କଥାରେ ନୁହେଁ, କାମରେ ବିଶ୍ୱାସ କରନ୍ତି ମୁଖ୍ୟମନ୍ତ୍ରୀ: କାର୍ତ୍ତିକ ପାଣ୍ଡିଆନ – Ibnodisha

[ad_1]
ଅପପ୍ରଚାରକାରୀଙ୍କୁ ଉଚିତ ଜବାବ ଦେବାକୁ ଆହ୍ୱାନ
କୋରାପୁଟକୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ଦୁଇଟି ବିଶ୍ୱବିଦ୍ୟାଳୟ
ବିଶ୍ୱବିଦ୍ୟାଳୟରେ ପଢ଼ିବାକୁ ଆଉ ବ୍ରହ୍ମପୁର ଯିବାକୁ ପଡୁନି
ଅବିଭକ୍ତ କୋରାପୁଟରୁ ଅଧିକାଂଶ ଯୋଜନାର ଶୁଭାରମ୍ଭ
ମନ୍ଦିର, ମସଜିଦ, ଚର୍ଚ୍ଚ ସବୁର ହେଉଛି ରୂପାନ୍ତରଣ
କିଛି ଲୋକ ଓଡ଼ିଶାକୁ ବଦନାମ କରିବାକୁ ଉଦ୍ୟମ କରୁଛନ୍ତି
କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ସ୍ଥାନାନ୍ତର କରିବାକୁ କିଛି ଲୋକ ଅସଫଳ ଉଦ୍ୟମ କରିଥିଲେ
ଭୁବନେଶ୍ୱର : କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟବାସୀଙ୍କ ପାଇଁ ୨୪ ଘଣ୍ଟା ପରିଶ୍ରମ କରୁଛନ୍ତି । କିନ୍ତୁ କିଛି ଲୋକ ଓଡ଼ିଶାକୁ ବଦନାମ କରିବାକୁ ଅପପ୍ରଚାର କରୁଛନ୍ତି । ସେମାନଙ୍କୁ ଜବାବ ଦେବାକୁ ହେବ ବୋଲି ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ଯେ, କୋରାପୁଟ ମୁଖ୍ୟମନ୍ତ୍ରୀଙ୍କ ପ୍ରିୟ ଜିଲ୍ଲା । ଅବିଭକ୍ତ କୋରାପୁଟ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ବହୁତ ଭଲ ପାଆନ୍ତି । କୋରାପୁଟ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ଦୁଇଟି ଦୁଇଟି ବିଶ୍ୱବିଦ୍ୟାଳୟ ଦେଇଛନ୍ତି । କୋରାପୁଟରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ୨୦୦୭-୨୦୦୮ ମସିହାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଦାବି ଉପସ୍ଥାପନ କରି ଏଠାରେ ପ୍ରତିଷ୍ଠା କରିଥଲେ। ଏବେ ବିକ୍ରମ ଦେବ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିଛି । କିନ୍ତୁ କୋରାପୁଟକୁ ମିଳିଥିବା କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟକୁ ସ୍ଥାନାନ୍ତର କରିବା ପାଇଁ ମଧ୍ୟ କିଛି ଲୋକ ଅସଫଳ ଉଦ୍ୟମ କରିଥିଲେ । ହେଲେ ମୁଖ୍ୟମନ୍ତ୍ରୀ ତାହା ହେବାକୁ ଦେଇନାହାନ୍ତି ବୋଲି ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ଆଜି କୋରାପୁଟ ଗସ୍ତରେ ଯାଇ କହିଛନ୍ତି ।
ସେ କହିଥିଲେ ଯେ ଟଙ୍କିକିଆ ଚାଉଳଠୁ ଆରମ୍ଭ କରି ଲକ୍ଷ୍ମୀ ବସ୍, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଆଦି ବିଭିନ୍ନ ଯୋଜନା ଅବିଭକ୍ତ କୋରାପୁଟରୁ ହିଁ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି । ୨୫ଟି ଜିଲ୍ଲା ଲକ୍ଷ୍ମୀ ବସକୁ ଅପେକ୍ଷା କରିଥିବା ବେଳେ କୋରାପୁଟବାସୀ ଲକ୍ଷ୍ମୀ ବସ୍ ପାଇସାରିଛନ୍ତି । ପ୍ରତି ଯୋଜନାରେ ମୁଖ୍ୟମନ୍ତ୍ରୀ କୋରାପୁଟକୁ ଯୋଡିଥିବା ବେଳେ ଏ ଧାରା ଜାରି ରହିବ ବୋଲି କହିଛନ୍ତି ଫାଇଭ୍ ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । କୋରାପୁଟ ଜିଲ୍ଲାରେ ଆଜି କାର୍ତ୍ତିକ ପାଣ୍ଡିଆନ ୩ଟି କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ ।
