ଦେଶ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧୪ ମୃତ – Ibnodisha

[ad_1]

ଆସାମ : ଆସାମର ଡେରଗାଓଁରେ ବୁଧବାର ଭୋର ପ୍ରାୟ ୫ଟା ବେଳେ ୪୫ ଜଣଙ୍କୁ ନେଇ ଯାଉଥିବା ଏକ ପିକ୍‌ନିକ୍ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୭ ଜଣ ଗୁରୁତର ଆହତ ହୋଇଛନ୍ତି। ବସ୍‌ଟି ତିନସୁକିଆର ତିଲିଙ୍ଗା ମନ୍ଦିର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ପୁଲିସ କହିଛି।ସୂଚନା ଅନୁସାରେ, ପିକ୍‌ନିକ୍ ପାର୍ଟି ଭୋର ପ୍ରାୟ ୩ଟାବେଳେ ଯାତ୍ରା ଆରମ୍ଭ କରିଥିଲା ଏବଂ ସେମାନେ ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ଯାଉଥିବା ବେଳେ ମାର୍ଗେରିଟାରୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ୍ ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଜୋରହାଟ ମେଡିକାଲରେ ଭର୍ତ୍ତି କରିଛି। ଅନେକ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣେ ଅଧିକାରୀ କହିଛନ୍ତି। ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ୧୪ ଜଣ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୁଲିସ ଘଟଣାର ତଦନ୍ତ ଚଳାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button