ଅଷ୍ଟମ ରାଜ୍ୟସ୍ତରୀୟ ପୁସ୍ତକ ମେଳାର ୬ଷ୍ଠ ସନ୍ଧ୍ୟା, ପୁସ୍ତକର ବିକଳ୍ପ ନାହିଁ – Ibnodisha

[ad_1]
ବ୍ୟାସନଗର: ଅଷ୍ଟମ ରାଜ୍ୟସ୍ତରୀୟ କଳିଙ୍ଗନଗର ପୁସ୍ତକ ମେଳାର ୬ଷ୍ଠ ସନ୍ଧ୍ୟା ସଭାପତି ବିଦ୍ୟାଧର ମହାନ୍ତିଙ୍କ ଅଧକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଓଡ଼ିଶାର ପ୍ରାକ୍ତନ ଅର୍ଥମନ୍ତ୍ରୀ ଡ଼ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ଯୋଗଦେଇ ପୁସ୍ତକର କୌଣସି ବିକଳ୍ପ ନାହିଁ ଓ ଏହାଦ୍ୱାରା ବ୍ୟକ୍ତିତ୍ୱର ପରିପ୍ରକାଶ ଘଟିଥାଏ ବୋଲି ବକ୍ତବ୍ୟରେ କହିଥିଲେ । ମୁଖ୍ୟବକ୍ତା ଭାବେ କୋରେଇ ବ୍ଲକ ଶିକ୍ଷାଧିକାରୀ ସୁଦର୍ଶନ ମଲ୍ଲିକ ଯୋଗଦାନକରି ପୁସ୍ତକକୁ ମା କ୍ଷୀର ସହ ତୁଳନା କରିଥିଲେ ଏହା ମୂଲ୍ୟବୋଧ, ନୈତିକତା ଓ ବିଭୂପ୍ରେମ ଶିଖାଇବା ସଙ୍ଗେ ସଙ୍ଗେ ସମାଜର ମୋଡ଼ ପରିବର୍ତ୍ତନ କରିପାରେ ବୋଲି କହିଥିଲେ । ସଂମ୍ମାନିତ ଅତିଥିଭାବେ ଯାଜପୁରରୋଡ଼ ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ପରିଚାଳକ ଜ୍ୟୋତି ରଞ୍ଜନ ବେହରା, ଯାଜପୁରରୋଡ଼ ଅଗ୍ନିଶମ ଅଧିକାରୀ ତାପସ କୁମାର ମନ୍ତ୍ରୀ, କାର୍ୟ୍ୟକାରୀ ସଭାପତି ବିବେକାନନ୍ଦ ମହାନ୍ତି ପ୍ରମୁଖ ଯୋଗଦେଇ ପୁସ୍ତକ ହିଁ ମହାପୁରୁଷ ସୃଷ୍ଟି କରେବୋଲି ମତବ୍ୟକ୍ତ କରିଥିଲେ । ସମ୍ପାଦକ ପବିତ୍ର ରଞ୍ଜନ ମହାନ୍ତି ଅତିଥି ମାନଙ୍କୁ ମଞ୍ଚନିମନ୍ତ୍ରଣ କରିଥିଲେ । ବ୍ୟାସନଗର ପବ୍ଲିକ ସ୍କୁଲର ଅଧକ୍ଷା ଡ଼ ଦେବସ୍ମିତା ସାହୁ ସ୍ୱାଗତ ଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିବାବେଳେ ଉପସଭାପତି ହୃଷିକେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଶିକ୍ଷାବିତ ଅକ୍ଷୟ ଦେଓଙ୍କ ନେତୃତ୍ୱରେ ପିଲାମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ଏନ ସି କଲେଜର ଛାତ୍ରୀ ସମର୍ପିତା ନନ୍ଦ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ । ଏହି କାର୍ୟ୍ୟକ୍ରମରେ ଉପଦେଷ୍ଟା ଅଭିମନ୍ୟୁ ମିଶ୍ର, ଉପସଭାପତି ଡ଼ ଅକ୍ଷୟ କୁମାର ପଣ୍ଡା, ବୀରକିଶୋର ସାହୁ, ଅଶୋକ ଖିଲାର, କୋଷାଧକ୍ଷ ଅଶ୍ୱିନୀ ଦାସ, ବ୍ରଜେଶ୍ଵରୀ ସିଂ, ମଧୁସୂଦନ ମହାପାତ୍ର, ପ୍ରଦ୍ୟୁମ୍ନ ବୋଇତାଇ, ରାଇଚରଣ ମହାନ୍ତି, ବିକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ବ୍ୟାସନଗର ପବ୍ଲିକ ସ୍କୁଲର ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରଥିଲେ ।
[ad_2]