ରାଜ୍ୟ

ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭୀଚାରର ପାହାଡ’ ରାଜ୍ୟର ସୁଶାସନ ବ୍ୟବସ୍ଥା ପାଇଁ ବିପଦ ସୃଷ୍ଟି କରିଛି: ବିଜେପି – Ibnodisha

[ad_1]

 ରାଜ୍ୟ ସରକାରଙ୍କ ଜୀବନ ଦେବାର ଅଧିକାର ନାହିଁ କିନ୍ତୁ ଜୀବନ ନେବାର ଅଧିକାର କେଉଁଠୁ ଆସିଲା ?
 ଓଡିଶାବାସୀଙ୍କ ଜୀବନ ନେଇ ଯେଉଁ ଖେଳ ଖେଳୁଛନ୍ତି ତାହାକୁ ବନ୍ଦ କରନ୍ତୁ ରାଜ୍ୟ ସରକାର

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ଯୋଜନାରେ କୋଟି କୋଟି ଟଙ୍କା ଦେଉଛନ୍ତି, କିନ୍ତୁ ଓଡ଼ିଶାରେ ତାହାର କୌଣସି ସୁଫଳ ମିଳୁନାହିଁ । ମୁଖ୍ୟମନ୍ତ୍ରୀ ନବୀନ ବାବୁ ଭୁବନେଶ୍ୱରେ ଅଳିଆ ପାହାଡ ଛିଡା କରାଇଛନ୍ତି । ନବୀନ ଶାସନ ଓ ଅଳିଆ ଗନ୍ଧରେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । ସାରା ସହର ଗନ୍ଧମୟ । ହଜାର ହଜାର ଲୋକ ଡେଙ୍ଗୁରେ ମୃତ୍ୟୁବରଣ କରିଛନ୍ତି । ରାଜ୍ୟ ସରକାରଙ୍କ ଜୀବନ ଦେବାର ଅଧିକାର ନାହିଁ କିନ୍ତୁ ଜୀବନ ନେବାର ଅଧିକାର କେଉଁଠୁ ଆସିଲା ? ରାଜ୍ୟ ସରକାର ସାମାଜିକ ଅପରାଧ କରିଛନ୍ତି ଏବଂ ବିଧିବ୍ୟବସ୍ଥା ଅନୁଯାୟୀ ଦଣ୍ଡିତ ହେବା ଉଚିତ୍ । ରାଜ୍ୟ ସରକାର ତୁରନ୍ତ ଏହି ‘ଗାଡକଣସ୍ଥିତ କୃତ୍ରିମ ଅଳିଆ ପାହାଡ’ ସ୍ଥାୟୀ ସମାଧାନ କରନ୍ତୁ । ରାଜ୍ୟ ସରକାର ଓଡିଶାବାସୀଙ୍କ ଜୀବନ ନେଇ ଯେଉଁ ଖେଳ ଖେଳୁଛନ୍ତି ତାହାକୁ ବନ୍ଦ କରନ୍ତୁ ବୋଲି ବିଜେପି ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟସଚେତକ ମୋହନ ମାଝୀ କହିଛନ୍ତି। ଆଜି ବିଜେପି ବିଧାୟକ ମାନେ ‘ଗାଡକଣସ୍ଥିତ କୃତ୍ରିମ ଅଳିଆ ପାହାଡ’ ପରିଦର୍ଶନ କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହା ପରେ ଭୁବନେଶ୍ୱର ଜିଲ୍ଲା ତରଫରୁ ଜାରୀ ରହିଥିବା ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।ସାଧାରଣ ଜନତାଙ୍କ ସ୍ୱାର୍ଥ ପାଇଁ ଜିଲ୍ଲା ବିଜେପି ତରଫରୁ ଆରମ୍ଭ ହୋଇଥିବା ଏହି ସତ୍ୟାଗ୍ରହ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ଏବଂ ଏହି ଆନ୍ଦୋଳନ ପ୍ରତି ପୂର୍ଣ୍ଣ ସମର୍ତନ ରହିଛି ବୋଲି ବିଜେପି ବିଧାୟକ ମୋହନ ମାଝୀ ଓ ନବ ମାଝୀ କହିଥିଲେ।

