ରାଜନୀତି

ରାଜନୈତିକ ସ୍ୱାର୍ଥ ଚରିତାର୍ଥ ପାଇଁ ଓଡିଶାକୁ ବଦନାମ କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି – Ibnodisha

[ad_1]

ଓଡିଶାର ସଫଳତାକୁ କେବେ ପ୍ରଶଂସା କରିନାହାନ୍ତି ଧର୍ମେନ୍ଦ୍ର
ରାଜ୍ୟର ସଫଳତାରେ ବିବ୍ରତ ହୋଇପଡିଛନ୍ତି ରାଜ୍ୟ ବିଜେପି ନେତା
ଧର୍ମେନ୍ଦ୍ରଙ୍କ ପାଇଁ ରାଜନୀତି ଆଗ, ଓଡିଶା ପଛ

ଭୁବନେଶ୍ୱର : ଓଡିଶା ବିଜେପିର ନେତା ଏବଂ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ନିଜର ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥକୁ ଚରିତାର୍ଥ କରିବା ପାଇଁ ଅଭ୍ୟାସଗତ ଭାବେ ମିଥ୍ୟା ଓ ବିଭ୍ରାନ୍ତିକର ଅଭିଯୋଗମାନ ଆଣି ଓଡିଶାକୁ ବଦନାମ କରି ଚାଲିଥିବା କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର । ଡକ୍ଟର ପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ଓଡଶି । ଯେତେବେଳେ ଦୁଇ ଥର ହକି ବିଶ୍ୱକପ୍ ଆୟୋଜନ କରିଥିଲା, ବିତ୍ତୀୟ ପରିଚାଳାନା ଓ ଋଣହାର ପରିଚାଳନାରେ ଦେଶରେ ୧ ନମ୍ବର ସ୍ଥାନ ହାସଲ କରିଥିବାରୁ ଯେତେବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ଓଡିଶାକୁ ପ୍ରଶଂସା କରିଥିଲା, ଏକାଧିକ ରୂପାନ୍ତରଣ କାର୍ଯ୍ୟ ହେଉ ଅବା ବିପର୍ଯ୍ୟୟ ମୁକାବିଲା ପାଇଁ ଯେତେବେଳେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡିଶା ପ୍ରଶଂସିତ ହେଉଥିଲା, ସେତେବେଳେ ଓଡଶି ।

ବିଜେପିର ନେତା ଏବଂ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ କେବେ ମଧ୍ୟ ଏସବୁ ଉପଲବ୍ଧିକୁ ପ୍ରଶଂସା କରିନଥିଲେ । କାରଣ ସେମାନଙ୍କ ପାଇଁ ରାଜନୀତି ପ୍ରଥମ, ଓଡିଶା ପଛ । ସବୁବେଳେ ସେମାନେ ଚେଷ୍ଟା କରିଥାଆନ୍ତି ତଥ୍ୟକୁ ଗୋଳମାଳିଆ କରି ଉପସ୍ଥାପନ କରିବେ ଏବଂ ଓଡିଶାକୁ ବଦନାମ କରିବେ । ଯେତେବେଳେ ପୁରା ଓଡିଶା, ରାଜ୍ୟରେ ଚାଲିଥିବା ଭଲ କାର୍ଯ୍ୟ ପାଇଁ ଗର୍ବ କରୁଛି ସେତେବେଳେ ଶ୍ରୀଯୁକ୍ତ ପ୍ରଧାନ ବିବ୍ରତ ହୋଇ ପଡୁଛନ୍ତି ଓ ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ପାଇଁ ଓଡିଶାକୁ ବଦନାମ କରୁଛନ୍ତି । ଏଭଳି ହୀନ ରାଜନୀତି ପାଇଁ ଅତୀତରେ ଓଡିଶାବାସୀ ସେମାନଙ୍କୁ ଉଚିତ୍ ଜବାବ ଦେଇଥିଲେ ଏବଂ ଆଗକୁ ମଧ୍ୟ ଉଚିତ ଜବାବ ଦେବେ ବୋଲି ଡକ୍ଟର ପାତ୍ର କହିଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button