ରାଜନୀତି

ମାହାଙ୍ଗା ଡବଲ ମର୍ଡର ଘଟଣା; ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବୃଦ୍ଧି – Ibnodisha

[ad_1]

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କ ସଂପୃକ୍ତି ଅଭିଯୋଗ ମାମଲାରେ ତାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ଆସନ୍ତା ୨୦୨୪ ଜାନୁୟାରୀ ୧୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତିି । ଏହି ସମୟ ମଧ୍ୟରେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତିି । ହାଇକୋର୍ଟ ମାମଲର ଶୁଣାଣି କରି ଉପରୋକ୍ତ ଆଦେଶ ପ୍ରଦାନ କରିବା ସହ ମାମଲାର ପରବର୍ତୀ ଶୁଣାଣି ପାଇଁ ଜାନୁୟାରୀ ୧୯ ତାରିଖକୁ ସମୟ ଧାର୍ଯ୍ୟ କରିଛନ୍ତିି । ସୂଚନାଯୋଗ୍ୟ ଗତ ୨୦୨୧ ମସିହା ଜାନୁୟାରୀ ୨ ତାରିଖରେ ମାହାଙ୍ଗାରେ ଭାରତୀୟ ଜନତା ପାର୍ଟି ନେତା କୂୁଳମଣି ବରାଳ ଓ  ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ତତ୍‌କାଳୀନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ କରାଯାଇଥିଲା । ତେବେ ମାହାଙ୍ଗା ପୁଲିସ୍ ଏହି ହତ୍ୟା ଘଟଣାରେ ଅଭିଯୋଗଫର୍ଦ୍ଦରୁ ଶ୍ରୀ ଜେନାଙ୍କ ନାମକୁ ବାଦ୍ ଦେଇଥିଲା ।  ଏହି ମାମଲାରେ ତାଙ୍କୁ ନିମ୍ନ ଅଦାଲତରେ ହଜାର ହେବାକୁ କୁହାଯାଇଥିବାବେଳେ ସେ ନିମ୍ନ ଅଦାଲତ ହାଜର ନ ହୋଇ ନିଜ ଓକିଲଙ୍କ ମାଧ୍ୟମରେ ହାଜରେ ହେବାକୁ ଅନୁମତି ଲୋଡି ହାଇକୋର୍ଟରେ ଆବେଦନ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button