ବିଜ୍ଞାପନ ପାଇଁ ଗେଟ୍ ବନାଇ ୫ ଲକ୍ଷ ତଣ୍ଡ ଗଣିଲା ‘ବିମଲ ପାନମସଲା’ – Ibnodisha

[ad_1]
ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରର ବିଭିନ୍ନ କାନ୍ଥ, ଗଛ, ଓ ବିଦ୍ୟୁତ ଖୁଣ୍ଟରେ ବିଜ୍ଞାପନ ମାରୁଥିବା ସଂସ୍ଥା ସାବଧାନ ରୁହନ୍ତୁ। କାରଣ ଭୁବନେଶ୍ବର ମହାନଗର ନିଗମ ଏବେ ବିନା ଅନୁମତିରେ ବିଜ୍ଞାପନ ଲଗାଉଥିବା ସଂସ୍ଥାୁ ଜରିମାନା ଲଗାଇବା ସହ କଠୋର କାର୍ଯ୍ୟାନୁଷ୍ଠାନ ନେଉଛି। ବିନା ଅନୁମତିରେ ବିଜ୍ଞାପନ ଲଗାଇ ସହରର ସୌନ୍ଦର୍ଯ୍ୟକରଣ , ପରିବେଶ ନଷ୍ଟ କରୁଥିବା ସଂପୃକ୍ତ ସଂସ୍ଥା ନାଁରେ ଥାନାରେ ଏତଲା ମଧ୍ୟ ଦେଇଛି ବିଏମସି। ଗତ କିଛି ଦିନ ଧରି ଭୁବନେଶ୍ବରରେ ବିନା ଅନୁମତିରେ ଲାଗିଥିବା ବିଜ୍ଞାପନ ଗୁଡିକ ଉପରେ ବିଏମସି ଏପରି କାର୍ଯ୍ୟାନୁଷ୍ଠାନ ନେଇଚାଲିଛି। ଏହି କ୍ରମରେ ଆଜି ବିନା ଅନୁମତିରେ ବିଜ୍ଞାପନ ପାଇଁ ଗେଟ୍ ବନାଇ ଥିବା ‘ବିମଲ ପାନମସଲା’କୁ ୫ ଲକ୍ଷ ଟଙ୍କାର ଜରିମାନା ଲଗାଇଛି ବିଏମସି। ସହିଦ ନଗର ଅଞ୍ଚଳରେ ବିନା ଅନୁମତିରେ ‘ବିମଲ ପାନମସଲା ପକ୍ଷରୁ ଏକ ବିଜ୍ଞାପନ ଗେଟ୍ ରାସ୍ତାରେ କରାଯାଇଥିଲା। ଯାହାକୁ ନେଇ ଭୁବନେଶ୍ବର ମହାନଗର ନିଗମ ‘ବିମଲ ପାନମସଲା’ ୫ ଲକ୍ଷ ଟଙ୍କା ଫାଇନ କରିବା ସହ ଥାନାରେ ଏତଲା ମଧ୍ୟ ଦେଇଛି। ସୂଚନାଯୋଗ୍ୟ ଗଛ, କାନ୍ଥ ଓ ବିଦ୍ୟୁତ ଖୁଣ୍ଟରେ ପୋଷ୍ଟର ଲାଗିବା ଦ୍ବାରା ପରିବେଶ ନଷ୍ଟ ହେଉଛି । ଏ ସବୁ ସଫା କରିବା ପାଇଁ ସ୍ପ୍ରେ ମେସିନ ଓ କର୍ମଚାରୀ ନିୟୋଜିତ ହେଉଛନ୍ତି । ଏ ସବୁ ଦ୍ବାରା ବିଏମସିର ଅଯଥା ଟଙ୍କା ଖର୍ଚ୍ଚ ହେଉଛି । ଯିଏ ବି ସହରର ସୌନ୍ଦର୍ଯ୍ୟକରଣ ନଷ୍ଟ କରିବ ସେମନାଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ବିଏମସି କମିଶନର ଚେତାବନୀ ଦେଇଛନ୍ତି ।
[ad_2]