ରାଜନୀତି

ଧାନକିଣାରେ ବ୍ୟାପକ ଦୁର୍ନୀତି, ଟୋକନ, ଟାର୍ଗେଟ ଓ ମଣ୍ଡି ସମସ୍ୟାରେ ଘୋର ଅବ୍ୟବସ୍ଥା ଏମ.ଏସ.ପି ବୃଦ୍ଧି ଓ ପ୍ରତି କ୍ୱିଂଟାଲରେ ୬ଶହ ଟଙ୍କା ବୋନସ ଦେବାକୁ ଦାବିକଲା କିଷାନ କଂଗ୍ରେସ – Ibnodisha

[ad_1]

ଭୁବନେଶ୍ୱର – ବହୁବାର ଦାବ ସତ୍ୱେ ଆଜି ପର୍ଯ୍ୟନ୍ତ ସ୍ୱାମୀନାଥନ କମିଟି ସୁପାରିଷ ଅନୁଯାୟୀ ଧାନର ସର୍ବନିମ୍ନ

ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି କରାଗଲା ନାହଁ ଓ ଏମ.ଏସ.ପି.ର ଆଇନଗତ ଗ୍ୟାରେଂଟି ମିଳିଲା ନାହିଁ । ଫଳରେ ଚାଷୀ ବହୁ କ୍ଷତିର ସମ୍ମୁଖୀନ ହେଉଛନ୍ତି । ବର୍ତମାନ ରାଜ୍ୟରେ ଯେଉଁ ଧାନମଣ୍ଡିଗୁଡ଼ିକ ଖୋଲାଯାଇଛି, ସେଠାରେ ବ୍ୟାପକ ଦୁର୍ନୀତି ଓ ଚାଷୀଙ୍କୁ ଶୋଷଣ କରାଯିବା ସହ ମଣ୍ଡି ଅବ୍ୟବସ୍ଥା, ଟୋକନ ସମସ୍ୟା, ଅଭାବୀ ବିକ୍ରି, ଚାଷୀଙ୍କ ପାଇଁ କାଳ ହୋଇଛି । ସରକାର ଧାନ କିଣିବା ପରିବର୍ତେ ମିଲର ଧାନ କିଣୁଛନ୍ତି । ପ୍ରଶାସନ, ସରକାର ଓ ମିଲରଙ୍କ ମଧୁଚନ୍ଦ୍ରିକାରେ ଧାନ କିଣାଯାଉଛି । ଚାଷୀ ତା’ର ହକ୍ ପାଉନାହିଁ । ମଣ୍ଡିରେ ବହୁ ଅବ୍ୟବସ୍ଥା ହେଉଛି ଫଳରେ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ଏଣୁ ଏହି ସମସ୍ୟାର ତଥ୍ୟ ଅନୁସନ୍ଧାନ କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପ୍ରଦେଶ କିଷାନ କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ କିଷାନ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ଗସ୍ତକରି ମଣ୍ଡିରେ ଚାଷୀ ଓ ପ୍ରଶାସନ ସହିତ ଆଲୋଚନା କରି ଫେରିବା ପରେ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ କହିଛନ୍ତି ଯେ, ସରକାର ଚାଷୀଙ୍କ ସମସ୍ତ ବଳକା ଧାନ ନିର୍ଦ୍ଧାରିତ ସମୟ ଓ ସର୍ବନିମ୍ନ ସହାୟକ ମୂଲ୍ୟରେ ୨୦୨୩ ଖରିଫ୍ ଧାନ ସଂଗ୍ରହ କରିବା ପାଇଁ ଚାଷୀଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଫଳ ଓଲଟା । ଧାନ ଅମଳର ଠିକ୍ ସମୟରେ ମଣ୍ଡି ଖୋଲାଯାଉ ନାହିଁ । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ୧୫ ପ୍ରତିଶତରୁ ଅଧିକ ଧାନ ଚାଷୀ ଅଣ୍ଡର ରେଟ୍‌ରେ ବିକିବା ପରେ ମଣ୍ଡି ଖୋଲା ଯାଉଛି । ଲଘୁଚାପ ଜନିତ ବର୍ଷାରେ ଧାନ ଫସଲ ବହୁଳ ଭାବରେପ୍ରଭାବିତ ହୋଇଛି । ଧାନର ବେରଙ୍ଗୀ ହେବାଦ୍ୱାରା ଏହି ଧାନକୁ କିଣିବା ପାଇଁ ମିଲର ବିଭିନ୍ନ ଆଳ ଦେଖାଉଛନ୍ତି ।

