ରାଜନୀତି

ମି‌ଜୋରାମ୍‌ର ସର୍ବକନିଷ୍ଠା ବିଧାୟିକା ‘ଟିଭି ଆଙ୍କର୍‌’ ବେରିଲ୍‌ ବନ୍ନେଇସାଙ୍ଗୀ – Ibnodisha

[ad_1]

ଆଇଜୋଲ୍‌ : ଚଳିତ ମିଜୋରାମ୍‌ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିବା ବିଧାୟକ/ବିଧାୟିକାମାନଙ୍କ ମଧ୍ୟରେ ଉଲ୍ଲେଖଯୋଗ୍ୟସଂଖ୍ୟକ ‘ଇନ୍‌ଷ୍ଟାଗ୍ରାମ୍‌’ ଫଲୋୟର୍ସ ଥିବା ‘ରେଡିଓ ଜକି’ ବେରିଲ୍‌ ବନ୍ନେଇସାଙ୍ଗୀ ରାଜ୍ୟର ସର୍ବକିନିଷ୍ଠ ବିଧାୟିକା ହେବାର ଗୌରବ ଅର୍ଜନ କରିଛନ୍ତି। ‘ଜୋରାମ୍‌ ପିପୁଲ୍‌ସ୍‌ ମୋଭ୍‌ମେଣ୍ଟ୍‌’ (ଜେଡ୍‌ପିଏମ୍‌) ଟିକେଟ୍‌ରେ ଦକ୍ଷିଣ ଆଇଜୋଲ୍‌-୩ୟ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ବନ୍ଦ୍ବିତା କରିଥିବା ୩୨ବର୍ଷୀୟ ବେରିଲ୍‌ ‘ମିଜୋ ନ୍ୟାସ୍‌ନାଲ୍‌ ଫ୍ରଣ୍ଟ୍‌’ର (ଏମ୍‌ଏନ୍‌ଏଫ୍‌) ପ୍ରାର୍ଥୀ ଏଫ୍‌. ଲାଲନୁନ୍‌ମାୱିାଙ୍କୁ ୯,୩୭୦ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି। ନିର୍ବାଚନ କମିସନ୍‌ରେ ଦାଖଲ କରିଥିବା ସତ୍ୟପାଠରେ ବେରିଲ୍‌ ଉଲ୍ଲେଖ କରିଛନ୍ତି ଯେ, ପୂର୍ବରୁ ସେ ‘ଆଇଜୋଲ୍‌ ମହାନଗର ନିଗମ’ର ଜଣେ କର୍ପୋରେଟର୍‌ ଥିଲେ। ମେଘାଳୟ ଅନ୍ତର୍ଗତ ସିଲଂସ୍ଥିତ ‘ନର୍ଥ ଇଷ୍ଟର୍ଣ୍ଣ ହିଲ୍‌ ୟୁନିଭର୍ସିଟି’ରୁ ଏମ୍‌. ଏ. ପାସ୍‌ କରିଥିବା ବେରିଲ୍‌ ଜଣେ ‘ଟେଲିଭିଜନ୍‌ ଆଙ୍କର୍‌’ ଭାବେ କାର୍ଯ୍ୟ କରି ପ୍ରସିଦ୍ଧି ଅର୍ଜନ କରିଥିଲେ। ଚଳିତ ନିର୍ବାଚନରେ ମିଜୋରାମ୍‌ ବିଧାନସଭାବକୁ ନିର୍ବାଚିତ ହୋଇଥିବା ୩ଜଣ ମହିଳାଙ୍କ ମଧ୍ୟରେ ଅନ୍ୟତମ ବେରିଲ୍‌ ‘ଇନ୍‌ଷ୍ଟାଗ୍ରାମ୍‌’ରେ ମଧ୍ୟ ଅତ୍ୟନ୍ତ ଲୋକପ୍ରିୟ। ସେଥିରେ ତାଙ୍କର ୨୫୨ ହଜାର ଫଲୋୟର୍ସ ଅଛନ୍ତି। ନିର୍ବାଚନ ଜିଣିବା ପରେ ସେ ଲିଙ୍ଗଗତ ସମାନତା ଉପରେ ଗୁରୁତ୍ବାରୋପ କରି ମହିଳାମାନଙ୍କୁ ନିଜନିଜର ଅଭିଳାଷ ପରିପୂରଣ ଦିଗରେ ଅଗ୍ରସର ହେବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ସମସ୍ତ ମହିଳାମାନଙ୍କୁ କହିବାକୁ ଚାହେଁ ଯେ, ଆମେ ଯାହା ଚାହୁଁଛନ୍ତି ତାହା ପରିପୂରଣ କରିବାରେ ଲିଙ୍ଗଗତ ସମସ୍ୟା ପ୍ରତିବନ୍ଧକ ନୁହେଁ। ଆମର ଅଭିଳାଷ ଅନୁଯାୟୀ ଅଗ୍ରସର ହେବାରେ ଏହା ଆମକୁ ବାଧା ଦେଉନାହିଁ। ଯେଉଁ ସମ୍ପ୍ରଦାୟ ଓ ସମାଜର ଯେଉଁ ବର୍ଗର ହୋଇଥାଆନ୍ତୁ ନା କାହିଁକି, ଯାହା କରିବାକୁ ସେମାନଙ୍କର ଇଚ୍ଛା ରହିଛି, ସେମାନେ ତାହା କରିବା ଉଚିତ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button