ରାଜ୍ୟ

ପୁସ୍ତକ ଜ୍ଞାନର ରତ୍ନ ଭଣ୍ଡାର – Ibnodisha

[ad_1]

ଯାଜପୁର : ଶୁକ୍ରବାର ଥିଲା ଅଷ୍ଟମ ତମ. ରାଜ୍ୟସ୍ତରୀୟ କଳିଙ୍ଗନଗର ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟା. ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ l ସଭାପତି ବିଦ୍ୟାଧର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଆତିଥିଭାବେ ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ଚନ୍ଦ୍ରମଣି ସାମଲ ଯୋଗଦେଇ ପୁସ୍ତକ ଭିତରୁ ଯେଉଁ ଜ୍ଞାନ ମିଳେ ତାହା ଅନ୍ୟ କେଉଁଠାରୁ ମିଳେନାହିଁ ବୋଲି ଶ୍ରୀ ସାମଲ ମତବ୍ୟକ୍ତ କରିଥିଲେ l ମୁଖ୍ୟ ବକ୍ତାଭାବେ ପ୍ରାଧ୍ୟାପକ ଶ୍ରୀହରି ଧଳ ଯୋଗଦେଇ ପୁରାଣ ଯୁଗରୁ ପରମାଣୁ ଯୁଗ ପର୍ଯ୍ୟନ୍ତ ପୁସ୍ତକର ଗୁରୁତ୍ୱ ରହିଛି ଓ ରହିବ ବୋଲି ମତବ୍ୟକ୍ତ କରିଥିଲେ l ପୁସ୍ତକ କାହାର କେବେ କ୍ଷତି କରେନାହି ବରଂ ଏହା ସମସ୍ତଙ୍କର ମଙ୍ଗଳ ଚିନ୍ତନ କରେ ବୋଲି ସେ ମତବ୍ୟକ୍ତ କରିଥିଲେ l ପ୍ରାରମ୍ଭରେ ଅଶୋକ ଖିଲାର ମଞ୍ଚ ନିମନ୍ତ୍ରଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ l ସମ୍ପାଦକ ଡା କୁଶ ଚନ୍ଦ୍ର ପ୍ରଧାନ ବିବରଣୀ ପାଠ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଉପଦେଷ୍ଟା ସବିତା ରାଉତ, ବରିଷ୍ଟ ଉପଦେଷ୍ଟା ଅଭିମନ୍ୟୁ ମିଶ୍ର ଓ ବିବେକାନନ୍ଦ ମହାନ୍ତି ପ୍ରମୁଖ ଯୋଗଦେଇ ପୁସ୍ତକର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ l ଏଥିରେ ପୁସ୍ତକ ମେଳାର ବରିଷ୍ଠ ଉପସଭାପତି ଅଧ୍ୟାପକ ଡା ଅକ୍ଷୟ କୁମାର ପଣ୍ଡା, ହୃଷିକେଶ ସାହୁ, ସମ୍ପାଦକ ପବିତ୍ର ରଞ୍ଜନ ମହାନ୍ତି, ବୀରକିଶୋର ସାହୁ, ପ୍ରଦ୍ୟୁମ୍ନ କୁମାର ବୋଇତାଇ, ସୁରେନ୍ଦ୍ର ନାୟକ, ଅକ୍ଷୟ ଦେଓ, ବ୍ରଜେଶ୍ବରୀ ସିଂ, ମଧୁସୂଦନ ମହାପାତ୍ର, ପ୍ରଣତି ତ୍ରିପାଠୀ, ରାଇଚରଣ ମହାନ୍ତି ପ୍ରମୁଖ ଯୋଗଦେଇଥିବା ବେଳେ ଅଶ୍ୱିନୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l ଶେଷରେ ଝୁମକା ଏକାଡେମୀର କଳାକାର ମାନେ ଦେଶାତ୍ମବୋଧକ ସଂଗୀତ ଓ ନୃତ୍ୟ ପରିବେଷଣ କରିଥିଲେ l

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button