ରାଜନୀତି

କେନ୍ଦ୍ରାପଡ଼ା ରାଜନୀତିରେ ହଟଚମଟ: ଅତ୍ୟନ୍ତ ଅନୁଗତ ଏବେ ପରମଶତ୍ରୁ! – Ibnodisha

[ad_1]

ନେତାଙ୍କ ବିରୋଧରେ ଅସନ୍ତୋଷ ବଢ଼ୁଛି

ସୁବ୍ରତ କୁମାର ସାମଲ
କେନ୍ଦ୍ରାପଡ଼ା: ଦିନେ ସେମାନେ ଏକାନ୍ତ ଅନୁଗତ ଥିଲେ। ନେତାଙ୍କ ପାଖେ ପାଖେ ରହି ସବୁ କାମର ଦାୟିତ୍ବ ନେଉଥିଲେ। ନେତା ବି ସେମାନଙ୍କୁ ଅଖଣ୍ଡ କ୍ଷମତା ଦେଇଥିଲେ। କିନ୍ତୁ ପରିବର୍ତ୍ତିତ ସ୍ଥିତିରେ ସେହି ଅନୁଗତମାନଙ୍କୁ ପରମ ଶତ୍ରୁ ଭଳି ଦୂରେଇ ଦେଇଛନ୍ତି ନେତା। କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରାୟ ସବୁ ବିଧାୟକଙ୍କ କ୍ଷେତ୍ରରେ ଏଭଳି ଘଟଣା ଏବେ ଦେଖିବାକୁ ମିଳିଛି। କାହାକୁ ଦଳ ବିରୋଧୀ ଆଖ୍ୟା ଦିଆଯାଇ ବିଦା କରି ଦିଆଯାଇଛି ତ’ କାହାକୁ ପଦବିରୁ ବରଖାସ୍ତ କରାଯାଇ ସ˚ପୂର୍ଣ୍ଣ ନିଷ୍କ୍ରିୟ କରି ଦିଆଯାଇଛି। ଏହା ଏବେ କେନ୍ଦ୍ରାପଡ଼ା ରାଜନୀତିକୁ ନୂଆ ମୋଡ଼ ଦେଇଛି।

ଏହାର ସଦ୍ୟତମ ଉଦାହରଣ ହେଉଛନ୍ତି ରାଜନଗର ବ୍ଲକ୍‌ ପୂର୍ବତନ ବିଜେଡି ସଭାପତି ଅଶୋକ କୁମାର ପ୍ରତିହାରୀ। କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଉପାଧୢକ୍ଷ ଥିବା ଅଶୋକ ଏକଦା ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ଅନୁଗତ ଥିଲେ। ତିନି ତିନି ଥର ବ୍ଲକ୍‌ ବିଜେଡି ସଭାପତି ହେବା ପଛରେ ବି ଧ୍ରୁବଙ୍କ ଆଶୀର୍ବାଦ ଥିଲା। ହେଲେ ଏବେ ସେ ଧ୍ରୁବଙ୍କ ପାଇଁ ପରମ ଶତ୍ରୁ ପାଲଟି ଯାଇଛନ୍ତି। ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଦର୍ଶାଇ ତାଙ୍କୁ ବ୍ଲକ୍‌ ସଭାପତି ପଦରୁ ବରଖାସ୍ତ କରାଯିବା ସହିତ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। କୁହାଯାଉଛି ଯେ ରାଜନୀତିରେ ଉଚ୍ଚଭିଳାଷ ରଖିବା ହିଁ ଅଶୋକଙ୍କ ପାଇଁ କାଳ ହେଲା। ଏବେ ଉଭୟ ଧ୍ରୁବ ଓ ଅଶୋକ ମୁହାଁମୁହିଁ। ପରସ୍ପର ପରସ୍ପରକୁ ବିଶ୍ବାସଘାତକ, ଦୁର୍ନୀତିଗ୍ରସ୍ତ କହିବାକୁ ପଛାଉ ନାହାନ୍ତି। କେବଳ ଅଶୋକଙ୍କ କ୍ଷେତ୍ରରେ ନୁହେଁ; ଏହା ପୂର୍ବରୁ ରାଜନଗର ବ୍ଲକ୍‌ ଯୁବ ବିଜେଡି ପୂର୍ବତନ ସଭାପତି ପାରେଶ୍ବର ନାୟକ, ଛାତ୍ର ବିଜେଡି ସଭାପତି ବିକ୍ରମ ବାରିକଙ୍କ କ୍ଷେତ୍ରରେ ବି ଏଭଳି ଘଟିଥିଲା। ବିଧାୟକଙ୍କ ନିଜ ଅବିଭକ୍ତ ଓସ୍ତିଆ ପ˚ଚାୟତର ବାସିନ୍ଦା ସହିତ ତାଙ୍କର ଅନୁଗତ ଥିଲେ ଏହି ଦୁଇ ଛାମୁଆ ନେତା। କିନ୍ତୁ ଉଭୟଙ୍କୁ ଦଳ ବିରୋଧୀ ଆଖ୍ୟା ଦେଇ ଦଳରୁ ବିଦା କରି ଦିଆଯାଇଛି।

