ଦେଶ

ଇସ୍ରୋ ମୁଖ୍ୟ ଏସ୍ ସୋମନାଥଙ୍କୁ କ୍ୟାନ୍‌ସର – Ibnodisha

[ad_1]

ନୂଆଦିଲ୍ଲୀ: ଇସ୍ରୋ ମୁଖ୍ୟ ଏସ୍ ସୋମନାଥଙ୍କୁ କ୍ୟାନ୍‌ସର । ଏକ ଇଣ୍ଟରଭ୍ୟୁରେ ଏନେଇ ସେ ଖୋଦ୍ ଜଣାଇଛନ୍ତି । ଭାରତର ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ୍‌-୧ ଲଞ୍ଚ ବେଳେ ତାଙ୍କୁ କ୍ୟାନ୍‌ସର ହୋଇଥିବା ନେଇ ଜଣାପଡିଥିଲା ବୋଲି ସେ କହିଛନ୍ତି । ସେ କହିଛନ୍ତି, ଚନ୍ଦ୍ରଯାନ-୩ ମିଶନ ଲଞ୍ଚ ବେଳେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇଥିଲା । କିନ୍ତୁ ସେତେବେଳେ ଠିକ୍ ଭାବେ କିଛି ଜଣା ପଡିନଥିଲା । ହେଲେ ଗତବର୍ଷ ସେପ୍ଟେମ୍ବର ୨ ତାରିଖରେ ଆଦିତ୍ୟ ଏଲ୍‌-୧ ମିଶନ ଲଞ୍ଚ ବେଳେ ରୋଗ ଜଣାପଡିଥିଲା ।

ପେଟର ସ୍କାନ୍ କରିବା ବେଳେ ଭିତରେ କିଛି ବଢ଼ୁଥିବା ଜଣାପଡିଥିଲା । ଏହାପରେ ଡାକ୍ତରମାନେ ଏହାକୁ କ୍ୟାନ୍‌ସର ବୋଲି କହିଥିଲେ । ଏହି ଖବର ଜଣାପଡିବା ପରେ ସେ ଆଉ ତାଙ୍କ ପରିବାର ଚିନ୍ତିତ ହୋଇପଡିଥିଲେ ବୋଲି ସେ କହିଛନ୍ତି । ଆଦିତ୍ୟ ଏଲ୍‌-୧ ମିଶନ ଲଞ୍ଚ ପରେ ଏସ୍‌. ସୋମନାଥ ନିଜ ପେଟର ସ୍କାନିଂ କରିଥିଲେ । ଏହାପରେ ଅଧିକ ଚିକିତ୍ସା ପାଇଁ ସେ ଚେନ୍ନାଇ ଯାଇଥିଲେ । ସେଠାରେ ତାଙ୍କୁ ଏହି ରୋଗ ଜେନେଟିକଲି ମିଳିଛି ବୋଲି ଜାଣିବାକୁ ପାଇଥିଲେ । ଏହାପରେ ତାଙ୍କର ସର୍ଜରୀ କରାଯାଇଥିଲା । ପରେ ତାଙ୍କର କେମୋଥେରାପି ଚାଲିଲା । ଏବେ ଏଭଳି ଆଉ କିଛି ନାହିଁ । ଏବେ ସେ ପୂରାପୁରି ସୁସ୍ଥ ଅଛନ୍ତି । ବର୍ତ୍ତମାନ କେବଳ ଔଷଧ ଜାରି ରହିଛି ବୋଲି ସେ କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button