IBN ଓଡ଼ିଶା ବ୍ୟୁରୋ

ବନ୍ଧୁକ କାରଖାନା ଠାବ ସହ ଜଣେ ଗିରଫ

IBN ଓଡିଶା(ବ୍ୟୁରୋ):-ଢେଙ୍କାନାଳ:
ବେଆଇନ ବନ୍ଧୁକ ତିଆରି କାରଖାନା ଠାବ , ଜଣେ ଗିରଫ। ଗତକାଲି ରାତିରେ, ଏକ ବିଶେଷ ସୂତ୍ର ରୁ ଖବର ପାଇ ପରଜଙ୍ଗ ଥାନା ଓ ମହାବିରୋଡ଼ ପୋଲିସ ଫାଣ୍ଡି ଏହି କାରାଖାନାରେ ଚଢାଉ କରିଥିଲେ। ପରଜଙ୍ଗ ଥାନା ଅନ୍ତର୍ଗତ ବାମ ଗ୍ରାମ ର ଭୁତୁଭୁତିଆ ସାହି ର ମଙ୍ଗୁଲୁ ମହାରଣା ଙ୍କ ଘରେ ଚଢ଼ାଉ କରି ଏକ ଦେଶୀ ବନ୍ଧୁକ ତିଆରି କାରଖାନା କୁ ଠାବ କରିଛନ୍ତି।
ସେଠୁ ସମ୍ପୂର୍ଣ୍ଣ ତିଆରି ବନ୍ଧୁକ, ଅଧା ତିଆରି ବନ୍ଧୁକ, ଲୁହା ଓ କାଠ ସାମଗ୍ରୀ, ବନ୍ଧୁକ ତିଆରି ଯନ୍ତ୍ରପାତି ଆଦି ଜବତ କରାଯାଇଛି।ଏହି କାରଖାନା ଚଳାଉ ଥିବା ମଙ୍ଗୁଲୁ ମହାରଣା କୁ ଭୁତୁଭୁତିଆ ସାହି କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଉଛି।ଏହି କାରଖାନା ରୁ ବନ୍ଧୁକ ତିଆରି କରି ସେ ଜିଲ୍ଲା ଓ ବାହାରେ ବିକ୍ରି କରୁଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button