ରାଜ୍ୟ

କୋଏଲ୍‌ ନଦୀରେ ବୁଡ଼ି ଚାଲିଗଲା ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ଜୀବନ, ଆଉଜଣେ ଛାତ୍ର ନିଖୋଜ – Ibnodisha

[ad_1]

ରାଉରକେଲା : କୋଏଲ ନଦୀରେ ବୁଡ଼ି ଜଣେ ନାବାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ନିଖୋଜ ଅଛନ୍ତି। ନିଖୋଜ ନାବାଳକଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଚଲାଇଛି ଅଗ୍ନିଶମ ବାହିନୀ। କିନ୍ତୁ ବର୍ତ୍ତମାନ ପର୍ୟ୍ୟନ୍ତ ନିଖୋଜ ଛାତ୍ରଙ୍କ କୌଣସି ପତ୍ତା ମିଳିନାହିଁ।  ସୂଚନା ମୁତାବକ, ରାଉରକେଲା ଲେବର ଟୁର୍ଣ୍ଣାମେଣ୍ଟ ଅଞ୍ଚଳର ୪ ଜଣ ସାଙ୍ଗ ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ପ୍ରଧାନପାଲି ନିକଟ ଦେଇ ବୋହି ଯାଇଥିବା କୋଏଲ ନଦୀକୁ ଗାଧୋଇବାକୁ ଯାଇଥିଲେ।

ଗାଧୋଇବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ବୁଡ଼ି ଯାଇଥିଲେ। ତେବେ ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ଛାତ୍ର ଜଣଙ୍କ ହେଉଛନ୍ତି ପ୍ରିୟାଂଶୁ ଭୋଳ। ସେ ରାଉରକେଲାର ଏକ ଘରୋଇ ସ୍କୁଲ୍‌ରେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ। ଅନ୍ୟପଟେ ନିଖୋଜ ନାବାଳକ ଜଣଙ୍କ ନବମ ଶ୍ରେଣୀରେ ପଢ଼ନ୍ତି ବୋଲି ଜଣାଯାଇଛି। ନିଖୋଜ ନଵମ ଶ୍ରେଣୀ ଛାତ୍ରଙ୍କ ନାମ ପ୍ରିୟରଞ୍ଜନ ପାଢୀ ବୋଲି ଜଣାପଡିଛି। ସେ ମଧ୍ୟ ଲେଵର ଟୁର୍ଣ୍ଣାମେଣ୍ଟ ଅଞ୍ଚଳର।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button