ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ଅଗ୍ରଗତି: ବିଜେଡି – Ibnodisha

[ad_1]
-ବିଜୁ ସେତୁ ଯୋଜନାରେ ଗତ ୧୦ ବର୍ଷରେ ୧୪୧୫ ବ୍ରିଜ ନିର୍ମାଣ ହୋଇଛି
– ମାଓ ପ୍ରଭାବିତ ଅଞ୍ଚଳରେ ୬୦୨ କି.ମି ରାସ୍ତା ନିର୍ମାଣ
ଭୁବନେଶ୍ୱର :ରାଜ୍ୟରେ ରାଜ୍ୟ ରାଜପଥ ୪୧୨୪ କିମି, ଜିଲ୍ଲା ମୁଖ୍ୟ ରାସ୍ତା ୨୬୩୧ କିମି ଓ ଜିଲ୍ଲାର ଅନ୍ୟ ରାସ୍ତା ୧୮,୮୦୯ କିମି ରହିଛି । ରାଜ୍ୟରେ ବିଜୁ ଏକ୍ସପ୍ରେସ ୱେ ଉତ୍ତର ଦକ୍ଷିଣ କରିଡରରେ ୬୩୮ କିମି ନିର୍ଦ୍ଧାରିତ ରାସ୍ତାରୁ ୬୩୫ କିମି ତିଆରି ସମ୍ପୂର୍ଣ୍ଣ ହୋଇଛି ।ସେହିପର ିବିଗତ ଚାରି/ପାଞ୍ଚ ବର୍ଷରେ ୨୦୪ ବ୍ରିଜ ନିର୍ମାଣ, ୧୩ ରୋଡ଼ ଓଭରବ୍ରିଜ, ୧୨ ଚେକ ଡ୍ୟାମ ଓ ୮୨୦୭ କିମି ରାସ୍ତାର ଉନ୍ନତି କରଣ ହୋଇଛି । ଗତ ଏକ ଦଶନ୍ଧିରେ ବିଜୁ ସେତୁ ଯୋଜନାରେ ୧୪୧୫ ଟି ବ୍ରିଜ ନିର୍ମାଣ ହୋଇଛି ବୋଲି ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ଜାତୀୟ ମୁଖପାତ୍ର ଡଃ ସଂତୃପ୍ତ ମିଶ୍ର ।
ଶ୍ରୀ ମିଶ୍ର କହିଛନ୍ତି ଯେ, ନେତାଜୀ ସୁବାଷ ବୋଷ ଓ ବାବା ସାହେବ ଆମ୍ବେଦକରଙ୍କ ନାମରେ ଯଥାକ୍ରମେ କଟକ ଓ ଭୁବନେଶ୍ୱରରେ ଅତ୍ୟାଧୁନିକ ବସ ଷ୍ଟାଣ୍ଡ ନିର୍ମାଣ ହୋଇଛି । ବିମାନ ବନ୍ଦର ଭିତ୍ତିଭୂମି କ୍ଷେତ୍ରରେ ମାଲକାନଗିରି, ରଙ୍ଗେଇଲୁଣ୍ଡା ନିର୍ମାଣ ହୋଇଛି। ଭୁବନେଶ୍ୱର ବିମାନ ବନ୍ଦରକୁ ଅନ୍ତର୍ଜାତୀୟ ବିମାନ ବନ୍ଦର ଭାବେ ରୂପାନ୍ତିକରଣ କରାଯାଇଛି । ସେହିପରି୧୪,୨୭୭ ପ୍ରକଳ୍ପ ମାଧ୍ୟମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯାଇଛି । ଅନ୍ୟପଟେ ପାଞ୍ଚଟି ମହାନଗର ସମେତ ୧୦୯ଟି ନଗରରେ ଶତ ପ୍ରତିଶତ ନଳ ଯୋଗେ ପାନୀୟ ଜଳ ଯୋଗାଣ ହୋଇଛି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ,କୃଷି ଭିତ୍ତିଭୂମି କ୍ଷେତ୍ରରେ ବଲାଙ୍ଗୀରରେ ଲୋୟର ଶୁକତେଲ, ବରଗଡ଼ରେ ଗଙ୍ଗାଧର ମେହର ଲିଫ୍ଟ ଇରିଗେସନ ସମ୍ବଲପୁରରେ ହଳଦିଆ ଡ୍ୟାମ ଇତ୍ୟାଦି ନିର୍ମାଣ ହୋଇଛି । କ୍ରୀଡା ଭିତ୍ତିଭୂମି କ୍ଷେତ୍ରରେ ସର୍ବ ବୃହତ କ୍ରୀଡା ବିଜ୍ଞାନ କେନ୍ଦ୍ର ଓ ଏସିଆର ସର୍ବ ବୃହତ ଇଣ୍ଡୋର ଆଥଲେଟିକ କେନ୍ଦ୍ର ନିର୍ମାଣ ହୋଇଛି । ସେହିପରି୨୦ ହକି ପ୍ରଶିକ୍ଷଣ କେନ୍ଦ୍ର ନିର୍ମିତ ହୋଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ଅନ୍ୟତମ ଜାତୀୟ ମୁଖପାତ ୍ରଡକ୍ଟର ସସ୍ମିତ ପାତ୍ର ଉପସ୍ଥିତ ଥିଲେ ।
[ad_2]