ଧାନ କିଣାରେ ୨ ରୁ ୫ କେ.ଜି ପର୍ଯ୍ୟନ୍ତ କଟନ୍‌ି ଛଟନୀ ଚାଲିଛି, ବିଭିନ୍ନ ମଣ୍ଡିରେ ଏକମାସରୁ ଉର୍ଦ୍ଧ ହେଲା ଧାନ ପଡ଼ି ରହିଥିବା ବେଳେ ମିଲରମାନେ ଧାନ ଉଠାଉ ନାହାନ୍ତି, ନିର୍ଦ୍ଧାରିତ ସମୟରେ ଚାଷୀ ଧାନ ବିକିବା ପାଇଁ ଟୋକନ ପାଉନାହିଁ, ଏହାଦ୍ୱାରା ମିଲର ମାଲାମାଲ ହେବାବେଳେ ଚାଷୀ ହଜାରେ ବାରଶହ ଟଙ୍କାରେ ଧାନ ବିକିବାକୁ ବାଧ୍ୟ ହେଉଛନ୍ତି, ଅଖା ଖର୍ଚ୍ଚ ଚାଷୀଙ୍କୁ ଦିଆଯାଉନାହିଁ, ସରକାର ଶ୍ରୀପଦ୍ଧତିରେ ଓ ହୀରାକୁଦ ଜଳସେଚିତ ଅ ଳ ତଥା ଅନ୍ୟାନ୍ୟ ଜଳସେଚିତ ଅ ଳରେ ଧାନ ଚାଷ କରିବା ପାଇଁ ପ୍ରୋତ୍ସାହନ ଦେଉଥିବା ବେଳେ ପ୍ରତି ଏକର ପିଚ୍ଛା ଏହି ଅଂଚଳରେ ୩୫-୪୦ କ୍ୱିଂଟାଲ ପର୍ଯ୍ୟନ୍ତ ଧାନ ଉତ୍ପାଦନ ହେଉଛି । କିନ୍ତୁ ଚାଷୀଙ୍କଠାରୁ ସରକାର ଜଳସେଚିତ ଅଂଚଳରୁ ୧୯ କ୍ୱିଂଟାଲ ଅଣଜଳସେଚିତ ଅ ଳରୁ ୧୩ କ୍ୱିଂଟାଲ ଧାନ କିଣିବା ଦ୍ୱାରା ଆଉ ବଳକାଧାନ ଚାଷୀ କରିବେ କ’ଣ ବୋଲି ଅଭିଯୋଗ କରାଯାଇଛି, ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁ୍‌ଯାୟୀ ସରକାର ଚାଷୀର ସବୁ ବଳକା ଧାନ ନିର୍ଦ୍ଧାରିତ ଏମ.ଏସ.ପିରେ କିଣିବାକୁ ବାଧ୍ୟ । କିନ୍ତୁ ସରକାର ଏହା କରୁନାହାନ୍ତି, ଅନେକ ମଣ୍ଡିରେ ମଧ୍ୟ ସିସିଟିଭି କ୍ୟାମେରା ଲାଗିନାହିଁ, ଚାଷୀମାନଙ୍କ ବସିବା, ବିଶ୍ରାମ ନେବା ଓ ପାନୀୟଜଳର ସୁବିଧା ପାଇଁ ବ୍ୟବସ୍ଥା ନାହିଁ, ମଣ୍ଡିରୁ ଧାନ ଉଠାଇବା କେବଳ ମିଲରର କାମ । କିନ୍ତୁ ମିଲର ସରକାରଙ୍କ ଦଣ୍ଡିଆ ସାଜି ଚାଷୀଙ୍କଠାରୁ ମଣ୍ଡିରୁ ସିଧା ସଳଖ ଧାନ କିଣୁଛନ୍ତି, ପରିସଂଖ୍ୟାନ ଅନୁଯାୟୀ ପ୍ରତି କ୍ୱି ।ଲ ଧାନ ଉତ୍ପାଦନରେ ଶ୍ରମ ସହିତ ଚାଷୀକୁ ବର୍ତମାନ ୨୭ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି । କିନ୍ତୁ ଚାଷୀ ଏମ.ଏସ.ପି. ପାଉଛନ୍ତି ୨୧୮୩ ।

