ଦେଶ

ପାକିସ୍ତାନ ସେନା କ୍ୟାମ୍ପରେ ବିସ୍ଫୋରଣ : ୨୩ ପାକ୍‌ ସୈନିକ ମୃତ – Ibnodisha

[ad_1]

ପାକିସ୍ତାନ : ପାକିସ୍ତାନୀ ସେନା ଆଡ୍ଡା ଉପରେ ବଡ ଧରଣର ଆତ୍ମଘାତୀ ବିସ୍ଫୋରଣ। ଅତି କମରେ ୨୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ପାକିସ୍ତାନୀ ତାଲିବାନ ସହ ଜଡିତ ଆତଙ୍କବାଦ ଗୋଷ୍ଠୀ ହମଲା ପାଇଁ ନିଜକୁ ଦାୟୀ କରିଥିବା ଜଣେ ଅଧିକାରୀ କହିଛନ୍ତି। ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ପାକିସ୍ତାନର ସେନା ବେସ୍ ଉପରେ ଆତ୍ମଘାତୀ ବିସ୍ଫୋରଣ କରାଯାଇଛି। ଆଫଗାନିସ୍ତାନ ସୀମା ନିକଟ ଖାଇବର ପଖତୁନଖ୍ୱା ସ୍ଥିତ ଡେରା ଇସଲାମ ଖାନ ଜିଲ୍ଲାରେ ଥିବା ସେନା ବେସ୍ ଉପରକୁ ଟାର୍ଗେଟ କରିଥିଲେ ଆତଙ୍କବାଦୀ। ଶୋଇଥିବା ସମୟରେ ୨୩ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ମୃତକମାନେ ସାଦା ପୋଷାକ ପିନ୍ଧି ଥିବାରୁ ସେମାନଙ୍କ ମଧ୍ୟରୁ କେତେ ଜଣ ସେନା କର୍ମଚାରୀ ଅଛନ୍ତି ସ୍ପଷ୍ଟ ହୋଇ ପାରୁନଥିବା ଜଣେ ଅଧିକାରୀ ନାମ ଗୋପନ ରଖି କହିଛନ୍ତି। ଅଧିକାରୀଙ୍କ କହିବା ଅନୁସାରେ, ମୃତଦେହ ଚିହ୍ନଟ ଚାଲିଛି। ଏହି ଆତ୍ମଘାତୀ ବିସ୍ଫୋରଣରେ ତିନୋଟି କୋଠରୀ ସମ୍ପୂର୍ଣ୍ଣ ଭୁଶୁଡି ପଡିଛି। ଧ୍ୱଂସାବଶେଷ ତଳେ ଚାପି ରହିଥିଲା ଲୋକଙ୍କ ଉଦ୍ଧାରକାର‌୍ୟ୍ୟ ଚାଲିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଥିବା ସେ କହିଛନ୍ତି। ଅନ୍ୟପଟେ ତେହେରିକ୍-ଇ-ଜିହାଦ୍ ପାକିସ୍ତାନ – ପାକିସ୍ତାନୀ ତାଲିବାନ ସହ ଜଡିତ ଏକ ନୂଆ ଗୋଷ୍ଠୀ କହିଛି ଯେ, ଏହି ଆକ୍ରମଣ ରାତି ପ୍ରାୟ ଅଢେଇଟା ସମୟରେ ଆରମ୍ଭ ହୋଇଥିଲା। ତେବେ ଖବର ଲେଖା ହେବା ସୁଦ୍ଧା ପାକିସନ୍ତାନ ସେନା ପକ୍ଷରୁ ଏନେଇ କୌଣସି ସରକାରୀ ରିପୋର୍ଟ ପ୍ରକାଶ କରାଯାଇ ନଥିଲା।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button