ସତ୍ୟାଗ୍ରହକୁ ୧୩ ଦିନ ବିତିଲେବି ରାଜ୍ୟ ସରକାର ନିଦାବିଷ୍ଣୁ । ଓଡ଼ିଶାରେ ସରକାର ନାହିଁ । ମୁଖ୍ୟମନ୍ତ୍ରୀ ଦୃଶ୍ୟମାନ ହେଉନାହାନ୍ତି । ଭଗବାନ ଭରସାରେ ଓଡ଼ିଶାରେ ସରକାର ଚାଲିଛି । ମୁଖ୍ୟମନ୍ତ୍ରୀ ନବୀନ ବାବୁ ଯଦି ଶାସନ ଚଳାଇବାରେ ସକ୍ଷମ ନୁହନ୍ତି, ତାହେଲେ ଗାଦି ଛାଡିଦେବା ଉଚିତ୍ । ଯେଉଁ ରାଜ୍ୟ ସରକାରଙ୍କ ନିଜ ସ୍ୱାସ୍ଥ୍ୟ ଖରାପ୍‌, ସେ ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ଚିନ୍ତା କରିବାରେ ଅକ୍ଷମ । ଭୁବନେଶ୍ୱରଠାରୁ ଦେଶର ଛୋଟିଆ ସହରମାନଙ୍କରେ ସୁବ୍ୟବସ୍ଥିତ ଭାବେ “ବର୍ଜ୍ୟ ବସ୍ତୁ ପରିଚାଳନା” କରାଯାଇ ସହରକୁ ସଫା ସୁତୁରା ପରିବେଶ ପ୍ରଦାନ କରାଯାଉଛି । ମାତ୍ର ସ୍ମାର୍ଟ ସିଟିର ଆଖ୍ୟା ପାଇଥିବା ରାଜଧାନୀ ଭୁବନେଶ୍ୱରର ମଧ୍ୟବର୍ତୀ ଅଂଚଳରେ ଅଳିଆ ଗଦାର ପାହାଡ ସୃଷ୍ଟି କରାଯାଇ ପରିବେଶକୁ ଦୁଷିତ ଓ ଗନ୍ଧମୟ କରାଯାଉଛି । ନିଆଁରେ ଗଛ ପୋଡି ହେବାର ଜାଣିଥିଲି, କିନ୍ତୁ ଦୁଷିତ ଅଳିଆ ଓ ପରିବେଶ କାରଣରୁ ଗଛ ପୋଡି ହେବା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଲା । ଦୁଷିତ ଓ ଗନ୍ଧମୟ ପରିବେଶ କାରଣରୁ ସ୍ଥାନୀୟ ଅଂଚଳରେ ଚର୍ମ, ଶ୍ୱାସ ଭଳି ବିଭିନ୍ନ ରୋଗ ବ୍ୟାପକ ଭାବେ ବଢିଚାଲିଥିଲା ମାତ୍ର ଏବେ ବର୍ଷା ପରେ ଭୁବନେଶ୍ୱର ର ଭୂତଳ ଜଳ ପ୍ରଦୂଷିତ ହେଲାଣି। ପିଇବା ପାଣି ପାଇପ ରେ ପୋକ ପଶିଲାଣି।ଅଳିଆ ଅବର୍ଜନାପୂର୍ଣ୍ଣ ପାହାଡର ଦୁର୍ଗନ୍ଧ ଧୀରେ ଧୀରେ ସମଗ୍ର ରାଜଧାନୀ ତଥା ଏହାର ଆଶ୍ୱପାଶ୍ୱର୍କୁ ବ୍ୟାପିଗଲାଣି । ଘରୁ ବାହାରିବା ଅସହ୍ୟ ହୋଇପଡିଲାଣି । ଆଖପାଖ ମନ୍ଦିରକୁ ଭକ୍ତ ଯାଉନାହାନ୍ତି । ଶିକ୍ଷାନୁଷ୍ଠାନ, ଡାକ୍ତରଖାନାକୁ ଆସୁଥିବା ଛାତ୍ରଛାତ୍ରୀ ଓ ରୋଗୀ ହନ୍ତସନ୍ତ ହେଉଛନ୍ତି । ବୃଦ୍ଧବୃଦ୍ଧାଙ୍କ ସମେତ ସମସ୍ତଙ୍କ ଜୀବନ ଅଭିଶପ୍ତ ହୋଇଲାଣି । ରାଜ୍ୟ ତଥା ବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ ନାକରେ ହାତ ଦେଇ, ମୁହଁରେ ମାସ୍କ ପିନ୍ଧି ବୁଲୁଛନ୍ତି । ଏହା ଅତ୍ୟନ୍ତ ଲଜ୍ଜାଜନକ। ଗୋଟିଏ ପଟେ ରାଜଧାନୀରେ ବିଏମସି ପ୍ରଶାସନ ସ୍ଥାଣୁ ପାଲଟି ସାରିଥିବାବେଳେ ଅନ୍ୟ ପଟେ ରାଜ୍ୟ ସରକାର ଅନ୍ଧ, ମୁକ, ବଧିର ପାଲଟିଛନ୍ତି । ‘ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭୀଚାରର ପାହାଡ’ ରାଜ୍ୟର ଶାସନ ବ୍ୟବସ୍ଥା ପାଇଁ ବିପଦ ସୃଷ୍ଟି କରିସାରିଛି, ଯାହାକି ସାଧାରଣ ଜନତାଙ୍କୁ ଅତ୍ୟବ୍ୟସ୍ତ କରିସାରିଲାଣି ।ଏଣୁ ଭୁବନେଶ୍ୱର ବାସୀଙ୍କ ମୌଳିକ ସୁବିଧା ଓ ଅଧିକାର ପାଇଁ ଏହି ସତ୍ୟାଗ୍ରହ ଏମିତି ଚାଲିଥିବ ବୋଲି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ କହିଛନ୍ତି।

