ରାଜ୍ୟ

ବରୁଣେଇରୁ ‘ମେରି ମିଟି ମେରି ଦେଶ’ ଅଭିଯାନରେ ସଂଗୃହୀତ ହେଲା ମାଟି – Ibnodisha

[ad_1]

ଖୋର୍ଦ୍ଧା: ଆଜି ‘ମେରି ମିଟି ମେରି ଦେଶ’ ଓ ମାଟିକୁ ନମନ, ବୀରକୁ ସମ୍ମାନ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ବର ଆଇଆଇଟି ଛାତ୍ରଛାତ୍ରୀଙ୍କ ସହ ସାଇକେଲ ଶୋଭାଯାତ୍ରାରେ ଐତିହାସିକ ଓ ପାଇକଙ୍କ ଆରାଧ୍ୟ ଦେବୀ ବରୁଣେଇ ପୀଠରୁ ମାଟି ନେଇ ଭୁବନେଶ୍ବର ଆଇଆଇଟିରେ ପହଞ୍ଚିଥିଲେ। ଆଜି ଅପରାହ୍ଣରେ ଆଇଆଇଟି ଓ ଖୋର୍ଦ୍ଧା, ଜଟଣୀ, ଭୁବନେଶ୍ବରର ବିଭିନ୍ନ ବିଦ୍ୟାଳୟର ପ୍ରାୟ ୨ ହଜାରରୁ ଛାତ୍ରଛାତ୍ରୀ, ସାଧାରଣ ନାଗରିକ ବରୁଣେଇ ପୀଠରେ ଏକତ୍ରିତ ହୋଇଥିଲେ। ସେଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମା’ ବରୁଣେଇ ପୀଠରେ ପୂଜାର୍ଚ୍ଚନା କରିବା ପରେ ମାଟି ସଂଗ୍ରହ କରିଥିଲେ।

ଖୋର୍ଦ୍ଧାର ବିଭିନ୍ନ ପାଇକ ଆଖଡ଼ା ପକ୍ଷରୁ ବୀରବାଦ୍ୟରେ ସାଇକେଲ ଶୋଭାଯାତ୍ରାକୁ ପାଛୋଟି ନିଆଯାଇଥିଲା। ବରୁଣେଇଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜଣାଶୁଣା ସମାଜସେବୀ କାଳୁଚରଣ ଖଣ୍ଡାୟତରାୟ, କଳିଙ୍ଗ ପାଇକ ସଂଗଠନର ସଭାପତି ଭୀମସେନ ପ୍ରଧାନ, ସଂଯୋଜକ ଇଂ ଶିଶିର କୁମାର ନାୟକ, ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ହରିଚନ୍ଦନ, ସୁରଥ ବିଶ୍ବାଳ, ସତ୍ୟବାଦୀ ବଳିଆରସିଂହ, ଅମରେନ୍ଦ୍ର ମହାପାତ୍ର, ରାମ ନାରାୟଣ ଦାଶ, ଦଳବେହେରା ମୃତ୍ୟୁଞ୍ଜୟ ଛୋଟରାୟ, ସୌମ୍ୟରଞ୍ଜନ ହରିଚନ୍ଦନ, ତାପଙ୍ଗ ଦଳବେହେରା ବିଚିତ୍ରାନନ୍ଦ ରାଉତରାୟ, ଭାଗିରଥୀ ମଙ୍ଗରାଜ, ସଂଗ୍ରାମ ଜଗଦ୍ଦେବ, ପ୍ରଫୁଲ୍ଲ କୁମାର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button