ରାଜ୍ୟ

ଜଳିଗଲା ଧାନଗଦା; ୬ ଚାଷୀଙ୍କର ୩ ଶହ କୁଇଣ୍ଟାଲ ଧାନ ପାଉଁଶ – Ibnodisha

[ad_1]

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ତହସିଲ ଉଛଲା ଗାଁର ବାଗପଡ଼ା ଠାରେ ଏକ ଧାନ ଖଳାରେ ନିଆଁଲାଗି ଜଳିଯାଇଛି ୩୦୦ କୁଇଣ୍ଟାଲ ଧାନ। ଏହି ଖଳାରେ ୬ ରୁ ୭ ଜଣ ଚାଷୀଙ୍କ ଧାନ ଗଦା ମରାଯାଇଥିଲା। ଆଜି ହଠାତ୍ କୌଣସି କାରଣରୁ ସେଠାରେ ନିଆଁ ଲାଗି ଯାଇଥିଲା। ସ୍ଥାନୀୟ ଲୋକ ନିଆଁକୁ ଲିଭାଇବା ପାଇଁ ଆପ୍ରାଣଚେଷ୍ଟା କରିଥିଲେ। ହେଲେ ନିଆଁ ଲିଭି ନଥିଲା। ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ନିଆଁ ଲିଭିଲା ବେଳକୁ ଖଳାରେ ଥିବା ୮୦ ଭାଗ ଧାନ ଜଳି ପାଉଁଶ ହୋଇଯାଇଥିଲା।

ଯୌତୁକ ମାଗିବାରୁ ମହିଳା କଲେ ଆତ୍ମହତ୍ୟା

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button