ଖେଳ
ଜିମ୍ବାୱେ କୋଚ୍ ପଦରୁ ହଟନ୍ଙ୍କ ଇସ୍ତଫା – Ibnodisha

[ad_1]
ହରାରେ: ଆସନ୍ତାବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ହାସଲରେ ଟିମ୍ର ବିଫଳତା ପରେ ଜିମ୍ବାୱେ କ୍ରିକେଟ୍ ଟିମ୍ର ମୁଖ୍ୟ କୋଚ୍ ଡେଭ୍ ହଟନ୍ ପଦରୁ ଇସ୍ତଫା ଦେଇଛନ୍ତି । ଜିମ୍ବାୱେ କ୍ରିକେଟ୍ ବୋର୍ଡ ବୁଧବାର ଏହି ସୂଚନା ଦେଇଛି । ବୁଧବାର ବିଶ୍ୱକପ୍ ଉପରେ ବୋର୍ଡର ମିଟିଂ ପୂର୍ବରୁ ହଟନ୍ ତାଙ୍କ ଇସ୍ତଫାପତ୍ର ପଠାଇଥିଲେ । ନିକଟରେ ଶେଷ ହୋଇଥିବା ବିଶ୍ୱକପ୍ କ୍ୱାଲିଫାଇଙ୍ଗ୍ ଟୁର୍ଣ୍ଣାମେଣ୍ଟ୍ରେ ନାମ୍ବିୟା ଏବଂ ଉଗାଣ୍ଡା ପରି ଟିମ୍ଠାରୁ ଜିମ୍ବାୱେ ପରାଜିତ ହୋଇଥିଲା । ଏହା ବ୍ୟତୀତ ଜିମ୍ବାୱେ ନିକଟରେ ଆୟର୍ଲାଣ୍ଡ୍ଠାରୁ ଦିନିକିଆ ସିରିଜ୍ ହାରିଥିଲା । ୬ଟି ଦିନିକିଆ ଏବଂ ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍ ହାରିବା ପରେ ଗତବର୍ଷ ଜୁନ୍ରେ ଲାଲଚାନ୍ଦ ରାଜପୁତଙ୍କ ସ୍ଥାନରେ ୬୬ ବର୍ଷୀୟ ହଟନ୍ ଜିମ୍ବାୱେର ମୁଖ୍ୟ କୋଚ୍ ନିଯୁକ୍ତ ହୋଇଥିଲେ । ଏହି ସ୍ଥାନ ଶୀଘ୍ର ପୂରଣ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।
[ad_2]