ଦେଶ

୧୦ବର୍ଷରେ ଦେଶରେ ବୃଦ୍ଧି ପାଇଛି ୮୨% ମେଡିକାଲ ଏବଂ ନର୍ସିଂ କଲେଜ – Ibnodisha

[ad_1]

ନୂଆଦିଲ୍ଲୀ : ଭାରତରେ ସ୍ୱାସ୍ଥ୍ୟକ୍ଷେତ୍ରର ଭିତ୍ତିଭୂମି ବିକାଶ ହେବା ସହ ଭାରତରେ ବଢିଛି ମେଡିକାଲ କଲେଜ ଏବଂ ଏମବିବିଏସ ସିଟ ସଂଖ୍ୟା । ଗତକାଲି (ମଙ୍ଗଳବାର) ଦିନ ରାଜ୍ୟସଭାରେ ଏଭଳି ତଥ୍ୟ ରଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର । ସମଗ୍ର ଦେଶରେ ୨୦୧୪ ମସିହା ପୂର୍ବରୁ ୩୮୭ ଟି ମେଡିକାଲ କଲେଜ ଥିଲା ଯାହାର ସଂଖ୍ୟା ଏବେ ୮୨ ପ୍ରତିଶତ ବୃଦ୍ଧି ପାଇ ୭୦୬ ହୋଇଛି । ସେହିପରି ଏମବିବିଏସ ସିଟ ରେ ୧୧୨ ପ୍ରତିଶତ ବୃଦ୍ଧି ଘଟିଛି । ୨୦୧୪ ମସିହା ପୂର୍ବରୁ ଏହାର ସଂଖ୍ୟା ୫୧୩୪୮ ଥିବା ବେଳେ ବର୍ତ୍ତମାନ ୧,୦୮,୯୪୦ ସିଟ ରହିଛି । ନ୍ୟାସନାଲ ମେଡିକାଲ କମିଶନ ଏବଂ ଇଣ୍ଡିଆନ ନର୍ସିଙ୍ଗ କାଉନସିଲର ତଥ୍ୟ ମୁତାବକ ବର୍ତ୍ତମାନ ଦେଶରେ ମୋଟ ୭୦୬ ଟି ମେଡିକାଲ କଲେଜ ଏବଂ ୨୨୬୮ ଟି ନର୍ସିଙ୍ଗ କଲେଜ ରହିଛି । ସେ କହିଛନ୍ତି ଯେ ୨୦୨୩-୨୪ ଶିକ୍ଷାବର୍ଷରେ ସର୍ବମୋଟ ୧,୦୮,୯୪୦ ଏମବିବିଏସ ଛାତ୍ର ଏବଂ ୧,୨୦,୫୮୫ ନର୍ସ ମାନେ ଗ୍ରାଜୁଏଟ ହେବେ । କିନ୍ତୁ ଏମାନଙ୍କ ମଧ୍ୟରୁ ଶିକ୍ଷା ହାସଲ କରିବା ପରେ ବିଦେଶକୁ ଯାଉଥିବା ଶିକ୍ଷାର୍ଥୀଙ୍କ ତଥ୍ୟ ମନ୍ତ୍ରଣାଳୟ ପାଖରେ ନାହିଁ ।

ଷ୍ଟେଟ ମେଡିକାଲ କାଉନସିଲ ଏବଂ ଜାତୀୟ ମେଡିକାଲ କମିଶନର ଜୁନ ୨୦୨୨ ର ତଥ୍ୟ ଅନୁସାରେ ଦେଶରେ ୧୩,୦୮, ୦୦୯ ଜଣ ଏଲୋପାଥିକ ଡାକ୍ତର ପଞ୍ଜିକୃତ ହୋଇଥିବା ବେଳେ ଦେଶରେ ଡାକ୍ତର ଏବଂ ଲୋକଙ୍କ ଅନୁପାତ ୧: ୮୪୩ ରହିଛି । ଇଣ୍ଡିଆନ ନର୍ସିଙ୍ଗ କାଉନସିଲର ତଥ୍ୟ ମୁତାବକ ଦେଶ ରେ ୩୬.୧୪ ଲକ୍ଷ ପଞ୍ଜିକୃତ ନର୍ସ ଅଛନ୍ତି । ସେହିପରି ଭାରତରେ ତାମିଲନାଡୁ ରେ ସର୍ବାଧିକ ୭୪ ଟି ମେଡିକାଲ କଲେଜ ରହିଥିବା ବେଳେ ଏହା ପଛକୁ କର୍ଣ୍ଣାଟକ, ଉତ୍ତରପ୍ରଦେଶ ଏବଂ ମହାରାଷ୍ଟ୍ରରେ ୬୮ ଲେଖାଏଁ ମେଡିକାଲ କଲେଜ ରହିଛି । ବର୍ତ୍ତମାନର ଶୈକ୍ଷିକ ବର୍ଷରେ ଦେଶରେ ମେଡିକାଲ ଶିକ୍ଷାରେ ପିଜି ଏବଂ ୟୁଜିରେ ଖାଲିଥିବା ସିଟ ସଂଖ୍ୟା ଏବଂ ଖାଲି ରହିବାର କାରଣ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ ଏହି ସିଟ ଗୁଡିକର କାଉନସେଲିଙ୍ଗ ମେଡିକାଲ କାଉନସେଲିଙ୍ଗ କମିଟି ଦ୍ୱାରା ସୁପ୍ରିମକୋର୍ଟର ସୂତ୍ର ଅନୁସାରେ ହେଉଛି । ବର୍ତ୍ତମାନର ଶିକ୍ଷାବର୍ଷରେ ୪୮୫ ଟି ୟୁଜି ସିଟ ଖାଲି ରହିଥିବା ବେଳେ ୨୪୭ ଟି ସିଟ ଅଲ ଇଣ୍ଡିଆ କୋଟାରୁ ପିଜି ପାଇଁ ଖାଲି ରହିଛି । ଏବଂ ଖାଲି ରହିଥିବା ସିଟ ପାଇଁ ସ୍ୱତନ୍ତ୍ର ଭାକାନ୍ସି ରାଉଣ୍ଡ ହେଉଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button