ପ୍ରଥମେ କୋରାପୁଟ କଲେଜରେ ନୂଆ-ଓ କାର୍ୟ୍ୟକ୍ରମରେ ଯୋଗଦେଇଥିଲେ । କୋରାପୁଟର ଲାଣ୍ଡିଗୁଡା ସରକାରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ନୂଆ-ଓ କାର୍ୟ୍ୟକ୍ରମରେ ଅଭୂତପୂର୍ବ ଭିଡ ଦେଖିବାକୁ ମିଳିଥିଲା । କାର୍ତ୍ତିକ ପାଣ୍ଡିଆନଙ୍କ ସହ କରମର୍ଦ୍ଦନ କରିବା ଓ ସେଲଫି ନେବାକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ଏଠାରେ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଇଥିଲେ ପାଣ୍ଡିଆନ ।
ଏହାପରେ ଜୟପୁର ଦଶହରା ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ସେ ଯୋଗ ଦେଇଥିଲେ । ଏଠାରେ ଶ୍ରୀ ପାଣ୍ଡିଆନ କହିଥିଲେ ଯେ ଜିଲ୍ଲାରେ ଥିବା ମନ୍ଦିର , ମସଜିଦ, ଚର୍ଚ୍ଚ ଆଦିର ରୂପାନ୍ତରଣ ପାଇଁ ଦରଖାସ୍ତ ଦେଇଛନ୍ତି କୋରାପୁଟବାସୀ । ଆସନ୍ତା ୭ ଦିନ ମଧ୍ୟରେ ଏନେଇ ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଖୁସି ଖବର ମିଳିବ । ମୁଖ୍ୟମନ୍ତ୍ରୀ ଯେଉଁ ଟଙ୍କା ମଞ୍ଜୁର କରିବେ, ତାହା ଲୋକମାନଙ୍କର ଟଙ୍କା । ପ୍ରତ୍ୟେକ ଟଙ୍କାକୁ ନିଜର ଭାବି ସ୍ୱଚ୍ଛତା ସହକାରେ କାମ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଫାଇଭ ଟି ଅଧ୍ୟକ୍ଷ । ପ୍ରଥମ ପର୍ୟ୍ୟାୟରେ ଭଲ କାମ କଲେ ଦ୍ଵିତୀୟ ପର୍ୟ୍ୟାୟ ଟଙ୍କା ମିଳିବ ବୋଲି ସେ କହିଛନ୍ତି ।
ଜୟପୁର ଦଶହରା ପଡିଆରେ ପ୍ରବଳ ଜନସମାଗମ ହୋଇଥିଲା । ଭିଡ କାଟି ମଞ୍ଚ ଉପରକୁ ଯିବାକୁ କାର୍ତ୍ତିକ ପାଣ୍ଡିଆନଙ୍କୁ ପାଖାପାଖି ଅଧଘଣ୍ଟା ସମୟ ଲାଗିଯାଇଥିଲା । ଦଶହରା ପଡିଆଠାରେ ଫାଇଭ ଟି ଅଧ୍ୟକ୍ଷ କହିଥିଲେ ଯେ ପୂର୍ବରୁ ଉଚ୍ଚଶିକ୍ଷା ପାଇଁ କୋରାପୁଟବାସୀଙ୍କୁ ବ୍ରହ୍ମପୁରକୁ ଯିବାକୁ ପଡୁଥିଲା । ଛାତ୍ରଛାତ୍ରୀମାନେ ବହୁତ ଖର୍ଚ୍ଚାନ୍ତ ହେଉଥିଲେ । କିନ୍ତୁ ଏବେ ବିକ୍ରମଦେବ କଲେଜକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାକୁ ଲକ୍ଷ୍ମୀ ବସ ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମେତ ସବୁ ଯୋଜନାରେ ଯୋଡ଼ାଯାଇଛି । ମାତ୍ର ୫ ଟଙ୍କାରେ ମହିଳାମାନେ ବସ ଯୋଗେ ଯାଉଛନ୍ତି । ଆଗକୁ ପ୍ରତି ପଞ୍ଚାୟତରେ ବ୍ୟାଙ୍କ ସୁବିଧା ଖୋଲାଯିବ । ମିଶନ ଶକ୍ତି ମାଆମାନେ ଏହି ବ୍ୟାଙ୍କସେବା ଦ୍ୱାରା ବହୁତ ଉପକୃତ ହେବେ । ଏଥିସହିତ କୋରାପୁଟରେ ଜଗନ୍ନାଥ ମନ୍ଦିର , କାଳୀ ମନ୍ଦିର , ମସଜିଦ, ଚର୍ଚ୍ଚ ପାଇଁ ଅର୍ଥ ମଞ୍ଜୁର ହୋଇଛି । ଏନେଇ କାମ ଚାଲୁ ରହିଛି । ଜଗନ୍ନାଥ ସାଗର ପାଇଁ ୨୦ କୋଟି ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଭଲ କାମ କଲେ ଖୁବ୍ ଶୀଘ୍ର ଦ୍ଵିତୀୟ ପର୍ୟ୍ୟାୟ ଅର୍ଥ ମଂଜୁର ହେବ ବୋଲି ସେ କହିଥିଲେ ।
ଜୟପୁର ସରକାରୀ ବାଳକ ଉଚ୍ଚ ବିଦ୍ୟାଲୟ ପରିସରରେ ଆୟୋଜିତ କାର୍ୟ୍ୟକ୍ରମରେ କାର୍ତ୍ତିକ ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପାଇଁ ୨୪ ଘଣ୍ଟା ପରିଶ୍ରମ କରୁଛନ୍ତି । କିନ୍ତୁ କିଛି ଲୋକ ଓଡ଼ିଶାକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । ଏଥିପ୍ରତି ସଜାଗ ରହିବା ରହିବାକୁ ସେ ପରାମର୍ଶ ଦେଇଥିଲେ । ଏଥିସହିତ ସରକାରଙ୍କ ଯୋଜନାକୁ ଘରେ ଘରେ ପହଞ୍ଚାଇବାକୁ ସେ ନିବେଦନ କରିଥିଲେ । ଲୋକଙ୍କ ଦାବିକୁ କେଉଁ ସରକାର ୭ ଦିନ ମଧ୍ୟରେ ସମାଧାନ କରନ୍ତି ବୋଲି ପାଣ୍ଡିଆନ ପ୍ରଶ୍ନ କରିଥିଲେ । ମୁଖ୍ୟମନ୍ତ୍ରୀ କାମରେ ବିଶ୍ୱାସ କରୁଥିଲାବେଳେ କିଛି ଲୋକ ଅପପ୍ରଚାରକୁ ଅସ୍ତ୍ର କରି ବିକାଶ ରଥକୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି । ସେମାନଙ୍କୁ ଜବାବ ଦେବାର ଅଛି ବୋଲି ଆହ୍ୱାନ ଦେଇଥିଲେ ପାଣ୍ଡିଆନ ।
ଜୟପୁରଠାରେ ଆୟୋଜିତ ସାଧାରଣ ସଭାରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ପ୍ରଣବ ବଳବନ୍ତରାୟ, କୋରାପୁଟ ଜିଲ୍ଲା ବିଜେଡି ସଭାପତି ଝୀନ ହିକକା, କୋରାପୁଟ ବିଧାୟକ ରଘୁରାମ ପୋଡାଲ, ପଟ୍ଟାଙ୍ଗୀ ବିଧାୟିକ ପ୍ରିତମ ପାଢୀ, କୋଟପାଡ ବିଧାୟିକା ପଦ୍ମିନୀ ଦିଆନ, ଲକ୍ଷ୍ମୀପୁର ବିଧାୟକ ପ୍ରଭୂ ଜାନୀ, ସାଂସଦ ରମେଶ ମାଝୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଠା ପ୍ରଦୀପ ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପଧାନୀ, ଝରିଗାଁ ବିଧାୟକ ପ୍ରକାଶ ମାଝୀ, ଡାବୁ ଗାଁ ବିଧାୟକ ମନୋହର ରନ୍ଧାରୀ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ବରିଷ୍ଠ ବିଜେଡି ନେତା ରବି ନନ୍ଦ, ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ, ପ୍ରଫୁଲ୍ଲ ପାଙ୍ଗି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସସ୍ମିତା ମେଲକା, କୋରାପୁଟ ଜିଲ୍ଲା ବିଜେଡି ମହିଳା ପର୍ୟ୍ୟବେକ୍ଷକ ମୀରା ପରିଡା, ଜୟପୁର ପୌର ପରିଷଦ ଉପାଧ୍ୟକ୍ଷା ବି. ସୁନୀତା ଓ ବରିଷ୍ଠ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।
[ad_2]