ଦେଶ

ଉନା କୋଟି ମନ୍ଦିର : ଯାହା ଆଜି ମଧ୍ୟ ରହସ୍ୟ ଘେରରେ – Ibnodisha

[ad_1]

ହିନ୍ଦୁ ଧର୍ମ ଗ୍ରନ୍ଥରେ ୩୩ କୋଟି ଦେବଦେବୀ ଙ୍କ ବ୍ୟାଖ୍ୟା ରହିଛି, ସେଥିପାଇଁ ଭାରତ ବର୍ଷରେ ଅନେକ ମନ୍ଦିର ରହିଛି l ତା ସହିତ ଏଭଳି କିଛି ରହସ୍ୟମୟ ମନ୍ଦିର ରହିଛି , ଯାହାର ଆଜି ପର୍ଯ୍ୟନ୍ତ କୌଣସି ସତ୍ୟାସତ୍ୟ ବାହାରି ନାହିଁ l ସେହି ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଉନାକୋଟି ମନ୍ଦିର, ଯାହା ତ୍ରିପୁରା ର ରାଜଧାନୀ ଅଗରତାଲା ନିକଟରୁ ୧୪୫ କିଲୋମିଟର ଦୂରରେ ଅବସ୍ଥିତ ଅଟେ l ଏଠାରେ ଏଭଳି ଗୋଟିଏ ରହସ୍ୟ ରହିଛି ଯାହାକୁ ଆଜି ପର୍ଯ୍ୟନ୍ତ ମଧ୍ୟ କେହି ସମାଧାନ କରିପାରି ନାହାନ୍ତି l କୁହାଯାଇଥାଏ ଯେ ଏହି ସ୍ଥାନରେ ସମୁଦାୟ ୯୯ ଲକ୍ଷ ୯୯ ହଜାର ୯୯୯ ପଥର ମୂର୍ତି ରହିଛି l ମୂର୍ତି ମାନଙ୍କର ଏତେ ସଂଖ୍ୟା କାରଣରୁ ଏହି ସ୍ଥାନର ନାମ ଉନାକୋଟି ରଖା ଯାଇଛି l ଉନାକୋଟି ର ଅର୍ଥ ହିନ୍ଦୀ ରେ ଏକ କୋଟି ରୁ ଗୋଟିଏ କମ l ଏହି ମନ୍ଦିର ଟି ଖୁବ ପୁରୁଣା ଅଟେ, କିନ୍ତୁ ଏଠାକାର କାରୁ କାର୍ଯ୍ୟ ଖୁବ ଆକର୍ଷଣୀୟ l

ଏହି ମୂର୍ତି ଗୁଡିକୁ ନେଇ ଅନେକ କାହାଣୀ ପ୍ରଚଳିତ ରହିଛି l କୁହାଯାଇ ଥାଏ ଯେ ଅନେକ ବର୍ଷ ପୂର୍ବରୁ କାଲୁ ନାମକ ଗୋଟିଏ ଶୀଳ୍ପିକର ଥିଲା l ସେ ଭଗବାନ ଶିବ ଙ୍କ ସହିତ କୈଳାଶ ପ୍ରଭାତ ଯିବାକୁ ଇଚ୍ଛା ରଖିଥିଲl l ତେଣୁ ସେ ନିଜର ସମସ୍ତ ସମୟ ଭଗବାନ ମହାଦେବ ଓ ମାତା ପାର୍ବତୀଙ୍କୁ ଆରାଧନା କରିବାରେ ଲଗାଉ ଥିଲା l ମହାଦେବ ତାର ପୂଜାରେ ଖୁସି ହୋଇ ଦର୍ଶନ ଦେଇଥିଲେ ଓ କହିଥିଲେ ଯେ ନିଜ ମନର ଅଭିଳାଷ ଜଣାଇବା ପାଇଁ, ଏହାପରେ ଶିଳ୍ପୀକାର କହିଥିଲେ ଯେ କଣ ଏହା ସମ୍ଭବ ହୋଇପାରେ କି କୌଣସି ମନୁଷ୍ୟ ଆପଣଙ୍କ ସହିତ କୈଳାଶ ପର୍ବତ ରେ ଯାଇ ରହି ପାରିବ l କିନ୍ତୁ ଭଗବାନ ଶିବ ଏହା ଅସମ୍ଭବ ବୋଲି କହିଥିଲେ , କିନ୍ତୁ ଶିଳ୍ପୀକାର ଏହା ମାନିବାକୁ ପ୍ରସ୍ତୁତ ନଥିଲା l ଏହାର ଉତର ରେ ମହାଦେବ କହିଥିଲେ ଯେ ଯଦି ତୁମେ ଗୋଟିଏ ରାତିରେ ଗୋଟିଏ କୋଟି ମୂର୍ତି ତିଆରି କରିଦେବ ତେବେ ମୁଁ ତମକୁ ମୋ ସହିତ ନେଇ କୈଳାସ ଯାଇ ପାରିବି lଏହାପରେ ଶିଳ୍ପୀକାରଟି କାମରେ ଲାଗି ଯାଇଥିଲା, କିନ୍ତୁ ଗୋଟିଏ କୋଟି ମୂର୍ତି ରୁ ଗୋଟିଏ ମୂର୍ତ୍ତି କମ ହୋଇଥିଲା l ଯେଉଁ କାରଣରୁ ତାର ଇଛା ପୁରାଣ ହୋଇ ପାରିଲା ନାହିଁ l ଏହି ସ୍ଥାନରେ ଶିବ ପରିବାରର ସବୁଠୁ ଅଧିକ ମୂର୍ତି ତିଆରି ହୋଇଛି l

