ପିଶାଚ ପୁଅର ବର୍ବର କାଣ୍ଡ; ମାଆକୁ ହତ୍ୟା କରି ସୁଟକେସରେ ଭରି ଗଙ୍ଗା ନଦୀରେ…. – Ibnodisha

[ad_1]
ଲକ୍ଷ୍ନୌ: ହରିୟାଣାରେ ହତ୍ୟା, ପ୍ରୟାଗରାଜରେ ଗଙ୍ଗାରେ ଫିଙ୍ଗିବା ଯୋଜନା । ନିଜ ମାଆକୁ ହତ୍ୟା କରି, ସୁଟକେସରେ ଭରି ଗଙ୍ଗା ନଦୀରେ ମୃତଦେହ ଫିଙ୍ଗିବା ପାଇଁ ଯୋଜନା କରିଥିବା ପିଶାଚ ପୁଅକୁ ଧରିଛି ପୋଲିସ । ହତ୍ୟାକାରୀ ପୁଅ ମା’ଙ୍କ ମୃତଦେହକୁ ଏକ ସୁଟକେସରେ ରଖି ଉତ୍ତରପ୍ରଦେଶର ପ୍ରୟାଗରାଜକୁ ଆସିଥିଲା । ଯୁବକକୁ ଦେଖି ପୋଲିସର ସନ୍ଦେହ ହେବା ପରେ, ତାକୁ ଅଟକାଇ ପଚରା ଉଚରା କରିଥିଲା । ପରେ ମହିଳାଙ୍କ ମୃତଦେହ ସୁଟକେସ ଭିତରୁ ମିଳିଥିଲା ।
ପୋଲିସ ଅଭିଯୁକ୍ତକୁ ଥାନାକୁ ନେଇ, ହତ୍ୟାକାଣ୍ଡ ସଂପର୍କରେ ଜେରା କରିଛି । ଗୁରବାର ମଧ୍ୟରାତ୍ରୀରେ ସଙ୍ଗମ କୂଳରେ ଏକ ସୁଟକେସ ଧରି ବୁଲୁଥିଲା ଯୁବକ ଜଣକ । ପୋଲିସ ପେଟ୍ରୋଲିଂ କରୁଥିବା ବେଳେ, ଯୁବକ ଉପରେ ପଡ଼ିଥିଲା ନଜର । ଯୁବକ ହାତରେ ଥିଲା ଏକ ବଡ଼ ସୁଟକେସ୍ ଏବଂ ଦୁଇଟି ବ୍ୟାଗ । ଯେତେବେଳେ ପୋଲିସ ତାଙ୍କୁ ଅଟକାଇ ପଚାରେ, ସେତେବେଳେ ତାର ଉତ୍ତର ଥିଲା, ସଙ୍ଗମରେ ଗାଧୋଇବାକୁ ଆସିଛି । ମାତ୍ର ଯୁବକର ହାବ ଭାବ ଦେଖି ପୋଲିସ ସନ୍ଦେହ ବଢ଼ିଥିଲା ଏବଂ ତାର ଜିନିଷ ପତ୍ର ଯାଞ୍ଚ କରିଥିଲା । ବଡ଼ ସୁଟକେସ ଖୋଲିଲା ବେଳକୁ ଏଥିରୁ ମିଳିଥିଲା ଏକ ମହିଳାଙ୍କ ମୃତଦେହ ।
ଖୋଲତାଡ଼ ପରେ ଜଣାପଡ଼ିଲା ମୃତ ମହିଳା ହେଉଛନ୍ତି ଯୁବକର ନିଜ ମାଆ । ପୋଲିସ ଜେରା ପରେ ପଦାକୁ ଆସିଥିଲା ସତ କଥା । ଯୁବକର ଘର ହରିୟାଣାର ହିସାର ଜିଲ୍ଲା ହାଂସୀ ଥାନର ଆର୍ଯ୍ୟନଗର । ତାର ନାଁ ହିମାଂଶୁ । ତାର ମାଆଙ୍କ ନାମ ପ୍ରତୀମା । ପୋଲିସ ଆଗରେ ହତ୍ୟାକାଣ୍ଡର ପୁରା କାହାଣୀ କହିଥିଲା ହିମାଂଶୁ । ଗତ ୧୩ ତାରିଖର ଘଟଣା । ସେ ମାଆଙ୍କୁ ୫୦୦୦ ଟଙ୍କା ମାଗିଥିଲା । ମାଆ ଟଙ୍କା ଦେବାକୁ ମନା କରି ଦେଇଥିଲେ । ଏହା ପରେ ସେ ତାଙ୍କ ମା ସହିତ ପ୍ରବଳ ଝଗଡ଼ା କରିଥିଲା । ମାଆ ଟଙ୍କା ନଦେବାକୁ ଏଥିରେ ଉତ୍ତ୍ୟକ୍ତ ହୋଇ ପିଶାଚ ପୁଅ ହିମାଂଶୁ ମାଆର ଗଳା କାଟି ହତ୍ୟା କରିଥିଲା । ଆର୍ଯ୍ୟନଗରରେ ହିମାଂଶୁ ତାଙ୍କ ମାଆଙ୍କ ସହ ଭଡ଼ା ଘରେ ରହୁଥିଲା । ହତ୍ୟା ପରେ କଣ କରିବ ତାର ବୁଦ୍ଧି ହଜି ଯାଇଥିଲା । ଶେଷରେ ଯୋଜନା କଲା ଯେ, ମାଆର ଶବକୁ ଗଙ୍ଗାନଦୀରେ ବିସର୍ଜନ କରିବ । ତେଣୁ ମାଆର ମୃତଦେହକୁ ଏକ ସୁଟକେସରେ ଭର୍ତ୍ତି କରି ସେ ବାହାରିଥିଲା ପ୍ରୟାଗରାଜ ।
[ad_2]