ମହାକାଳପଡ଼ା ବିଧାୟକ ତଥା ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକଙ୍କ ଖାସ୍‌ ଥିଲେ ଧୀରେନ୍ଦ୍ର ପୃଷ୍ଟି। ତାଙ୍କୁ ଜିଲ୍ଲା ପରିଷଦ ଉପାଧୢକ୍ଷ କରିଥିଲେ ଅତନୁ। କିନ୍ତୁ ପରିବର୍ତ୍ତିତ ରାଜନୀତିକୁ ନେଇ ଦୁହଁିଙ୍କ ମଧୢରେ ମନ୍ତାନ୍ତର ଏତେ ମାତ୍ରାରେ ହେଲା ଯେ ଶେଷରେ ଧୀରେନ୍ଦ୍ରଙ୍କୁ ଦଳରୁ ବାହାରର ରାସ୍ତା ଦେଖାଇ ଦିଆଗଲା। ଶେଷରେ ଧୀରେନ୍ଦ୍ର ବିଜେପିରେ ସାମିଲ୍‌ ହେଲେ। ଜିଲ୍ଲା ଯୁବ ବିଜେଡି ପୂର୍ବତନ ସଭାପତି ରାଜେଶ ପଣ୍ତା ମଧୢ ଏକଦା ଅତନୁ ବାବୁଙ୍କ ଅତି ଅନ୍ତର˚ଗ ହେଇ ପାଖେ ପାଖେ ରହୁଥିଲେ। ଜିଲ୍ଲାରେ ତାଙ୍କ ପାଇଁ ଆଗଧାଡ଼ିରେ ରହି ସବୁ କାମ କରୁଥିଲେ। କିନ୍ତୁ ରାଜେଶଙ୍କୁ ଶେଷରେ ଦୂରେଇ ଦେଲେ ଅତନୁ। ରାଜ୍ୟ ବିଜେଡି ଯୁଗ୍ମ ସ˚ପାଦକ ଭାବେ ସେ କାମ କରୁଥିବା ବେଳେ ଗତ ପ˚ଚାୟତ ନିର୍ବାଚନରେ ତାଙ୍କୁ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଦର୍ଶାଯାଇ ଦଳରୁ ବହିଷ୍କୃତ କରାଗଲା। ସେହିପରି ଡେରାବିଶ ପ˚ଚାୟତ ସମିତିର ପୂର୍ବତନ ଅଧୢକ୍ଷ ସରୋଜକାନ୍ତ ସାହୁ, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ ପାଟକୁରାର ଦିବ˚ଗତ ବିଧାୟକ ବେଦପ୍ରକାଶ ଅଗ୍ରଵାଲ୍‌ଙ୍କ ଘନିଷ୍ଠ ଥିଲେ। ସରୋଜଙ୍କୁ ବେଦୁ ବାବୁ ଡେରାବିଶ ପଂଚାୟତ ସମିତି ଅଧ୍ୟକ୍ଷ ଆସନରେ ବସାଇଥିଲେ। ରାଜେଶ ବିଧାୟକ ବେଦୁଙ୍କ ଗରଦପୁର ବ୍ଲକ୍‌ ପ୍ରତିନିଧି ଥିଲେ। କିନ୍ତୁ ବେଦୁ ବାବୁଙ୍କ ପରଲୋକ ପରେ ତାଙ୍କ ପତ୍ନୀ ସାବିତ୍ରୀ ଅଗ୍ରଵାଲ୍‌ ବିଧାୟିକା ହେଲେ ସତ କିନ୍ତୁ ସରୋଜକାନ୍ତ ଓ ରାଜେଶ ନିଜର ହେଇପାରିଲେ ନାହିଁ। ଅଗ୍ରଵାଲ୍‌ ପରିବାରର ଦୁହେଁ ଏବେ କଟ୍ଟର‌୍‌ ବିରୋଧୀ ଭାବେ ଜଣାଶୁଣା।

