ଅପରାଧ

ଠକେଇ ମାମଲାରେ ବନ୍ଧାହେଲେ ବ୍ୟାଙ୍କ ମ୍ୟାନେଜର – Ibnodisha

[ad_1]

ନବରଙ୍ଗପୁର : ନବରଙ୍ଗପୁର ଆଇଡ଼ିବିଆଇ ବ୍ୟାଙ୍କରୁ ୧ କୋଟି ଠକେଇ ଘଟଣା। ଆଜି ବ୍ରାଞ୍ଚ ମ୍ୟାନେଜର ଅଞ୍ଜନ ଶତପଥୀଙ୍କୁ ଗିରଫ କରିଛି ପୁଲିସ। ଅଞ୍ଜନ ୮ ଜଣ ପରିଚିତ ବ୍ୟକ୍ତିଙ୍କ ଖାତାକୁ ୬୩ ଲକ୍ଷ ପଠାଇଥିଲେ। ଏମିତିକି ବ୍ୟାଙ୍କ ଲକରରୁ ମଧ୍ୟ ୩୭ ଲକ୍ଷ ନେଇ ଆଉ ଜମା କରିନଥିଲେ। ବ୍ୟାଙ୍କରୁ ଟଙ୍କା ଠକେଇ ନେଇ ୧୬ ତାରିଖରେ ନବରଙ୍ଗପୁର ଥାନାରେ ଏତଲା ହୋଇଥିଲା। ବ୍ରହ୍ମପୁର ଡିଭିଜନ ଡିଜିଏମ୍ ଥାନାରେ ଏତଲା ଦେବା ପରେ ପୁଲିସ ଛାନଭିନ କରିଥିଲା। ଆଜି ବ୍ୟାଙ୍କ ମ୍ୟାନେଜର ଅଞ୍ଚନ ଶତପଥୀଙ୍କୁ ଗିରଫ କରିଛି ନବରଙ୍ଗପୁର ପୁଲିସ। ଡିସେମ୍ୱର ୧ ଓ ୨ ତାରିଖରେ ନବରଙ୍ଗପୁର IDBI ବ୍ରାଞ୍ଚରେ କୋଟିଏରୁ ଅଧିକ ଟଙ୍କା କାରବାର ହୋଇଥିଲା। ଯେହେତୁ କୋଟିଏରୁ ଅଧିକ ଟଙ୍କା କାରବାର ହୋଇଥିଲା, ତେଣୁ ସେହି ଟଙ୍କା IDBI ବ୍ୟାଙ୍କ ଲକର ରହିପାରିବ ନାହିଁ। ସେହି ଟଙ୍କାକୁ SBI Currency Chestରେ ଜମା କରିବାର ନିୟମ ରହିଛି। ତେଣୁ ବ୍ରାଞ୍ଚ ମ୍ୟାନେଜର ଅଞ୍ଜନ କୁମାର ଶତପଥୀ ଟଙ୍କା ଜମା କରିବା ପାଇଁ ନେଇଥିଲେ। ହେଲେ ସେ ସେହି ଟଙ୍କା ଜମା କରିନଥିଲେ। ସେହି ଟଙ୍କାକୁ ସେ ହଡ଼ପ୍‌ କରିଥିବା ଅଭିଯୋଗ ହୋଇଥିଲା।ଅନ୍ୟପକ୍ଷରେ ଗତ ୧୫ ତାରିଖରେ ବ୍ୟାଙ୍କ କାଗଜପତ୍ର ଯାଞ୍ଚ ବେଳେ କୋଟିଏ ଟଙ୍କା କମ୍‌ ଥିବା ଜଣାପଡ଼ିଥିଲା। ଏନେଇ ବ୍ୟାଙ୍କ କର୍ମଚାରୀମାନେ DGM ସ୍ୱରୂପ ଦତ୍ତଙ୍କୁ ଜଣାଇଥିଲେ। ଖବର ପାଇ DGM ସ୍ୱରୂପ ଦତ୍ତ ନବରଙ୍ଗପୁର IDBI ବ୍ୟାଙ୍କକୁ ଆସି ତଦନ୍ତ କରିଥିଲେ। ପରେ ସେ ଏନେଇ ନବରଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ମାମଲା ରୁଜୁ କରିଥିଲା।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button