ଦେଶ

ସନ୍ଦେହୀ ସ୍ତ୍ରୀଙ୍କୁ ମାରିବାକୁ ସ୍ୱାମୀ ରଚିଲେ ଭୟାନକ କାଣ୍ଡ… – Ibnodisha

[ad_1]

ଗୋଆ : ସ୍ତ୍ରୀଙ୍କୁ ମାରିବାକୁ ସ୍ୱାମୀ ରଚିଲେ ଭୟାନକ କାଣ୍ଡ । ପତ୍ନୀ ତାଙ୍କୁ ସବୁ ବେଳେ ସନ୍ଦେହ କରୁଥିଲେ। ତାଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହ ସଂପର୍କ ଥିବା ପତ୍ନୀ ଭାବୁଥିଲେ। ଧୀରେ ଧୀରେ ତାଙ୍କ ପତ୍ନୀଙ୍କ ସନ୍ଦେହ ବଢ଼ି ଚାଲିଥିଲା। ଫଳରେ ପ୍ରାୟ ପ୍ରତ୍ୟେକ ଦିନ ସେମାନଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ତେଣୁ ରଚିଥିଲେ ପତ୍ନୀଙ୍କୁ ହତ୍ୟା କରିବାର ଷଡ଼ଯନ୍ତ୍ର। ତେବେ ଏହି ଘଟଣାଟି ଗୋଆରେ ଘଟିଛି । ଅଭିଯୁକ୍ତଙ୍କ ନାଁ ଗୌରବ କଟିୟାର। ତାଙ୍କ ଘର ଉତ୍ତର ପ୍ରଦେଶର ଲକ୍ଷ୍ନୌରେ। ବର୍ଷେ ତଳେ ସେ ଦୀକ୍ଷା ଗଙ୍ଗୱାରଙ୍କୁ ବାହା ହୋଇଥିଲେ। ଦୀକ୍ଷା ବି ଲକ୍ଷ୍ନୌର ଝିଅ ଥିଲେ।ଗୌରବ ଅନ୍ୟ କୌଣସି ଯୁବତୀ ସହିତ ସଂପର୍କ ଥିବା ସନ୍ଦେହ କରୁଥିଲେ ଦୀକ୍ଷା। ସେଥିପାଇଁ ଉଭୟଙ୍କ ମଧ୍ୟରେ ପ୍ରତିଦିନ କଳିଝଗଡ଼ା ହେଉଥିଲା। ଗତ ଶୁକ୍ରବାର ଅପରାହ୍ନରେ ଗୌରବ ପତ୍ନୀଙ୍କୁ ନେଇ ଗୋଆର କ୍ୟାବୋ ଡି ରାମ ବିଚ୍‌କୁ ଯାଇଥିଲେ। ସମୁଦ୍ର କୂଳରେ ଥିବା ପାହାଡ଼ିଆ ସ୍ଥାନରେ ସେମାନେ କିଛି ସମୟ ବସିଥିଲେ। ତା’ପରେ ଦୁହେଁ ସମୁଦ୍ର ଭିତରକୁ ଯାଇଥିଲେ। ସେମାନେ ସମୁଦ୍ର ଭିତରକୁ ଯାଉଥିବା କିଛି ପର୍ଯ୍ୟଟକ ଦେଖିଥିଲେ। ତେବେ କିଛି ସମୟ ପରେ ଗୌରବ ଏକୁଟିଆ ସମୁଦ୍ରରୁ ଫେରିଥିଲେ। ଏହା ଦେଖି ସେହି ପର୍ଯ୍ୟଟକମାନଙ୍କର ସନ୍ଦେହ ହୋଇଥିଲା, ଯେଉଁମାନେ ତାଙ୍କୁ ଦୀକ୍ଷାଙ୍କ ସହିତ ଯାଉଥିବାର ଦେଖିଥିଲେ। କିଛି ସମୟ ପରେ ଦୀକ୍ଷାଙ୍କ ମୃତଦେହ ସମୁଦ୍ରରେ ଭାସିବା ପରେ ପର୍ଯ୍ୟଟକମାନେ ପୁଲିସ୍‌କୁ ସୂଚନା ଦେଇଥିଲେ।ପୁଲିସ୍ ଗୌରବଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ଗୌରବ କହିଥିଲେ ଯେ ସେ ସମୁଦ୍ରକୁ ଯାଇ ନଥିଲେ। କିଛି ଦୂରରେ ଥିଲେ। ଦୀକ୍ଷା ସମୁଦ୍ରକୁ ଯାଇଥିଲେ ଓ ବୁଡ଼ି ଯାଇଥିଲେ। ଏହା ଏକ ଦୁର୍ଘଟଣା ଥିଲା। ତେବେ ପୁଲିସ୍ ତାଙ୍କ ବିରୋଧରେ ପ୍ରମାଣ ଦେଖାଇବା ପରେ ସତ ମାନିଥିଲେ ଗୌରବ। ସେ ଦୀକ୍ଷାଙ୍କୁ ସମୁଦ୍ରରେ ବୁଡ଼ାଇ ମାରିଥିବା ସ୍ୱୀକାର କରିଥିଲେ। ସେ ତାଙ୍କୁ ମାରି ଏହାକୁ ଦୁର୍ଘଟଣାର ରୂପ ଦେବାକୁ ଯୋଜନା କରିଥିଲେ ବୋଲି କହିଥିଲେ। ଦୀକ୍ଷାଙ୍କ ତଣ୍ଟି ଚିପା ଯାଇଥିଲା। ତାଙ୍କ ଶରୀରରେ କ୍ଷତ ଥିଲା। ଗୌରବ ତାଙ୍କୁ ମାରିବା ବେଳେ ବଞ୍ଚିବା ପାଇଁ ଦୀକ୍ଷା ଶକ୍ତି ପ୍ରୟୋଗ କରିଥିଲେ ପୁଲିସ୍ କହିଛି। ଗୌରବଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଦୀକ୍ଷାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ୍ ଘଟଣାର ଅଧିକ ତଦନ୍ତ କରୁଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button