ରମିକ ଆହତ ହୋଇଛନ୍ତି । ଏମାନଙ୍କ ଭିତରୁ ୮ଜଣ ଗୁରୁର ଥିବା ଜଣାପଡିଛି । ଅଗ୍ନିଶମ ବାହିନୀଙ୍କ ସୂଚନା ଅନୁସାରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଟ୍ୟାଙ୍କ୍ରେ ପ୍ରଥମେ ବ୍ଲାଷ୍ଟ ହୋଇଥିଲା ।

ପରେ ନିଆଁ ସାରା କାରଖାନାରେ ନିଆଁ ଲାଗିଯାଇଥିଲା । ତୁରନ୍ତ ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ କରିବା କାମ ଆରମ୍ଭ କରିଥିଲେ । ନିଆଁକୁ ଆୟତ କରିବାକୁ ୧୦ ଘଂଟାରୁ ଅଧିକ ସମୟ ଲାଗିଥିଲା । ପ୍ରାଥମିକ ଭାବେ ୨୦ ଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଏହାସହ ୭ କର୍ମଚାରୀ ଗାୟବ ଥିବା ଜଣାପଡିଥିଲା । ମାତ୍ର ନିଆଁକୁ ଆୟତ କରିବା ପରେ କାରଖାମା ଭିତରେ ୭ଟି କଙ୍କାଳ ମିଳିଥିଲା । ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button