Uncategorized

ହୋଲି କାହିଁକି ପାଳନ କରାଯାଏ ,ପଢନ୍ତୁ ସମ୍ପୂର୍ଣ୍ଣ ବିବରଣୀ।

 

IBN ଓଡିଶା (ବ୍ୟୁରୋ)
🔥 *ହୋଲି* 🔥
ଦ୍ବାପର ଯୁଗରେ ଭଗବାନ କୃଷ୍ଣ ମାମୁ କଂସକୁ ମାରି ଗୋପପୁରକୁ ଫେରିବା ପରେ ସେଠାରେ ଗୋପ ଗୋପାଳୁଣୀଙ୍କ ସହ ରଙ୍ଗ ଖେଳି ହୋଲି ମନାଇଥିଲେ। ଏହାପରଠାରୁ ଏହି ରଙ୍ଗର ପର୍ବକୁ ଭ୍ରାତୃଭାବ, ସ୍ନେହ ଓ ଭଲ ପାଇବାର ପର୍ବ ଭାବେ ପାଳନ କରାଯାଇଆସୁଛି। କୃଷ୍ଣ ଜନ୍ମଭୂମି ମଥୁରାରେ ହୋଲିରେ ସ୍ବତନ୍ତ୍ର ଭାବେ ଉତ୍ସବର ଆୟୋଜନ ହୋଇଥାଏ। ଏଠାରେ ପାଖାପାଖି ଏକ ମାସ ଧରି ଚାଲିବାକୁ ଥିବା ହୋଲି ଉତ୍ସବରେ ବିଭିନ୍ନ ପ୍ରକାର ହୋଲି ଖେଳାଯାଇଥାଏ। ସେଥିରେ ଲଠମାର୍‌ ହୋଲି, ଫୁଲର ହୋଲି, ବିଧବା ମହିଳାଙ୍କ ହୋଲି, ବାଙ୍କେ ବିହାରୀଙ୍କ ମନ୍ଦିର ପ୍ରସିଦ୍ଧ ହୋଲି ଏବଂ ଦ୍ବାରକାଧୀଶଙ୍କ ମନ୍ଦିର ହୋଲି ଆଦି ସାମିଲ୍‌। ଭକ୍ତ ପ୍ରହଲ୍ଲାଦକୁ ବଞ୍ଚାଇବା ସକାଶେ ପ୍ରଭୁ ବିଷ୍ଣୁ ହୋଲିକା ରାକ୍ଷସୀକୁ ମାରିଥିବା ବେଳେ ଏହାକୁ ହୋଲିକା ଦହନ ଭାବେ ପାଳନ କରାଯାଇଆସୁଛି।

ଭଗବାନ ଶିବ ଓ ପାର୍ବତୀଙ୍କ କଥା- ହୋଲି ପର୍ବ ପାଳନ କରାଯିବାରେ ଭଗବାନ ଶିବ ମାତାପାର୍ବତୀଙ୍କ ସମ୍ବନ୍ଧ ମଧ୍ୟ ସଂଯୁକ୍ତ ହୋଇଛି । ମାତା ପାର୍ବତୀ ହିମାଳୟର କନ୍ୟା ଥିଲେ , ସେ ଭଗବାନ ଶିବଙ୍କୁ ବିବାହ କରିବାକୁ ଚାହୁଁଥିଲେ । ଭଗବାନ ଶିବ ସର୍ବଦା ତପସ୍ୟାରେ ମାତି ରହୁଥିଲେ । ଏହି ତପସ୍ୟା ସମୟରେ ମାତା ପାର୍ବତୀଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ରଖୁବା ମୁସ୍କିଲ୍ ହେବ । ସେତେବେଳେ ତାଙ୍କୁ ସାହଯ୍ୟ କରିବା ପାଇଁ କାମଦେବ ଆସିଲେ ଓ ପୁଷ୍ପ ବାଣ ଦ୍ବାରା ଭଗବାନ ଶିବଙ୍କ ତପସ୍ୟା ଭଙ୍ଗ କରିଦେଲେ । ଭଗବାନ ଶିବଙ୍କ ତପସ୍ୟା ଭଙ୍ଗ କରିବାର ପରିଣାମ ସେ ହୁଏତ ଜାଣିନଥିଲେ , ଯେମିତି ଭଗବାନ ଶିବ ଆଖି ଖୋଲିଲେ ସେ କାମଦେବଙ୍କୁ ଦେଖୁ ତାଙ୍କ ହରକତରେ ବହୁତ କ୍ରୋଧିତ ହେଲେ ଓ ତାଙ୍କର ତୃତୀୟ ଆଖି ଖୋଲି କାମଦେବଙ୍କୁ ଭସ୍ମ କରିଦେଲେ । କିନ୍ତୁ ଠିକ୍ ସେହି ସମୟରେ ମାତା ପାର୍ବତୀ ଆସି ପହଁଞ୍ଚିଲେ ଭଗବାନ ଶିବ ତାଙ୍କୁ ଦେଖୁ ଶାନ୍ତ ହୋଇଗଲେ ଓ ମାତା ପାର୍ବତୀଙ୍କ ବିବାହ ପ୍ରସ୍ତାବକୁ ସ୍ବୀକାର କଲେ । କୁହାଯାଏ କି ହୋଲି ପର୍ବରେ କାମବାସନାକୁ ଅଗ୍ନିରେ ଜଳାଇ ନିଷ୍କାମ ଭାବରେ ପ୍ରେମ ବିଜୟର ଉତ୍ସବ ପାଳନ କରାଯାଏ ।

