ଦେଶ

ଏକ୍ସପ୍ରେସ୍ ଟ୍ରେନରେ ରହିବନି ସାଧାରଣ ବଗି !ମହଙ୍ଗା ହେବ ରେଳ ଯାତ୍ରା – Ibnodisha

[ad_1]

ନୂଆଦିଲ୍ଲୀ : ଦୈନିକ ଚାକିରି ସ୍ଥଳ ହେଉ କି ପାଠପଢ଼ା ପାଇଁ ଗୋଟିଏ ସହରରୁ ଆଉ ଏକ ସହରକୁ ରେଳ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖରାପ ଖବର। ଆଗକୁ ସେମାନଙ୍କ ଲାଗି ମହଙ୍ଗା ହେବ ରେଳ ଯାତ୍ରା। କାରଣ ଏଣିକି ଟ୍ରେନରେ ଜେନେରାଲ କମ୍ପାର୍ଟମେଣ୍ଟ ବା ସାଧାରଣ ବଗି ଓ ସ୍ଲିପର୍ କୋଚ୍ ବଦଳରେ ଲାଗିବ ଏସି କୋଚ୍। ଚଳିତବର୍ଷଠାରୁ ଆସନ୍ତା ୨ ବର୍ଷ ଭିତରେ କେତେକ ପାସେଞ୍ଜର ଟ୍ରେନ୍ ବ୍ୟତୀତ ସମସ୍ତ ଏକ୍ସପ୍ରେସ୍ ଟ୍ରେନ୍‌ରେ ଏହି ବ୍ୟବସ୍ଥା ଲାଗୁ କରିବା ନେଇ ଯୋଜନା ରହିଛି।

ଅପରପକ୍ଷେ ପ୍ଲାଟଫର୍ମ ଟିକଟ୍ ଓ ଖାଦ୍ୟ ଦର ବୃଦ୍ଧି ରେଳ ଯାତ୍ରାକୁ ଆହୁରି ମହଙ୍ଗା କରିପକାଇଛି। ଏଭଳି ସ୍ଥଳେ ଟ୍ରେନରୁ ସାଧାରଣ ବଗି ହଟିଲେ ଯାତ୍ରୀ ଘୋର ହଇରାଣ ହେବେ। ଏକ୍ସପ୍ରେସ୍ ଟ୍ରେନରେ ରହିବନି ଜେନେରାଲ୍ ବଗି । କେବଳ ରହିବ ଏସି କୋଚ୍‌। ଆବଶ୍ୟକ ଯାତ୍ରୀ ହେଉ ନ ଥିବା ଏକ୍ସପ୍ରେସ୍‌ ଟ୍ରେନରୁ ରେଳବାଇ ସାଧାରଣ ବଗି ହଟାଇଦେବ। ଏ ନେଇ ରେଳ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button