ଦେଶ

ବାଇଡେନଙ୍କ ବିରୋଧରେ ମହାଭିଯୋଗ ଯାଞ୍ଚ, ମଞ୍ଜୁରୀ ଦେଲା ଆମେରିକୀୟ ସଂସଦ – Ibnodisha

[ad_1]

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ବିରୋଧରେ ଆସିଥିବା ମହାଭିଯୋଗକୁ ନେଇ ଯାଞ୍ଚ ହେବ। ଏଥିପାଇଁ ଆମେରିକୀୟ ସଂସଦରେ ମତଦାନ ହୋଇିିଥିଲା ବେଳେ ଏହାକୁ ମଞ୍ଜୁରୀ ଦିଆଯାଇଛି। ବାଇଡେନଙ୍କ ପୁତ୍ର ହଣ୍ଟର ବାଇଡେନଙ୍କ ବିବାଦୀୟ ଅନ୍ତର୍ଜାତୀୟ କାରବାରର ନେଣଦେଣ ନେଇ ମହାଭିଯୋଗର ଔପଚାରିକ ତଦନ୍ତ ଲାଗି ସଂସଦର ମଞ୍ଜୁରୀ ମିଳିଛି। ସେପଟେ ବାଇଡେନଙ୍କ ଡେମୋକ୍ରାଟିକ ପାର୍ଟି ଘଟଣାକୁ ସମ୍ପୂର୍ଣ୍ଣ ରାଜନୈତିକ ବୋଲି କହିଛି। ମହାଭିଯୋଗ ଆଣିଥିବା ରିପବ୍ଲିକାନ ପାର୍ଟି ଏପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ବିରୋଧରେ ଭ୍ରଷ୍ଟାଚାରର କୌଣସି ପ୍ରମାଣ ଦେଇ ନଥିଲା ବେଳେ ରାଷ୍ଟ୍ରପତି ବାଇଡେନ ଏହି ମହାଭିଯୋଗକୁ ‘ ପଲିଟିକାଲ ଷ୍ଟଣ୍ଟ୍‌’ ବୋଲି କହିଛନ୍ତି। କିନ୍ତୁ ତାଙ୍କ ବିରୋଧରେ ଯାଞ୍ଚ ହେଲେ ଏହା ବାଇଡେନଙ୍କ ରାଜନୀତିକ କ୍ୟାରିୟର ପାଇଁ ସମସ୍ୟା ହେବ। ଆଗାମୀ ନିର୍ବାଚନରେ ବାଇଡେନ ପୁଣିଥରେ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି କୁହାଯାଉଥିଲା ବେଳେ ଏହା ତାଙ୍କର ପରାଜୟର କାରଣ ହୋଇପାରେ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ୟୁକ୍ରେନ ଏବଂ ଚୀନ୍‌ରେ ହଣ୍ଟର ବାଇଡେନଙ୍କ ପରିବାର ଚଲାଇଥିବା ବ୍ୟବସାୟକୁ ନେଇ ଅନେକ ଅଭିଯୋଗ ହୋଇଛି। ଏହାଛଡା ସେ ତାଙ୍କର ବିଳାସମୟ ଜୀବନ ଶୈଳୀ ପାଇଁ କୋଟିକୋଟି ଡଲାର ବ୍ୟୟ କରୁଥିବା ବେଳେ ତାଙ୍କ ବିରୋଧରେ ୧.୪ ମିଲିୟନ ଡଲାର ଟ୍ୟାକ୍ସ ଫାଙ୍କି ଅଭିଯୋଗ ମଧ୍ୟ ରହିଛି। ତେବେ ତାଙ୍କ ବ୍ୟବସାୟ ସହିତ ତାଙ୍କ ବାପା ଜୋ ବାଇଡେନଙ୍କ କୌଣସି ସଂଯୋଗ ନାହିଁ ବୋଲି ହଣ୍ଟର ବାଇଡେନ କହିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button