ଅନ୍ୟକଥାରେ ଅଛି ଯେ କାମଦେବ ଭସ୍ମ ହେବା ପରେ ତାଙ୍କ ପତ୍ନୀ ରତି ଭଗବାନ ଶିବଙ୍କ ଆରାଧନା କରି ତାଙ୍କୁ ପ୍ରସନ୍ନ କରି କାମଦେବଙ୍କୁ ଜୀବିତ କରିବା ପାଇଁ ପ୍ରାର୍ଥନା କରୁଥିଲେ । ଭଗବାନ ଶିବ ତାଙ୍କ ପୂଜାରେ ପ୍ରସନ୍ନ ହୋଇ କାମଦେବଙ୍କୁ ଜୀବିତ କରିଥିଲେ । ଯେଉଁଦିନ ଏହି ସବୁ ହୋଇଥିଲା ସେହିଦିନ ଫାଲଗୁନମାସର ପୂର୍ଣ୍ଣିମା ତିଥି ହୋଇଥିଲା । ସେହିଦିନ ହୋଲି ଉତ୍ସବ ପାଳନ କରାଯାଏ । ଲୋକମାନେ ଗୀତରେ ମାତିରୁହନ୍ତି ଓ ଅଗ୍ନିରେ ଚନ୍ଦନର କାଠ ଦିଆଯାଏ , ଯାହାକି କାମଦେବ ଜଳିଯାଇଥିବା କଷ୍ଟପୀଡାରୁ ମୁକ୍ତି ମିଳେ । କୁହାଯାଏ କି କାମଦେବ ପୁଣି ଜୀବିତ ହେବାର ଖୁସିରେ ପରଦିନ ରଙ୍ଗହୋଲି ଖେଳିଥାନ୍ତି ।

ରାକ୍ଷସୀ ପୁତନାର ବଧ କଥା- ରାକ୍ଷସୀ ପୁତନାର କଥା ମଧ୍ୟ ହୋଲିରେ ସଂପୃକ୍ତ ହୋଇଛି । କୁହାଯାଏ କି ଯେବେ କଂସକୁ ବଧ କରିବା ପାଇଁ ଜଣେ ଗୋକୁଳରେ ଜନ୍ମ ହୋଇଛି ବୋଲି ପ୍ରଚାର ହୋଇଥିଲା , ସେହିଦିନ ଠାରୁ କଂସ ଯେତେ ପିଲା ଜନ୍ମ ହୋଇଥିଲେ ସେମାନଙ୍କ ଜୀବନ ନେବା ପାଇଁ ନିର୍ଣ୍ଣୟ ନେଇଥିଲେ । ଏହି କାମ କରିବା ପାଇଁ କଂସ ପୁତନା ନାମକ ଏକ ରାକ୍ଷସୀକୁ ଡାକିଲେ । ପୁତନା ପିଲାମାନଙ୍କୁ ନିଜ ସ୍ତନ୍ୟପାନ କରାଇବ ଓ ସେହି ସ୍ତନ୍ୟପାନ କରି ପିଲାମାନଙ୍କ ଜୀବନ ଚାଲିଯିବ । କିନ୍ତୁ ଯେବେ ଶ୍ରୀକୃଷ୍ଣଙ୍କ ଜୀବନ ନେବା ପାଇଁ ପ୍ରୟାସ କରିଲେ ତେବେ ଶ୍ରୀକୃଷ୍ଣ ପୁତନାର ସ୍ତନ୍ୟପାନ କରି କରି ପୁତନାକୁ ବଧ କରିଥିଲେ । ଏହିସବୁ ମଧ୍ୟ ଫାଲଗୁନମାସର ପୂର୍ଣ୍ଣିମା ତିଥି ଦିନ ହୋଇଥିଲା । ଯାହା ସେହି ଖୁସିରେ ପରଦିନ ହୋଲିପର୍ବ ପାଳନ କରାଯାଏ ।