କେନ୍ଦ୍ରାପଡ଼ା ବିଧାନସଭା କ୍ଷେତ୍ରରେ ବି ଅନୁରୂପ ଚିତ୍ର ଦେଖିବାକୁ ମିଳିଛି। ବିଧାୟକ ଶଶୀଭୂଷଣ ବେହେରାଙ୍କ କେନ୍ଦ୍ରାପଡ଼ା ବ୍ଲକ୍‌ ପ୍ରତିନିଧି ଥିଲେ ଶିବପ୍ରସାଦ ଭଳ। ବିଧାୟକଙ୍କ ଆଶୀର୍ବାଦରେ ସେ କେନ୍ଦ୍ରାପଡ଼ା ପ˚ଚାୟତ ସମିତି ଅଧୢକ୍ଷ ହୋଇଥିଲେ। କିନ୍ତୁ ଏବେ ଦଳରେ ଥିଲେ ବି ବିଧାୟକଙ୍କ କଟ୍ଟର ବିରୋଧୀ ଭାବେ ସେ ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ନେତୃତ୍ବ ନେଉଛନ୍ତି । ପୂର୍ବତନ କେନ୍ଦ୍ରାପଡ଼ା ନଗର ବିଜେଡି ସଭାପତି ଶ୍ରୀକାନ୍ତ ପଣ୍ତା ମଧୢ ଦିନେ ବିଧାୟକ ଶଶୀଙ୍କର ଖାସ୍‌ ଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଉଭୟଙ୍କ ମଧୢରେ ମତଭେଦ ଏମିତି ହେଲା ଯେ ଥାନା ଯାଏ ମାମଲା ଗଲା। କେନ୍ଦ୍ରାପଡ଼ା ପୌରପାଳିକା ପୌରାଧୢକ୍ଷାଙ୍କ ସ୍ବାମୀ ତଥା ରାଜ୍ୟ ବିଜେଡି ଯୁଗ୍ମ ସ˚ପାଦକ ର˚ଜିତ୍‌ ସାହୁ ବି ବିଧାୟକଙ୍କ ପ୍ରମୁଖ ସହଯୋଗୀ ଭାବେ କାମ କରୁଥିଲେ। ମ୍ୟୁନିସିପାଲିଟି ଅ˚ଚଳରେ ବିଧାୟକଙ୍କ ସବୁ କାର୍ଯ୍ୟକ୍ରମ ବୁଝୁଥିଲେ। ମାତ୍ର ଗତ ପୌର ନିର୍ବାଚନରେ ବିବାଦ ପରଠୁ ଦୁହେଁ ଏବେ ଅଲଗା। ଆଳି ବିଧାୟକ ତଥା ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ପାଖଲୋକ ଥିଲେ ବିକ୍ରମ ଦାସ। ତାଙ୍କ ପତ୍ନୀ ମ˚ଜୁଲତା ଦାସଙ୍କୁ ପ୍ରତାପ ଦେବ ଜିଲ୍ଲା ପରିଷଦ ସଭାପତି କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ବିଧାୟକଙ୍କ ସହିତ ମତଭେଦ କାରଣରୁ ବିକ୍ରମଙ୍କୁ ଦଳରୁ ବିଦା କରିଦିଆଗଲା। ସେ କ˚ଗ୍ରେସରେ ସାମିଲ୍‌ ହେଲେ। ଏବେ ସେ ଦିବ˚ଗତ ହୋଇ ଯାଇଥିବା ବେଳେ ତାଙ୍କ ପତ୍ନୀ ରାଜନୀତିରେ ନିଷ୍କ୍ରିୟ। କେନ୍ଦ୍ରାପଡ଼ା ରାଜନୀତିରେ ଏଭଳି ତାଲିକା ଲମ୍ବି ଚାଲିଥିବା ବେଳେ ସାଧାରଣ ନିର୍ବାଚନ ପୂର୍ବରୁ ଏହା କି ରୂପ ନେବ ତାହା ଉପରେ ରାଜନୈତିକ ସମୀକ୍ଷକଙ୍କ ନଜର ରହିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button