ରାଜ୍ୟ
ଟ୍ରେନ ଧକ୍କାରେ କାଟିଲା ଯୁବକଙ୍କ ଗୋଡ – Ibnodisha

[ad_1]
କେସିଙ୍ଗା : କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନ ନିକଟରେ ଏକ ଯାତ୍ରୀବାହୀ ଟ୍ରେନ ଧକ୍କାରେ ସୋମବାର ମଧ୍ୟାହ୍ନରେ ଜଣେ ଯୁବକଙ୍କ ଗୋଡ଼ କଟିଯାଇଛି । ସୂଚନା ଅନୁଯାଇ, ଯୁବକଙ୍କ ନାମ ରାଜେନ୍ଦ୍ର ବିହାରୀ ହୋଇଥିବାବେଳେ ସେ ଜୁନାଗଡ଼ ଥାନା ଅନ୍ତର୍ଗତ ଚିଚୈଗୁଡ଼ା ଗ୍ରାମର ବୋଲି ଜଣାପଡିଛି । ରାଜେନ୍ଦ୍ରଙ୍କ ମାନସିକ ସ୍ଥିତି ଭଲ ନ ଥିବାବେଳେ ଗତ ପାଞ୍ଚଦିନ ଧରି ସେ ଘରୁ ନିଖୋଜ ଥିଲେ ।ମଧ୍ୟାହ୍ନରେ କେସିଙ୍ଗା ଟ୍ରେନ ଲାଇନ ନିକଟରେ ଏକ ଯାତ୍ରୀ ବାହୀ ଟ୍ରେନ ଧକ୍କାରେ ତାଙ୍କର ଗୋଟିଏ ଗୋଡ଼ କଟି ଯାଇଥିବା ଖବର ପୋଲିସ ପାଖରେ ପହଞ୍ଚି ଥିଲା । ପ୍ରଥମେ ତାଙ୍କୁ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଓ ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରାଯାଇଥିଲା ।
[ad_2]