ଦେଶ

କୃଷି ଉଡ଼ାଣ ଯୋଜନାରେ ୫୮ଟି ବିମାନ ବନ୍ଦର ସାମିଲ – Ibnodisha

[ad_1]

ନୂଆଦିଲ୍ଲୀ: ଦେଶରେ ଥିବା ୫୮ଟି ବିମାନ ବନ୍ଦରକୁ କୃଷି ଉଡ଼ାଣ ଯୋଜନାରେ ସାମିଲ କରାଯାଇଥିବା ସରକାର ସୂଚନା ଦେଇଛନ୍ତି। ୨୦୨୦ ଏହି ଯୋଜନା ଆରମ୍ଭ କରାଯାଇଥିଲା। ଏହି ଯୋଜନାରେ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ପରିବହନ କ୍ଷେତ୍ରରେ ସହାୟତା କରିବ ଏବଂ ତାର ଉଚିତ୍‌‌ ମୂଲ୍ୟ ପ୍ରଦାନ କରିବା ଲକ୍ଷ୍ୟ ରହିଛି। ଗତକାଲି ରାଜ୍ୟସଭାରେ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ବି.କେ. ସିଂହ କହିଛନ୍ତି, ପାହାଡ଼ିଆ ଅଞ୍ଚଳ, ଉତ୍ତର ପୂର୍ବ ରାଜ୍ୟ ଏବଂ ଆଦିବାସୀ ଅଞ୍ଚଳରେ ଶୀଘ୍ର ନଷ୍ଟ ହେଉଥିବା ଖାଦ୍ୟ ପଦାର୍ଥର ଶୀଘ୍ର ପରିବହନ ସୁନିଶ୍ଚିତ କରିବା ଲାଗି ୨୦୨୧ରେ କୃଷି ଉଡ଼ାଣ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଘୋଷଣା କରାଯାଇଥିଲା।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button