ଏହି ମର୍ମରେ ଚାଷୀଙ୍କୁ ପ୍ରତି କ୍ୱିଂଟାଲରେ ୫୧୭ ଟଙ୍କା କ୍ଷତି ସହିବାକୁ ପଡ଼ୁଛି । ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ଧାନ କିଣାରେ ପ୍ରତି କ୍ୱିଂଟାଲ ପିଚ୍ଛା ଚାଷୀଙ୍କୁ ଅତ୍ୟନ୍ତ ପକ୍ଷେ ୬ଶହ ଟଙ୍କା ବୋନସ୍ ଦେବା ଆବଶ୍ୟକ, ଅସାଧୁ ମିଲର ଓ ପ୍ରଶାସନିକ କର୍ମଚାରୀଙ୍କ ପ୍ରତି ସରକାରଙ୍କର ରୋକ୍ ନ ଥିବାରୁ ବହୁ ଯାଗାରେ ଧାନ କିଣାରେ ବ୍ୟାପକ ଦୁର୍ନୀତି ହେଉଛି, ପ୍ରତି ବ୍ଳକସ୍ତରରେ ମଣ୍ଡି ଜଗିବା ପାଇଁ ଏକ ସ୍ୱତନ୍ତ୍ର ସ୍କ୍‌ାର୍ଡ ଗଠନ କରାଯିବା ଅତ୍ୟନ୍ତ ଜରୁରୀ, ଧାନ କିଣାରେ ସରକାରଙ୍କ ସ୍ୱଚ୍ଛତା କେବଳ ପ୍ରଚାର ପ୍ରସାରରେ ସୀମାବଦ୍ଧ ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଏହି ମର୍ମରେ କିଷାନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହିତ ସବିଶେଷ ଆଲୋଚନା କ୍ରମେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ଦାବୀପତ୍ର ପଠାଇଛନ୍ତି । ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବଙ୍କ ସହିତ ଆଲୋଚନା କରି ତୁରନ୍ତ ଏହି ସବୁ ସମସ୍ୟାଗୁଡ଼ିକର ସମାଧାନ କରିବାକୁ ଦାବି କରାଯାଇଛି । ଯଦି ଏହି ସମସ୍ୟାଗୁଡ଼ିକର ସମାଧାନ କରା ନ ଯାଏ, ପ୍ରତି ମଣ୍ଡିସ୍ତରରେ କିଷାନ କଂଗ୍ରେସ ତରଫରୁ ସରକାରଙ୍କ ବିରୁଦ୍ଧରେ ପ୍ରତିବାଦ କରାଯିବ ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ
ପିସିସି ମୁଖପାତ୍ର ମନୋରଞ୍ଜନ ଦାସ, ରଜନୀ ମହାନ୍ତି, କିଷାନ କଂଗ୍ରେସର ଅରୁଣ ଜେନା, ଦାଶରଥି ସାହୁ, ନୂତନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button