ସୁସ୍ମିତା ମିଞ୍ଜ ଓ ଆଲିସ ନରିମା ଲୁଗୁନ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ହେଉ : ଜୁଏଲ ଓରାମ – Ibnodisha
[ad_1]
ଅକ୍ଟୋବର ୫ରେ ବନ୍ଦ ଡାକରା ଦେଲା ବିଜେପି
ରାଉରକେଲା: ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଉଦିତନଗର ଥାନା ଏଏସ୍ଆଇ ଆଲିସ ନରିମା ଲୁଗୁନ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରିଛି ବିଜେପି। ଏନେଇ ବିଜେପି ପକ୍ଷରୁ ଅକ୍ଟୋବର ୫ (ଗୁରୁବାର) ଦିନ ସୁନ୍ଦରଗଡ଼ ବନ୍ଦ ଡାକରା ଦିଆଯାଇଛି।
ବିଜେପି ସାଂସଦ ଜୁଏଲ ଓରାମ କହିଛନ୍ତି, ରାଜ୍ୟରେ ଥିବା ବିଜେଡି ସରକାର ଆଦିବାସୀ ବିରୋଧୀ। ଆଦିବାସୀଙ୍କୁ ଯେଭଳି ହତ୍ୟା କରାଯାଉଛି। ଏହାକୁ ମୁଁ କୋଠର ଶବ୍ଦରେ ନିନ୍ଦା କରୁଛି। ଏହାର ବଡ଼ ଉଦାହରଣ ହେଉଛି ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ସନ୍ଦେହଜନକ ମୃତ୍ୟୁ। ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ସ୍ପଷ୍ଟ କରି ନାହାନ୍ତି ଯେ କେଉଁଥି ପାଇଁ ତାଙ୍କ ମୃତ୍ୟୁ ହେଲା। ଛଅ ଫୁଟ ପାଣିରେ ଜଣେ ଆଦିବାସୀ ମହିଳା ବୁଡ଼ିକି ମରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ଏବଂ ସନ୍ଦେହ ଲାଗୁଛି। ତାଙ୍କ ଉପରେ ଯେଉଁ ମାନସିକ ଚାପ ଥିଲା ବୋଲି କୁହାଯାଉଛି, ଯଦି ଜିଲ୍ଲା ପ୍ରଶାସନ ଜାଣିଥିଲେ। ତାହେଲେ ସେ ଦିଗରେ ପଦକ୍ଷେପ ନେଲେ ନାହିଁ କାହିଁକି ବୋଲି ଶ୍ରୀ ଓରାମ ପ୍ରଶ୍ନ ଉଠାଇଛନ୍ତି। ସେ କାହିଁକି ସରକାରୀ କ୍ୱାଟରରେ ନ ରହି ହୋଟେଲରେ ରହୁଥିଲେ? ଏମିତି ଅନେକ ପ୍ରଶ୍ନ ରହିଛି। ଏହାକୁ ବିରୋଧ କରି ବିଜେପି ପକ୍ଷରୁ ସୁନ୍ଦରଗଡ଼ ବନ୍ଦ ଡାକରାର ଦିଆଯାଇଛି। ରାଜ୍ୟ ସରକାର ଆଦିବାସୀ ବିରୋଧୀ ସରକାର। ଦଳର ମହିଳା ଏହାକୁ ନେଇ ବିରୋଧ କରିବ।
ଏଏସ୍ ଆଇ ଆଲିସ ନରିମା ଲୁଗୁନ ଯିଏ ତାଙ୍କର ବଡି ଗାର୍ଡ ଥିଲେ ତାଙ୍କୁ ମଧ୍ୟ ମର୍ଡର କରି ଦିଆଗଲା। ଗୋଟେ ସାଧାରଣ ଘଟଣାରେ ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ତାଙ୍କୁ ପ୍ରବଳ ଭାବେ ଆକ୍ରମଣ କରି ମାରିଦେଲେ। ଏହା ଅତ୍ୟନ୍ତ ନିନ୍ଦନୀୟ। ଏହି ହତ୍ୟା ଘଟଣାକୁ ନେଇ ମଧ୍ୟ ସନ୍ଦେହ ରହିଛି। ଡିଏସ୍ପି ବନିତା ମାଝୀ ଏହାକୁ ତଦନ୍ତ କରୁଛନ୍ତି। ପ୍ରଶ୍ନ ଉଠୁଛି ଯେଉଁମାନେ ସୁସ୍ମିତା ମିଞ୍ଜଙ୍କ ସହ ଥିଲେ ତାଙ୍କୁ କାହିଁକି ସୁରକ୍ଷା ଦେଇ ରଖିଲେ ନାହିଁ ସରକାର। ଏହାର ତଦନ୍ତ ସଠିକ୍ ବାଟକୁ ଗଲା ନାହିଁ କାହିଁକି। ଏହାକୁ ରାଉରକେଲା ଏସ୍ପିଙ୍କୁ ଭେଟି ଭଲ ଭାବେ ତଦନ୍ତ କରିବାକୁ ଦାବି କରିଥିଲୁ। ଆମ ଦାବି ଏହି ଦୁଇ ମର୍ଡର କେସର ସିବିଆଇ ତଦନ୍ତ ହେଉ। ଯିଏ ଦୋଷୀ ତାଙ୍କ ବିରୋଧରେ କାର୍ଯୟାନୁଷ୍ଠାନ ହେଉ।
[ad_2]