ରାଜନୀତି

ବିରୋଧୀଙ୍କ ବୟକଟ୍‌ ପରେ ନୂଆଁଖାଇ ପାଇଁ ୨୧ ପରିବର୍ତ୍ତେ ୨୨ ତାରିଖରେ ହେବ ବାଚସ୍ପତି ନିର୍ବାଚନ – Ibnodisha

[ad_1]

ଭୁବନେଶ୍ବର: ଆଗକୁ ହେବାକୁ ଥିବା ବାଚସ୍ପତି ନିର୍ବାଚନକୁ ନେଇ ବହୁ ବାଦବିବାଦ ପରେ ଶେଷରେ ନିର୍ବାଚନ ତାରିଖ ବଦଳାଯାଇଛି। ନୂଆଁଖାଇ ପାଇଁ ୨୧ ପରିବର୍ତ୍ତେ ୨୨ ତାରିଖରେ ହେବ ବାଚସ୍ପତି ନିର୍ବାଚନ। ୨୧ ତାରିଖରେ ନାମାଙ୍କନ ଦାଖଲ ହେବାକୁ ଥିବା ବେଳେ ୨୨ ତାରିଖ ସକାଳ ୯.୩୦ରେ ନିର୍ବାଚନ ହେବ। ପଶ୍ଚିମ ଓଡ଼ିଶାବାସୀଙ୍କ ନୂଆଁଖାଇ ପର୍ବ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

ନୂଆଁଖାଇ ହେଉଛି ପଶ୍ଚିମ ଓଡ଼ିଶାର ସବୁଠାରୁ ବଡ଼ ପର୍ବ । ଦୁଇ ଦିନ ନୂଆଁଖାଇ ପାଳନ କରାଯାଇଥାଏ। ନୂଆଁଖାଇ ଓ ନୂଆଁଖାଇର ପରଦିନ ଏହି ପର୍ବ ପଶ୍ଚିମ ଓଡିଶାରେ ପାଳନ ହୋଇଥାଏ। ସେଥିପାଇଁ ଦୁଇ ଦିନ ଛୁଟି ହୋଇଥାଏ। ମାତ୍ର ଏବର୍ଷ ଠିକ୍‌ ନୂଆଁଖାଇ ଦିନ ହିଁ ବାଚସ୍ପତି ନିର୍ବାଚନ ପାଇଁ ଘୋଷଣା ହୋଇଥିବା ବେଳେ ଏହାକୁ ବିରୋଧ କରିଥିଲେ ବିରୋଧୀ।

ପ୍ରଥମେ କଂଗ୍ରେସ ଦଳାର ବିଧାୟକ ଦଳ ନେତା ନରସିଂହ ମିଶ୍ର ତାଙ୍କର ମତ ରଖି କହିଥିଲେ, ‘‘ବାଚସ୍ପତି ନିର୍ବାଚନକୁ କଂଗ୍ରେସ ବୟକଟ କରୁଛି । କଂଗ୍ରେସର କୌଣସି ବି ବିଧାୟକ ବାଚସ୍ପତି ନିର୍ବାଚନରେ ଅଂଶଗ୍ରହଣ କରିବେ ନାହିଁ । ରାଜ୍ୟ ସରକାର ଏଥର ବାଚସ୍ପତି ନିର୍ବାଚନ ପାଇଁ ୨୧ ତାରିଖରେ ବିଧାନସଭା ଡାକିଛନ୍ତି। ଏହାର ପ୍ରତିବାଦ କରାଯିବା ପରେ ବି ସେମାନେ କର୍ଣ୍ଣାପାତ କରି ନାହାନ୍ତି। ଏଇଟା ପଶ୍ଚିମ ଓଡ଼ିଶା ପ୍ରତି ଉପହାସ। ରାଜ୍ୟ ସରକାର ପଶ୍ଚିମ ଓଡିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି। ନୂଆଁଖାଇରେ ଛୁଟି ନଦେଇ ପଶ୍ଚିମ ଓଡ଼ିଶାର ଭାବାବେଗ ସହ ଖେଳ ଖେଳୁଛନ୍ତି ରାଜ୍ୟ ସରକାର।’’

ତା’ପରେ ବିଜେପି ବିଧାୟକ ନାଉରୀ ନାୟକ କହିଥିଲେ, ‘‘ବାଚସ୍ପତି ନିର୍ବାଚନକୁ ଦଳ ବର୍ଜନ କରିବ। ନୂଆଁଖାଇ ସମୟରେ ନିର୍ବାଚନ ହେବାକୁ ଥିବା କାରଣରୁ ଦଳ ଓ ବିରୋଧୀ ଦଳର ନେତା ନିର୍ବାଚନକୁ ବର୍ଜନ କରିବା ନିଷ୍ପତ୍ତି ନେଇଛନ୍ତି। ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ଦାବି ହୋଇଥିଲେ ବି ସରକାର ତାହାକୁ କର୍ଣ୍ଣପାତ କରିନାହାନ୍ତି। ନୂଆଁଖାଇ ପରଦିନ ବାଚସ୍ପତି ନିର୍ବାଚନ ଘୋଷଣା କରି ପଶ୍ଚିମ ଓଡ଼ିଶାର ଜନଭାବନା ପ୍ରତି ଆଘାତ ଦେଇଛନ୍ତି ସରକାର।’’



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button