ପୁରାଣର ଅନ୍ୟ ଗୋଟିଏ ରଚନା ଅନୁସାରେ ଏକଦା ମହାଦେବ ଙ୍କ ସମେତ ଏକ କୋଟି ଦେବତା କେଉଁ ଆଡେ ଯାଉଥିଲେ l ରାତି ହୋଇ ଯିବାରୁ ସମସ୍ତ ଦେବତା ଥକି ଯାଇଥିଲେ ଓ ସେଠାରେ ବିଶ୍ରାମ ନେଇଥିଲେ l ମହାଦେବ ମଧ୍ୟ ଶୋଇ ପଡିଲେ l ଯେତେବେଳେ ସୂର୍ଯ୍ୟ ଉଦୟ ହେଲେ ମହାଦେବ ଙ୍କ ବ୍ୟତୀତ ଅନ୍ୟ କେହି ଉଠିଲେ ନାହିଁ l ଏହାପରେ ମହାଦେବ କ୍ରୋଧିତ ହୋଇ ସମସ୍ତ ଦେବଦେବୀ ଙ୍କୁ ଅଭିଶାପ ଦେଇଥିଲେ ପଥର ହୋଇଯିବା ପାଇଁ ଓ ସେମାନେ ପଥର ହୋଇଗଲେ l ଏଥିପାଇଁ ସେଠାରେ ୯୯ଲକ୍ଷ ୯୯ ହଜାର ୯୯୯ ମୂର୍ତି ରହିଛି l ଏଠାରେ ସବୁଠୁ ଆକର୍ଷଣୀୟ ହେଉଛି ଉନାକୋଟିଶ୍ଚର କାଳ ଭୈରବ ଭାବରେ ଶିବ ଙ୍କ ମୂର୍ତ୍ତି l

ଉନାକୋଟି ମନ୍ଦିର ପାହାଡ଼ ଓ ଜଙ୍ଗଲ ମଧ୍ୟରେ ପରିବେଷ୍ଟିତ ଅଟେ l ଆଜି ପର୍ଯ୍ୟନ୍ତ ଏହା ଜଣା ପଡୁନାହିଁ ଯେ ଜଙ୍ଗଲ ପରିବେଷ୍ଟିତ ଏହି ସ୍ଥାନରେ କିଭଳି ଏତେ ଗୁଡିଏ ମୂର୍ତି କିପରି ତିଆରି କରାଗଲା l ଏହି ସ୍ଥାନର ଆଖପାଖ ପଙ୍କୁଆ ଓ କାଦୁଅ ରେ ପୁର୍ଣ ହୋଇ ଥିବାରୁ ଏଠାରେ କେହି ରୁହନ୍ତି ନାହିଁ l

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button