ସହର ସାରା ଗନ୍ଧେଇଲାଣି। ରାଜଧାନୀ ବାସୀ ଅଣନିଶ୍ୱାସି ହେଲେଣି। ଭୁବନେଶ୍ୱର ର ତିନି ଜଣ ବିଧାୟକ ଓ ମେୟର ମହାଶୟା କୁଆଡେ଼ ଗଲେ? ବିଜେଡ଼ି କୁ ଭୋଟ୍ ଦେଇ କଣ ଲୋକେ ଭୁଲ କଲେ? ଏଭଳୀ ଏକ ଘଡ଼ି ସନ୍ଧି ସମୟରେ ଶାସନରେ ଥିବା ଲୋକ ପ୍ରତିନିଧି ଦାୟିତ୍ବ ନନେବା ଦୁର୍ଭାଗ୍ୟ ଜନକ। ମୁଖ୍ୟମନ୍ତ୍ରୀ ମାତ୍ର ଆଠ କିମି ଦୂରରେ ରହୁଛନ୍ତି କିନ୍ତୁ ସେ ମଧ୍ୟ ନୀରବ। ଏହା ପ୍ରମାଣ କରୁଛି ଏଠି ଶାସନ ବ୍ୟବସ୍ଥା ଭୁସୁଡୁଛି। ଦୟା କରି ସରକାର ଆଉ ଲୋକଙ୍କ ଧର୍ଯ୍ୟ ପରୀକ୍ଷା କରନ୍ତୁ ନାହିଁ। କାରଣ ଲୋକ ଆଇନକୁ ହାତକୁ ନେବାକୁ ବାଧ୍ୟ ହେବେ। ସେଥି ପାଇଁ ପ୍ରଶାସନ ଦାୟୀ ରହିବ। ରାଜଧାନୀ ର ସମସ୍ୟାକୁ ସମାଧାନ କରିବାକୁ ସମର୍ଥ ନୁହନ୍ତି କିନ୍ତୁ ସାରା ଓଡ଼ିଶା ହେଲିକପ୍ଟର ରେ ବୁଲି ସହ ସହ କୋଟି ଲୋକଙ୍କ ଟଙ୍କା ଖର୍ଚ୍ଚ କରି ପ୍ରଚାର କରୁଛନ୍ତି ବୋଲି ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି କହିଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button