ଆନ୍ଦ୍ର ପ୍ରଦେଶ ରାଜ୍ୟପାଳଙ୍କ ଦ୍ୱାରା ସଂମାନିତ ହେଲେ ହିମାଂଶୁ।

IBN ଓଡିଶା (ବ୍ୟୁରୋ):-
ସେବାରେ ସେବାରେ ନିଜକୁ ନିୟୋଜିତ କରି ଆଜି ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ର ସମ୍ପାଦକ ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁ ଆନ୍ଦ୍ର ପ୍ରଦେଶ ର ରାଜ୍ୟପାଳ ଙ୍କ ନିକଟରୁ ସେବା ସଂମାନ ରେ ସଂମାନିତ ହୋଇଛନ୍ତି।ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧିନ ଜାରକା ସ୍ଥିତ କଳ୍ପତରୁ ଦାସ ମିନି ଷ୍ଟାଡିୟମ ରେ ଗୋକର୍ନିକା ସାହିତ୍ୟ ସମାଜ ଜାରକା, ଯାଜପୁର ର ବିଷୁବ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଆଉ ଏହି ଉତ୍ସବ ରେ ଉଦଘାଟକ ଓ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ ,ଆନ୍ଦ୍ରପ୍ରଦେଶ ର ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ।ଏହି ଅବସର ରେ ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ କେନ୍ଦ୍ର ସାହିତ୍ୟ ଏକାଡେମି ଉପଦେଷ୍ଟା ମଣ୍ଡଳୀ ର ଓଡିଶା ଆବାହକ ଡ଼କ୍ଟର ବିଜୟାନନ୍ଦ ସିଂହ। ଏହି ଗୋକର୍ନିକା ସାହିତ୍ୟ ସମାଜ ଉତ୍ସବ ତରଫରୁ ଗୋକର୍ନିକା ସେବା ସମ୍ମାନ ୨୦୨୨ଆନ୍ଦ୍ରପ୍ରଦେଶ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ର ସମ୍ପାଦକ ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁ ଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ଓ ଔପୀଢ଼ୋକନ ଦେଇ ସମ୍ମାନିତ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଧାମନଗର ବିଧାୟକ ତଥା କବି ଶ୍ରୀଯୁକ୍ତ ବିଷ୍ଣୁ ସେଠି ଓ ଅନ୍ୟାନ୍ୟ ପ୍ରତିଭା ଓ କବି ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।ହିମାଂଶୁ ଙ୍କ ଏପରି ସଂମାନିତ ପାଇଁ ସାରା ରାଜ୍ୟ ଆଜି ଗର୍ବ ଅନୁଭବ କରୁଅଛି।