ଏହି ପର୍ବ ଦେଶବ୍ୟାପୀ ପାଳନ କରାଯାଏ। ଉତ୍ତର ଭାରତରେ ଏହାକୁ ବେଶ୍ ଧୁମ୍‌ଧାମ୍‌ରେ ପାଳନ କରାଯାଏ। ହୋଲି ପର୍ବ ବିଶେଷକରି ମଥୁରା, ବୃନ୍ଦାବନରେ ବେଶ୍ ଆନନ୍ଦର ସହ ହୋଇଥାଏ। ଏହି ପର୍ବ ବହୁଦିନ ଧରି ଏଠାରେ ଚାଲିଥାଏ। ମଧ୍ୟ ଭାରତ ଏବଂ ମହାରାଷ୍ଟ୍ରରେ ରଙ୍ଗ ନେଇ ଘର ଘର ବୁଲି ଲୋକେ ପରସ୍ପର ଦେହରେ ରଙ୍ଗ ଲଗାନ୍ତି। ଆଉ କିଛି ସ୍ଥାନରେ ନାଚ, ଗୀତର ମଧ୍ୟ ଆୟୋଜନ କରାଯାଇଥାଏ।

ପୁରୁଷଙ୍କୁ ଲାଠି ମାଡ଼: ମଥୁରା ନିକଟରେ ଥିବା ଏକ ଐତିହାସିକ ସହରରେ ହୋଲିରେ ମହିଳାମାନେ ଲାଠି ଦ୍ବାରା ପୁରୁଷମାନଙ୍କୁ ମାଡ଼ ମାରିଥାନ୍ତି। ସ୍ଥାନୀୟ ଅଞ୍ଚଳରେ ଏହାକୁ ‘ଲଠ୍‌ମାର୍‌’ ହୋଲି ବୋଲି କୁହାଯାଏ। ବିଶ୍ବାସ ରହିଛି ଏହି ଦିନ ପ୍ରତ୍ୟେକ ମହିଳାଙ୍କ ମଧ୍ୟରେ ରାଧାଙ୍କ ଆତ୍ମା ପ୍ରକଟ ହୋଇଥାଏ। ଫଳରେ ଗୋପୀଙ୍କୁ ହଇରାଣ କରୁଥିବା ପୁରୁଷଙ୍କୁ ଏହି ମହିଳାଙ୍କ ହାତରୁ ଲାଠିମାଡ଼ ଖାଇବାକୁ ପଡ଼େ। ଏହା ଏକ ନିଆରା ପରାମ୍ପରା। କେବଳ ମନରେ ଆନନ୍ଦ ଓ ଉତ୍ସାହ ଭରିବାକୁ ଏହି ପରମ୍ପରାର ଉତ୍ପତ୍ତି।

ଦିଅର-ଭାଉଜ ହୋଲି: ହରିୟାଣାର ପାଳିତ ହେଉଥିବା ହୋଲି ଉତ୍ସବ ଅନ୍ୟ ସମସ୍ତ ସ୍ଥାନଠାରୁ ଅଲଗା। ଏଠାରେ ଖେଳାଯିବାକୁ ଥିବା ହୋଲିକୁ ଦିଅର-ଭାଉଜ ହୋଲି ବୋଲି କୁହାଯାଏ। ଦହିହାଣ୍ଡି ଭଙ୍ଗା ବ୍ୟତୀତ ଏଠାରେ ଖେଳାଯାଉଥିବା ଦିଅର-ଭାଉଜ ହୋଲି ଦେଶ ବିଦେଶରେ ମଧ୍ୟ ଲୋକପ୍ରିୟ।

ହୋଲ୍ଲା-ମହଲ୍ଲା: ପଞ୍ଜାବରେ ହୋଲିର ନିଆରା ରଙ୍ଗ ଦେଖିବାକୁ ମିଳେ। ପ୍ରାଚରନ ସମୟରୁ ହିଁ ଏଠାକାର ଲୋକେ ପ୍ରତିବର୍ଷ ହୋଲିରେ ହେଲ୍ଲା-ମହଲ୍ଲା ପାଳନ କରିଥାନ୍ତି। ଯେଉଁଥିରେ ଏକ ମେଳାର ଆୟୋଜନ ହୁଏ। ସେଥିରେ ଘୋଡ଼ାଚଢ଼ା, ଖଣ୍ଡା ଚାଳନା, ଦୌଡ଼ ଆଦି ପାରମ୍ପରିକ କ୍ରୀଡ଼ାର ଚମତ୍କାରିତା ଦେଖିବାକୁ ମିଳେ।

