ଦେଶ

ଉତ୍ତର ପ୍ରଦେଶରେ ବାଘ ଆତଙ୍କ – Ibnodisha

[ad_1]

ଉତ୍ତର ପ୍ରଦେଶ : ସୋମବାର ରାତିରେ ଏକ ବାଘ ଘରେ ପ୍ରବେଶ କରିବା ପରେ ଉତ୍ତରପ୍ରଦେଶର ପିଲିବିଟ୍ ଜିଲ୍ଲାର ଏକ ଗାଁରେ ଆତଙ୍କ ଖେଳିଯାଇଥିଲା।ଏହି ଘଟଣା ପିଲିବିଟ୍ ଟାଇଗର ରିଜର୍ଭ ଜଙ୍ଗଲଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଅବସ୍ଥିତ ଆଥକୋନା ଗ୍ରାମରେ ଘଟିଛି।ସୂଚନା ଅନୁଯାଇ, ବିଳମ୍ବିତ ରାତିରେ ଏକ ମହାବଳ ବାଘ ପାଖ ଜଙ୍ଗଲରୁ ବାହାରି ଜନବସତି ଭିତରକୁ ପଶି ଆସିଛି। ଗ୍ରାମବାସୀଙ୍କ ନଜର ଯେତେବେଳେ ବାଘ ଉପରେ ପଡ଼ିଥିଲା, ସମସ୍ତଙ୍କ ହୋଶ୍ ଉଡ଼ିଯାଇଥିଲା। ଏବେ ବାଘର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ମହାବଳ ବାଘ ପାଚେରୀ ଉପରେ ବସି ଆରାମ କରୁଥିବା ଦେଖିବାକୁ ମିଳୁଛି। ଆଖାପାଖର ଲୋକେ ସେଠାରେ ରୁଣ୍ଡ ହୋଇ ବାଘର ଭିଡିଓ କରୁଛନ୍ତି। ତେବେ ବାଘଟି ଯେପରି କାହାକୁ ଆକ୍ରମଣ ନ କରିବ, ସେଥିପାଇଁ ପାଚେରୀ ଚାରିପଟେ ତାରବାଡ଼ ଦିଆଯାଇଛି।ଘଟଣାଟି ପିଲିଭିତ୍‌ର କାଲିନଗର ତହସିଲ ଅଧୀନ ଅଟକୋନାର। ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟାରେ ଏଠାରେ ଏକ ବାଘ ଗାଁ ଭିତରେ ଦେଖାଯାଇଥିଲା। ମହାବଳକୁ ଦେଖିବା କ୍ଷଣି ଲୋକେ ସତର୍କ ହୋଇଯାଇଥିଲେ। ଏ ନେଇ ବନ ବିଭାଗ ଟିମ୍‌କୁ ଖବର ଦିଆଯାଇଥିଲା ଏବଂ ସଙ୍ଗେ ସଙ୍ଗେ ରଶି ଓ ତାର ଦ୍ୱାରା ବାଘ ଥିବା ଅଞ୍ଚଳକୁ ସିଲ୍ କରି ଦିଆଯାଇଥିଲା। ପରେ ବାଘଟି ଏକ ଘର ନିକଟ ପାଚେରୀ ଉପରେ ବସିଥିବାର ଗ୍ରାମବାସୀ ଦେଖିବାକୁ ପାଇଥିଲେ। ପ୍ରାୟ ୭ରୁ ୮ ଘଣ୍ଟା ସେ ପାଚେରୀ ଉପରେ ଟହଲିଥିଲା। କେତେବେଳେ ପାଚେରୀ ଉପରେ ଶୋଇ ପଡ଼ୁଥିଲା ତ କେତେବେଳେ ଉଠି ବସିପଡ଼ୁଥିଲା। ସକାଳେ ହେବା କ୍ଷଣି ଶହ ଶହ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏବେ ବନ ବିଭାଗ ଟିମ୍ ପହଞ୍ଚି ବାଘକୁ ରେସ୍‌କ୍ୟୁ କରିବାରେ ଲାଗିପଡ଼ିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button