ଖାଡ଼ି ହୋଲି: ଉତ୍ତରାଖଣ୍ଡର କୁମାଉଁ କ୍ଷେତ୍ରରେ ପ୍ରତିବର୍ଷ ଖାଡ଼ି ହୋଲି ପାଳନ କରାଯାଏ। ଏଠାରେ ହୋଲି ବିଭିନ୍ନ ପ୍ରକାରର ସଙ୍ଗୀତ ସମାରୋହ ରୂପରେ ପାଳନ କରାଯାଏ। ଯାହାକୁ ବୈଠକୀ ହୋଲି, ଖାଡ଼ି ହୋଲି ଏବଂ ମହିଳା ହୋଲି ମଧ୍ୟ କହିଥାଏ। ଏହା ପ୍ରାୟ ୨ ମାସ ଧରି ଚାଲିଥାଏ।

ବୈଜ୍ଞାନିକ ମତରେ ହୋଲି
ହୋଲି ରଙ୍ଗ ଓ ଖାଦ୍ୟପେୟର ପର୍ବ ଅଟେ। ମାତ୍ର ଆପଣ ହୁଏତ ଜାଣି ନ ଥିବେ, ହୋଲିର ବୈଜ୍ଞାନିକ କାରଣ ମଧ୍ୟ ରହିଛି। ବୈଜ୍ଞାନିକମାନଙ୍କ ମତାନୁଯାୟୀ ହୋଲିରେ ବ୍ୟବହାର ହେଉଥିବା ଭିନ୍ନ ଭିନ୍ନ ରଙ୍ଗ ଏକ ପ୍ରକାରର ଥେରାପି ଭଳି କାର୍ଯ୍ୟ କରିଥାଏ। ଭିନ୍ନ ଭିନ୍ନ ରଙ୍ଗ ଶରୀର ଓ ମସ୍ତିଷ୍କକୁ ସନ୍ତୁଳତି କରିଥାଏ। ଏହି ରଙ୍ଗର ଥେରାପି ଖୁସିର ମଧ୍ୟ ଏକ ଅଂଶ ଅଟେ। ସେହିପରି ଇଜିପ୍ଟ ଏବଂ ଚୀନରେ ଏହାର ବ୍ୟବହାର ପୁରାତନ କାଳରେ ରୋଗର ଦୂରୀକରଣ ପାଇଁ ବ୍ୟବହାର କରାଯାଉଥିଲା। ପ୍ରତ୍ୟେକ ରଙ୍ଗ ପ୍ରକୃତିର ରଙ୍ଗ ସହ ଜଡ଼ିତ।

ଲାଲ ରଙ୍ଗ: ଲାଲ ରଙ୍ଗ ଆଖିକୁ ଶାନ୍ତି ପ୍ରଦାନ କରିଥାଏ। ହରମୋନକୁ ସନ୍ତୁଳିତ କରିବା ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଏଥିସହ ଅନିଦ୍ରା, ଦୁର୍ବଳ, ରକ୍ତ ସହ ସମ୍ବନ୍ଧିତ ରୋଗରୁ ମଧ୍ୟ ଏହା ରକ୍ଷା କରିଥାଏ।

ହଳଦିଆ ରଙ୍ଗ: ଏହି ରଙ୍ଗ ମାନସିକ ଉତ୍ତେଜନାକୁ କମ କରିଥାଏ। ପେଟ , ଚର୍ମ ସମ୍ବନ୍ଧୀୟ ସମସ୍ୟା, ମାଂସପେଶୀକୁ ମଧ୍ୟ ଶକ୍ତ କରିଥାଏ।

ନୀଳ ରଙ୍ଗ: ଏହି ରଙ୍ଗକୁ ଥଣ୍ଡା ରଙ୍ଗ ବୋଲି କୁହାଯାଏ। ଏହା ରକ୍ତ ଚାପକୁ ନିୟନ୍ତ୍ରଣ କରିଥାଏ। ରଙ୍ଗ ଥେରାପିରେ ଏହାର ବ୍ୟବହାର ମୁଣ୍ଡ ବିନ୍ଧା ଭଳି କେତେକ ସମସ୍ୟାର ସମାଧାନ କରିଥାଏ।

ନାରଙ୍ଗୀ: ଏହି ରଙ୍ଗ ଆଜ୍ଜା, କିଡ଼ନୀ ସମ୍ବନ୍ଧୀୟ ସମସ୍ୟାର ସମାଧାନ କରିଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button